ଓଡିଶା

କଳା କାରନାମା ଆସିଲା ସାମ୍ନାକୁ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ କରୋନା ସଂକ୍ରମଣ ଯେଉପରି ଭାବରେ ବଢି ଚାଲିଛି ତାକୁ ନେଇ ସମ୍ପୂର୍ଣ୍ଣ ଦେଶ ବହୁତ ଚିନ୍ତିତ ଅଛନ୍ତି । ଏହି ପରି ସମୟ ରେ ଓଡିଶା ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ।

ଜଣେ କରୋନା ରୋଗୀ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କ ପରିବାର ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଲା ପରେ ମଧ୍ୟ ରୋଗୀ ଙ୍କୁ ବଞ୍ଚାଇ ପାରି ନ ଥିଲେ କଳିଙ୍ଗ ହସ୍ପିଟାଲ ର ଡାକ୍ତର ମାନେ । ପ୍ରାୟ ଦେଢ଼ ମାସ ଧରି ଚିକିତ୍ସା ନା ରେ ରୋଗୀ ଙ୍କ ପରିବାର ଠାରୁ ଅନେକ ଟଙ୍କା ଲୁଟି ନେଇଥିଲେ । ଭୁବନେଶ୍ୱର ଅରବିନ୍ଦ ନଗର ବସ୍ତି ର ବିନୋଦ ବିହାରୀ ସାହୁ ,ବୟସ-୪୫ ଗତ କିଛି ଦିନ ହେବ କରୋନା ରୋଗ ରେ ଆକ୍ରାନ୍ତ ଥିବାରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲରେ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ସେଠାରେ ପ୍ରାୟ ଦେଢ଼ ମାସ ଧରି ତାଙ୍କର ଚିକିତ୍ସା କରାଯାଇଥିଲା । ଏହି ଦେଢ଼ ମାସ ର ଚିକିତ୍ସା ପାଇଁ ରୋଗୀ ଙ୍କ ପରିବାର ଲୋକ ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଶେଷରେ ରୋଗୀର ଜୀବନ ଚାଲି ଯାଇଥିଲା । ଯେତେବେଳେ ରୋଗୀ ର ସ୍ୱାସ୍ଥ୍ୟବସ୍ଥା ବହୁତ ବିଗିଡି ଯାଇଥିଲା ସେତେବେଳେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିଲା ।

କିନ୍ତୁ ତାଙ୍କ ପରିବାର ଲୋକ ମାନେ ହସ୍ପିଟାଲର ବିଲ ପୈଠ ନ କରିଥିବାରୁ ତାଙ୍କୁ ରୋଗୀ କୁ ନେଇ ପାରିବେ ନାହିଁ କହି ମନା କରିଦେଇଥିଲେ କଳିଙ୍ଗ ହସ୍ପିଟାଲ କତ୍ତୃପକ୍ଷ । ଶେଷରେ ବାଧ୍ୟ ହୋଇ ପରିବାର ଲୋକ ନିଜର ଘର ବାଡ଼ି ବନ୍ଧା ରଖି ଟଙ୍କା ଋଣ ରେ ଆଣି ହସ୍ପିଟାଲ ର ବିଲ ପୈଠ କରିଥିଲେ ଓ ଏହାପରେ ରୋଗୀ କୁ KIMSS କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଭର୍ତ୍ତି କରିବାର କିଛି ସମୟ ମଧ୍ୟରେ ହିଁ ତାଙ୍କର ଜୀବନ ଚାଲିଗଲା । ଯେତେବେଳେ ରୋଗୀ ଜଣଙ୍କ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ଠାରେ କେବଳ କରୋନା ର ସାଧାରଣ ଲକ୍ଷଣ ଦେଖାଯାଇଥିଲା ଓ ସେ ଭଲ ଥିଲେ କିନ୍ତୁ ଭର୍ତ୍ତି ହେବା ପରେ ତାଙ୍କର ଖରାପ ଚିକିତ୍ସା କରାଯାଇ ତାଙ୍କୁ ସମ୍ପୂର୍ଣ୍ଣ ଅସୁସ୍ଥ କରିଦିଆଯାଇଥିଲା ବୋଲି ରୋଗୀ ଙ୍କ ପରିବାର ଲୋକ ମାନେ ଅ-ଭି-ଯୋ-ଗ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button