ଜୀବନଶୈଳୀ

ଏହି ରୋଗ ଯୋଗୁ ପ୍ରେମରେ ପାଗଳ ହେଉଛନ୍ତି ଯୁବପିଢ଼ି, ସବୁ ସୀମା ଟପିବାକୁ ବି ହୋଇଯାଉଛନ୍ତି ରାଜି

ଆଜିକାଲି ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ଏକ ସାଧାରଣ କଥା। ଯିଏ ଯାହାକୁ ପସନ୍ଦ କଲା ତା’ ସହ ଜୀବନ ସାରା ରହିବାକୁ ବିଭିନ୍ନ ଉପାୟ ଆପଣାଉଥିବା ଦେଖାଯାଉଛି। କିନ୍ତୁ ଯଦି କେହି ପ୍ରେମକୁ ପ୍ରତ୍ୟାଖ୍ୟାନ କରେ, ତେବେ ପରିସ୍ଥିତି ସାଂଘାତିକ ହୋଇଯାଏ। ଏଭଳି ସ୍ଥଳେ ଲୋକମାନେ ନିଜ ପ୍ରେମକୁ ପାଇବାକୁ ତାକୁ ପିଛା କରିବା, ରାସ୍ତାଘାଟରେ ରୋକିବା, ବିଭିନ୍ନ ସମସ୍ୟାରେ ପକାଇବା ଆଦି ଭଳି କାମ କରିଥାନ୍ତି। ଯାହା ବେଳେବେଳେ ଚରମ ସୀମାରେ ପହଞ୍ଚିଥାଏ ଫଳସ୍ୱରୂପ ପ୍ରେମିକ କିମ୍ବା ପ୍ରେମିକାକୁ ଅପଦସ୍ତ ହେବାକୁ ପଡ଼େ। ବେଳେବେଳେ କଥା ଥାନା ଯାଏଁ ବି ପହଞ୍ଚେ। ସାଧାରଣତଃ କାହାକୁ ପିଛା କରିବା କିମ୍ବା ବାରମ୍ବାର କଲ ଓ ମେସେଜ୍‌ ଦେବାକୁ ଷ୍ଟକିଂ ବୋଲି କୁହାଯାଏ, ଯାହା ଏକ ଅପରାଧ ଭାବେ ପରିଗଣିତ ହୋଇଥାଏ। କିନ୍ତୁ ପ୍ରେମ କ୍ଷେତ୍ରରେ ଏହାକୁ ଅବ୍‌ସେସିଭ୍‌ ଲଭ ଡିସ୍‌ଅର୍ଡର ବା ପ୍ରେମରେ ପାଗଳାମି କୁହାଯାଏ। ତେବେ ଆସନ୍ତୁ ଜାଣିବା କ’ଣ ଏହି ଅବ୍‌ସେସିଭ୍‌ ଲଭ ଡିସଅର୍ଡର…

love

ଅବ୍‌ସେସିଭ୍‌ ଲଭ୍‌ ଡିସ୍‌ଅର୍ଡର ଏକ ପ୍ରକାରର ସାଇକୋଲୋଜିକାଲ କଣ୍ଡିସନ୍‌ ବା ମାନସିକ ସ୍ଥିତି, ଯେଉଁଥିରେ ଲୋକମାନେ କୌଣସି ଜଣଙ୍କ ଉପରେ ମୁଗ୍ଧ ହୋଇଯାଆନ୍ତି ଓ ସେମାନେ ଏହାକୁ ପ୍ରେମ ବୋଲି କୁହନ୍ତି। ସେମାନଙ୍କୁ ଲାଗେ ଯେ ସେହି ବ୍ୟକ୍ତି ଉପରେ କେବଳ ତାଙ୍କର ହିଁ ଅଧିକାର ରହିଛି ଓ ବଦଳରେ ସେ ବି ତାଙ୍କୁ ସମାନ ପରିମାଣରେ ଭଲ ପାଇବ। ଯଦି ଆର ବ୍ୟକ୍ତି ଜଣକ ତାଙ୍କୁ ପ୍ରେମ ନକରେ ତେବେ ସେ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ସେମାନେ ଅନ୍ୟ ବ୍ୟକ୍ତିର ଭାବନାକୁ ସମ୍ପୂର୍ଣ୍ଣ ଭାବେ ନିଜ କବ୍‌ଜାକୁ ନେବାକୁ ଚାହିଁଥାନ୍ତି।

love2

ଅବ୍‌ସେସିଭ୍‌ ଲଭ୍‌ ଡିସ୍‌ଅର୍ଡରର ଲକ୍ଷଣ:

  • କୌଣସି ବ୍ୟକ୍ତି ପ୍ରତି ପ୍ରବଳ ତଥା ଅସାଧାରଣ ଆକର୍ଷଣ
  • ସେହି ବ୍ୟକ୍ତିଙ୍କ ପ୍ରତି ବାରମ୍ବାର ଚିନ୍ତା କରିବା
  • ତାଙ୍କ ଉତ୍ତରକୁ ସ୍ୱୀକାର କରି ନପାରିବା
  • ଅନ୍ୟମାନଙ୍କ ପାଖରେ ମଧ୍ୟ କେବଳ ତାଙ୍କ ବିଷୟରେ ହିଁ କଥାବାର୍ତ୍ତା ହେବା, ତାଙ୍କ ବିଷୟରେ କଥା ହେବାକୁ ବାହାନା ଖୋଜିବା
  • ତାଙ୍କ ପାଇଁ ଅନ୍ୟ ସମ୍ପର୍କକୁ ଭୁଲିଯିବା
  • ତାଙ୍କୁ ବାରମ୍ବାର କଲ କିମ୍ବା ମେସେଜ୍‌ କରିବା, ତାଙ୍କ ପିଛା କରିବା, ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଖୋଜିବା
  • ତାଙ୍କୁ ବ୍ଲାକ୍‌ମେଲ କରିବା, କୌଣସି ପ୍ରକାରେ ନିଜ କଥାରେ ତାଙ୍କୁ ରାଜି କରାଇବା

love4

ଅବ୍‌ସେସିଭ୍‌ ଲଭ୍‌ ଡିସ୍‌ଅର୍ଡରର କାରଣ:

ଏକ୍ସପର୍ଟଙ୍କ କହିବାନୁସାରେ ଏଭଳି ସମସ୍ୟା ଦେଖାଯିବାର ଅନେକ କାରଣ ରହିଛି। ଏଥିପାଇଁ କେବଳ ଗୋଟିଏ କାରଣ ନଥାଏ। ବେଳେବେଳେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇବା ପରେ ମଧ୍ୟ ଏଭଳି ବ୍ୟବହାର କରିଥାଏ। ସେମାନେ କେବଳ ସେହି ଜଣଙ୍କ ପାଇଁ ଏଭଳି ଚିନ୍ତା କରିଥା’ନ୍ତି ଆଉ କାହା ପାଇଁ ସେମାନଙ୍କ ମନରେ ଏଭଳି ଭାବନା ଆସିନଥାଏ।

obsessive

ଏମିତି କରନ୍ତୁ ସାହାଯ୍ୟ:

ଯଦି ଆପଣଙ୍କ ଆଖପାଖର କୌଣସି ବ୍ୟକ୍ତିଙ୍କ ପାଖରେ ଏଭଳି ଲକ୍ଷଣ ଦେଖୁଛନ୍ତି କିମ୍ବା କୌଣସି ବନ୍ଧୁଙ୍କ ନିକଟରେ ଏମିତି ବ୍ୟବହାର ଦେଖୁଛନ୍ତି, ତେବେ ତାଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ବୁଝାନ୍ତୁ। ପ୍ରକୃତ ସତକୁ ଗ୍ରହଣ କରିବାକୁ କୁହନ୍ତୁ। ତଥାପି ଯଦି ସେ ବୁଝୁନାହାନ୍ତି ତେବେ ତାଙ୍କ ପରିବାର ସହ ଯୋଗାଯୋଗ କରି କୌଣସି ଭଲ ମନସ୍ତତ୍ତ୍ୱବିତ୍‌ଙ୍କୁ ଦେଖାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button