କ୍ରାଇମ

ଭାରତରେ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ କାରଣ ହେଉଛି ପ୍ରେମ, ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ଶତାଧିକ ପ୍ରେମୀ

ଗତ କିଛି ଦିନ ମଧ୍ୟରେ ଭାରତରେ ହତ୍ୟାକାଣ୍ଡ ହାର ଅନ୍ୟ ଦେଶ ତୁଳନାରେ ହ୍ରାସ ପାଇଛି। ମାତ୍ର ପ୍ରେମଜନିତ ହତ୍ୟାକାଣ୍ଡର ହାର ବେଶ ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା NCRB ର ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ଏହି ରିପୋର୍ଟ ମୁତାବକ କୌଣସି ବ୍ୟକ୍ତିର ହତ୍ୟାକାଣ୍ଡର କାରଣ ମଧ୍ୟରେ ପ୍ରେମ ଏକ ମୁଖ୍ୟ କାରଣ। ୨୦୦୧ରୁ ୨୦୧୭ ମସିହା ମଧ୍ୟରେ ଏହି ହାର ବୃଦ୍ଧି ପାଇଛି।

୨୦୦୧ ମସିହାରେ NCRB ୩୬,୨୦୨ଟି ହତ୍ୟାକାଣ୍ଡ ଦାଏର କରାଯାଇଥିବା ବେଳେ ଏହି ସଂଖ୍ୟା ୨୦୧୭ରେ ପ୍ରାୟ ୨୧ ପ୍ରତିଶତ ହ୍ରାସ ପାଇ ୨୮,୬୫୩ ରେ ପହଞ୍ଚିଥିଲା। ଏଥିରେ ୪.୩ ପ୍ରତିଶତ ପ୍ରତିଶୋଧମୂଳକ ଥିବା ବେଳେ ଜମିଜମା ମାମଲା ଯୋଗୁ ୧୨ ପ୍ରତିଶତ ହ୍ରାସ ପାଇଥିଲା। ମାତ୍ର ଏହାର ବିପରୀତ ପ୍ରେମଜନିତ ହତ୍ୟାକାଣ୍ଡରେ ଦେଖିବାକୁ ମିଳିଥିଲା। ଏହି ମାମଲାରେ ୨୮ ପ୍ରତିଶତ ହତ୍ୟାକାଣ୍ଡ ଘଟିଥିଲା।

ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ପଞ୍ଜାବରେ ଏହି ହାର ସବୁଠୁ ଅଧିକ ଥିଲା। ସେହିପରି ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତର ପ୍ରଦେଶରେ ପ୍ରେମ କୌଣସି ହତ୍ୟାକାଣ୍ଡ ପଛର ଦ୍ଵିତୀୟ କାରଣ ଥିଲା। ଅଧିକାଂଶ ହତ୍ୟାକାଣ୍ଡର କାରଣ ତ୍ରିକୋଣୀୟ ପ୍ରେମ ଓ ଅବୈଧ ସମ୍ପର୍କ ଥିଲା। ଆଉ କିଛିର କାରଣ ଅନର କିଲିଂ ମଧ୍ୟ ଥିଲା। ୨୦୧୭ ମସିହାରେ ୯୨ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୧୬ରେ ୭୧ ଜଣଙ୍କୁ ପ୍ରେମ ବ୍ୟାପାର ଯୋଗୁ ଜୀବନ ହରାଇବାକୁ ପଡିଥିଲା।

ଏହି ସର୍ଭେ ଗୁରୁ ନାନକ ଦେବ ୟୁନିଭର୍ସିଟିର ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ସତନାମ ସିଂହ ଦେଓଲ କରିଛନ୍ତି । ୨୦୦୫-୨୦୧୨ ପର୍ଯ୍ୟନ୍ତ ଅନର କିଲିଂ ମାମଲାର ଗବେଷଣା ଉପରେ ଏହା ଆଧାରିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button