କ୍ରାଇମ
ସ୍କୁଲ୍ ଯାଉଥିବା ବେଳେ ଦଶମ ଶ୍ରେଣୀ ଝିଅଙ୍କୁ ଅପହରଣ କଲା ମୁଖାପିନ୍ଧା ବାଇକ୍ ଚାଳକ

ଜଣେ ମୁଖାପିନ୍ଧା ବାଇକ୍ ଚାଳକ ଶୁକ୍ରବାର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଝିଅଙ୍କୁ ଅପହରଣ କରିଥିବା ଜଣାଯାଇଛି । ଝିଅଟି ଏକ୍ଷ୍ଟ୍ରା କ୍ଲାସ୍ ପାଇଁ ସ୍କୁଲ୍କୁ ଯାଉଥିଲେ । ଅପହର୍ତ୍ତା ଜଣକ ଝିଅଟିକୁ ଭୟଭୀତ କରି ନିଜ ବାଇକ୍ରେ ଉଠାଇ ନେଇଛି ।
ଖବରରୁ ଜଣାପଡ଼ିଛି ଯେ ୧୫ ବର୍ଷ ବୟସ୍କା ଝିଅଟି ତାର ସହପାଠୀ ସହ ଇତିହାସ ଓ ଭୁଗୋଳର ଏକ୍ଷ୍ଟ୍ରା କ୍ଲାସ୍ ପାଇଁ ଦିନ ୪ଟା ବେଳେ ସ୍କୁଲ୍କୁ ଯାଉଥିଲେ । ଏହି ସମୟରେ ମୁଖା ପିନ୍ଧା ଅପହର୍ତ୍ତା ଜଣକ ଝିଅଟିକୁ ଭୟଭୀତ କରି ନିଜ ବାଇକ୍ରେ ଉଠାଇ ନେଇଥିଲା । ସହପାଠୀ ଜଣକ ଝିଅଟିକୁ ରକ୍ଷା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସହପାଠୀ ତୁରନ୍ତ ଝିଅର ପରିବାର ଲୋକଙ୍କୁ ଜଣାଇବା ପରେ ଟାଉନ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି ।



