ବିଚାର
ସାମାଜିକ ଦୂରତା ରକ୍ଷା କରି କିସ୍ରେ ପାଳିତ ହେଲା ମଧୁବାବୁ ଜୟନ୍ତୀ

ଆଜି ଓଡ଼ିଶାର ଅନ୍ୟତମ ବରପୁତ୍ର ମଧୁବାବୁଙ୍କ ଜୟନ୍ତୀ। ଅବିଭକ୍ତ କଟକ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ସତ୍ୟଭାମାପୁରରେ ୧୮୪୭ ମସିହା ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ମଧୁବାବୁ। ଆଜି ତାଙ୍କର ଜୟନ୍ତୀକୁ କିସ୍ରେ ପାଳନ କରାଯାଇଛି । କିସ ପରିସରରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପୁଷ୍ପମାଲ୍ୟ ଅପର୍ଣ କରିଥିଲେ । ଏହି ଅବସରରେ ମଧୁ ବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରି କିଟ୍ ଓ କିସର ଅଳ୍ପ ସଂଖ୍ୟକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।



