ଓଡିଶା

ବିଭିନ୍ନ ଦାବିରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ କରାଯାଇଛି ହୀରାକୁଦ ବନ୍ଦ ପାଳନ, ୫ଦିନ ହେବ ଚାଲିଛି ଆନ୍ଦୋଳନ

ହୀରାକୁଦରେ ୧୨ଘଣ୍ଟିଆ ବନ୍ଦ। ବିଭିନ୍ନ ଦାବିରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସଫେଇ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ଦୁଇ ମାସ ହେଲା ଦରମା ଦେଉନଥିବାବେଳେ କର୍ମଚାରୀମାନେ ESI ସମ୍ପର୍କିତ କୌଣସି ସୁବିଧା ସୁଯୋଗ ପାଉନାହାଁନ୍ତି। ଏହାର ପ୍ରତିବାଦରେ କର୍ମଚାରୀମାନେ ୫ଦିନ ହେଲା ଆନ୍ଦୋଳନ କରୁଛନ୍ତି। ସମସ୍ୟା ନେଇ ମହାନଗର ନିଗମ କମିଶନର ଓ ଜିଲ୍ଲାପାଳଙ୍କୁ ଅବିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ବାହାରିଲାନି। ଫଳରେ ବାଧ୍ୟ ହୋଇ ଆଜି ସଂଘ ପକ୍ଷରୁ ହୀରାକୁଦ ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button