କ୍ରାଇମ

ଆପାର୍ଟମେଣ୍ଟ୍‌ରେ ପଚା ଗନ୍ଧକୁ ଦୂର କରିବା ପାଇଁ ସେ ଅଗରବତି ବ୍ୟବହାର କରୁଥିଲା ପ୍ରେମିକ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଜାଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେଇ ବସିବେ । ପ୍ରେମ, ପ୍ରତାରଣା ଏହାପରେ ଧୋକା କଥା ଆପଣ ମାନେ ଶୁଣିଥିବେ । କିନ୍ତୁ ଯୁବକ ଜଣଙ୍କ ଏହିଭଳି କାଣ୍ଡ ରଚାଇଛନ୍ତି ଯେ ଏହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ତେବେ ଏହି ଘଟଣା ଘଟିଥିଲା ୫ ମାସ ତଳେ ।

ମାତ୍ର ଏହା ସମ୍ବନ୍ଧରେ ଜଣା ପଡିଲା ଗତକାଲି । କଥାରେ ଅଛି ମଣିଷ ମରା ପାପ ସାତତଳ ପଙ୍କରେ ଲୁଚି ରହିଲେ ମଧ୍ୟ ଦିନେ ନା ଦିନେ ବାହାରକୁ ଆସିବ । ସତ କଣ ଜଣା ପଡିବ ଏବଂ ଦୋଷୀ ଯିଏ ଦଣ୍ଡ ପାଇବ । ୫ ମାସ ତଳେ ନିଜ ପ୍ରେମିକା କୁ ମାରି ୩୫ ଖଣ୍ଡ କରିଥିବା ପ୍ରେମିକ ଆଜି ପୋଲିସ ହାତରେ ଧରା ପଡିଛି । ଦିଲ୍ଲୀ ର ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ସମ୍ବନ୍ଧରେ ଆଜି କହୁଛୁ ।

ପ୍ରଥମେ ପ୍ରେମ ଏହାପରେ ବିବାହ କରିବା ନିମନ୍ତେ ପ୍ରତିଶୃତି ଦେଇ ଲିଭ-ଇନ ରିଲେସନସିପ ରେ ରୁହନ୍ତି ଜଣେ ଯୁବକ । ମାତ୍ର ପ୍ରେମିକା ଯେତେବେଳେ ଜିଦିକରେ ବିବାହ କରିବା ପାଇଁ ଠିକ ସେତିକି ବେଳେ ତଣ୍ଟି ଚିପି ହ-ତ୍ୟା କରିଛନ୍ତି ନିଜ ପ୍ରେମିକାଙ୍କୁ । ଆଉ ଏହାପରେ ସେ କରିଥିବା ଅପରାଧ ରୁ ମୁକ୍ତି ପାଇବା ନିମନ୍ତେ ଗୋଟିଏ ପରେ ଗୋଟିଏ ଖେଳ କରିଥାଏ ।

ପ୍ରେମିକା ଙ୍କ ଶରୀରକୁ ୩୫ ଖଣ୍ଡ କରି କ-ଆଟି ତାହାକୁ ୩୦୦ ଲିଟର କ୍ଷମତା ବିଶିଷ୍ଟ ଏକ ନୂଆ ଫ୍ରିଜ କିଣି ରଖିବା । ଯେମିତି କାହାର କିଛି ସନ୍ଦେହ ନ ହେବ । ଆପାର୍ଟମେଣ୍ଟରେ ଗନ୍ଧ ନ ହେବା ନିମନ୍ତେ ଦାମୀ ଦାମୀ ଅଗରବତୀ ଅଥବା ଧୂପ ଜାଳିବା । ତେବେ ଏହିଭଳି କରି ୫ ମାସ ହେବ ପୋଲିସ କବଳରୁ ମୁକ୍ତି ପାଇ ଯାଉଥିଲା ପ୍ରେମିକ ଜଣକ । ପ୍ରେମିକ ଙ୍କ ନାମ ଅବତାଭ ଏବଂ ପ୍ରେମିକା ଙ୍କ ନାମ ଶ୍ରଦ୍ଧା । ମଇ ମାସ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହ କୁ ନେଇ ଯୁକ୍ତିତରକ ଲାଗିଥିଲା । ଏହାଫଳରେ ଅବତାଭ ଶ୍ରଦ୍ଧା ଙ୍କୁ ମାରି ଦେଇଥିଲା ।

ଏହାପରେ ୩୫ ଖଣ୍ଡ କରି ଲୁଚାଇବା ନିମନ୍ତେ ଏକ ନୂଆ ଫ୍ରିଜ କିଣିଥିଲା । ପ୍ରେମିକାଙ୍କ କଟା ମୁଣ୍ଡ ତଥା ମଢ ଶରୀରକୁ ରଖିଥିଲା ସେଥିରେ ଆଊ ଆପାର୍ଟମେଣ୍ଟରେ ପଚା ଗନ୍ଧ ନ ହେବା ନିମନ୍ତେ ସେ ଅଗରବତୀ ବ୍ୟବାହାର କରୁଥିଲା । ମାଂସ କଟା ଛୁରୀ ବ୍ୟବହାର କରି ନିଜ ପ୍ରେମିକାଙ୍କୁ ହତ୍ୟା କରିଥିଲେ । ମାତ୍ର ଜେରା ସମୟରେ ନିଜର ମତ ବାରମ୍ବାର ବଦଳାଇବାରୁ ଏହି ହ-ତ୍ୟାକାଣ୍ଡ ସମ୍ବନ୍ଧରେ ଜଣା ପଡିଥିଲା ପୋଲିସ ଙ୍କୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button