ଧର୍ମ

ଜାଣନ୍ତୁ କଣ ରହିଛି ମକର ସଂକ୍ରାନ୍ତିର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ

ମକର ସଂକ୍ରାନ୍ତି ପର୍ବ ଚଳିତ ମାସ (ଜାନୁଆରୀ) ର ୧୪ ଏବଂ ୧୫ ଦିନରେ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ରୁ ମକର ରାଶିରେ ପ୍ରବେଶ କରିଥାନ୍ତି ସେହି ସମୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ମଙ୍ଗଳବାର ୧୪ ଜାନୁଆରୀ ରାତିରେ ସୂର୍ଯ୍ୟ ଉତ୍ତରାୟଣ ହେବେ ଏବଂ ବୁଧବାର ୧୫ ଜାନୁଆରୀ ଦିନ ମକର ସଂକ୍ରାନ୍ତି ପର୍ବ ପାଳନ କରାଯିବ। ତେବେ ଜାଣନ୍ତୁ ମକର ସଂକ୍ରାନ୍ତି ପାଳନ କରିବାର କଣ ରହିଛି ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ।

ମକର ସଂକ୍ରାନ୍ତିର ଧାର୍ମିକ ମହତ୍ତ୍ୱ:

lord bishnuମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟନ ହୋଇଥାନ୍ତି। ସୂର୍ଯ୍ୟଙ୍କ ଉତ୍ତରାୟଣ ହେବା ଅତ୍ୟନ୍ତ ଶୁଭ ହୋଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ ଅସୁରଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ବିଜୟ ହେବା ପରେ ଏହି ଶୁଭ ମକର ପର୍ବ ପାଳନ କରାଯାଇଥାଏ। ଉଲ୍ଲେଖ ରହିଛି ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ପୃଥିବୀ ଲୋକରେ ପହଞ୍ଚି ଅସୁରମାନଙ୍କୁ ସଂହାର କରିବା ସହ ମୁଣ୍ଡ କାଟି ମନ୍ଦରା ପର୍ବତରେ ପୋତି ଦେଇଥିଲେ। ସେହିଦିନ ଠାରୁ ଭଗବାନ ବିଷ୍ଣୁଙ୍କ ଏହି ବିଜୟକୁ ମକର ସଂକ୍ରାନ୍ତି ପର୍ବ ରୂପେ ପାଳନ କରାଯାଇଥାଏ।

ମକର ସଂକ୍ରାନ୍ତିର ବୈଜ୍ଞାନିକ ମହତ୍ତ୍ୱ:

makara-ମକର ସଂକ୍ରାନ୍ତି ପର୍ବରେ ଖେଚୁଡି, ରାଶି ଏବଂ ଗୁଡରେ ପ୍ରସ୍ତୁତ ହୋଇଥିବା ମିଠା ଖାଇବାର ପ୍ରଚଳନ ରହିଛି। କିନ୍ତୁ ଆୟୁର୍ବେଦ ଅନୁଯାୟୀ ଏହି ମାସର ଥଣ୍ଡା ପବନ ଅନେକ ରୋଗର କାରଣ ହୋଇଥାଏ, ଏହିକାରଣରୁ ମକର ସଂକ୍ରାନ୍ତିରେ ଏହି ପ୍ରସାଦ ଖାଇବାର ପ୍ରଚଳନ ରହିଛି। ରାଶି ଏବଂ ଗୁଡରେ ପ୍ରସ୍ତୁତ ହୋଇଥିବା ମିଠା ଖାଇବା ଦ୍ୱାରା ଶରୀର ଭିତରର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ। ଏହାବ୍ୟତୀତ ଏହିସବୁ ଜିନିଷ ଖାଇବା ଦ୍ୱାରା ଶରୀର ଗରମ ରହିଥାଏ।

ମକର ସଂକ୍ରାନ୍ତି ଦିନ ପ୍ରସାଦ ରୂପେ ସେବନ କରାଯାଉଥିବା ଖେଚୁଡି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଖେଚୁଡି ଖାଇବା ଦ୍ୱାରା ପାଚନ କ୍ରିୟା ସୁଚାରୁ ରୂପେ ହୋଇଥାଏ। ଏହାବ୍ୟତୀତ ଯଦି ଖେଚୁଡିରେ ମଟର ଏବଂ ଅଦା ମିଶାଇ ପ୍ରସ୍ତୁତ କରାଯାଏ ତେବେ ତାହା ଶରୀର ପାଇଁ ଅଧିକ ଲଶଭକାରୀ ହୋଇଥାଏ। ଏହା ଶରୀର ଭିତରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ସହ ବ୍ୟାକ୍ଟେରିଆ ସହ ଲଢିବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button