ଦେଶ ବିଦେଶ

ମହଙ୍ଗା ପଡ଼ିଲା ଆଇସ୍‌କ୍ରିମ୍‌ ଚାଟିବା, ମିଳିଲା ଜେଲ ଦଣ୍ଡାଦେଶ

ଆଇସ୍‌କ୍ରିମ୍‌ ଚାଟିବା ବି ଅପରାଧ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ସତ। ଆମେରିକାରେ ଏଭଳି ଏକ ଘଟଣା ଘଟିଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ବ୍ୟକ୍ତିକୁ ଆଇସ୍‌କ୍ରିମ୍‌ ଚାଟିବା ଉପରେ ଦଣ୍ଡାଦେଶ ହୋଇଛି। ଏହି ଅପରାଧ ଯୋଗୁ ବ୍ୟକ୍ତିଙ୍କୁ ୩୦ ଦିନ ପାଇଁ ଜେଲ ହୋଇଛି। ଏଥିସହ ଆଇସ୍‌କ୍ରିମ୍‌ କମ୍ପାନୀକୁ ଜରିମାନା ଅର୍ଥ ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ ଏଭଳି ମାମଲା ନିଆରା ମାମଲା ଦେଶରେ ପ୍ରଥମ ବୋଲି ଜଣାଯାଇଛି।

icecream

ରିପୋର୍ଟ ମୁତାବକ ଆମେରିକାର ଟେକ୍ସାସ୍‌ର ପୋର୍ଟ ଆର୍ଥର ନାମକ ଜଣେ ବ୍ୟକ୍ତି ଏକ ଦୋକାନରୁ ବ୍ଲୁ ବେଲ ଆଇସ୍‌କ୍ରିମ୍‌ର ଏକ ଜାର କିଣିବାକୁ ଯାଇଥିଲେ। କିନ୍ତୁ କିଣିବା ପୂର୍ବରୁ ସେ କଣ୍ଟେନରକୁ ଖୋଲି ଆଇସ୍‌କ୍ରିମ୍‌କୁ ଚାଟିଥିଲେ ଓ ପରେ ପୁଣିଥରେ ତାହାକୁ ଫ୍ରିଜରେ ଥୋଇଦେଇଥିଲେ। ଆଇସକ୍ରିମ୍‌ ଚାଟିବାର ଭିଡିଓ ଭାଇରାଲ ହୋଇଥିଲା ଓ ଏବେ ଉକ୍ତ ବ୍ୟକ୍ତିଙ୍କୁ ୩୦ ଦିନର ଜେଲ ଦଣ୍ଡାଦେଶ ହୋଇଛି। ତାଙ୍କ ଉପରେ ୨ ହଜାର ଡଲାରର ଜରିମାନା ମଧ୍ୟ ଲାଗିଛି। ଘଟଣାଟି ୨୦୧୯ ମସିହାର ବୋଲି ଜଣାପଡ଼ିଛି।

ତେବେ ଭିଡିଓ ଭାଇରାଲ ହେବା ପରେ କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଜେଲ ଜରିମାନାର ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ କହିବାନୁସାରେ ଜଣେ ବ୍ୟକ୍ତି ଏଭଳି କରୁଥିବା ଦେଖିଲେ ଅନ୍ୟ ଲୋକମାନେ ମଧ୍ୟ ଏମିତି କରିବେ। ଫଳରେ ବହୁ ସମସ୍ୟା ଦେଖାଦେବ। ମାତ୍ର ବ୍ୟକ୍ତି ଜଣକ ଚାଟିବା ପରେ ଉକ୍ତ ଆଇସ୍‌କ୍ରିମ୍‌କୁ କିଣି ନେଇଥିଲେ ବୋଲି କହିଥିଲେ ମଧ୍ୟ କୋର୍ଟ କମ୍ପାନୀର ସମସ୍ତ ପ୍ରଡକ୍ଟକୁ ବଜାରରୁ ଫେରାଇନେବାକୁ ଆଦେଶ ଦେଇଥିଲେ। କମ୍ପାନୀକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲେ ମଧ୍ୟ ମାମଲା ତୁଟିଲା ବୋଲି ସନ୍ତୁଷ୍ଟ ଥିବା କମ୍ପାନୀ ମାଲିକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଫୁଡ୍‌ ଟାମ୍ପରିଂ ଆଦୌ ମଜା ନୁହେଁ। ଆମ ପ୍ରଡକ୍ଟ ସହ କୌଣସି ମଜାକ୍‌କୁ ବରଦାସ୍ତ କରିବୁ ନାହିଁ ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button