ଓଡିଶା

ପୁରୁଷଙ୍କ ଅନ୍ତବସ୍ତ୍ର ନେଇ ଟଙ୍କା ମାଗୁଥିଲା ପ୍ରୀତି ଦେଶାଇ, ଅର୍ଚ୍ଚନା ଭଳି କରୁଥିଲା ବ୍ଳାକମେଲ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ନାଗ ଯେଉଁଭଳି ଢଙ୍ଗରେ ଲୋକଙ୍କୁ ଚୂନ ମାରୁଥିଲା, ଠିକ ସେହିଭଳି ଢଙ୍ଗରେ ସୁନ୍ଦରୀ ପ୍ରୀତି ସବୁ ବଡ ବଡିଆ ଙ୍କୁ ଚୂନ ମାରୁଥିଲା । ମାତ୍ର ଅର୍ଚ୍ଚନା ଙ୍କ ଠାରୁ ଗୋଟିଏ ପାଦ ଆଗରେ ଥିଲା ସୁନ୍ଦରୀ ପ୍ରୀତି । ସୁନ୍ଦରୀ ପ୍ରୀତି ଅର୍ଚ୍ଚନା ନାଗ ଙ୍କ ଭଳି ଫେସବୁକ ଆଉ ଇଂଷ୍ଟାଗ୍ରାମ ଅର୍ଥାତ ସୋସିଆଲ ମିଡିଆ ଙ୍କୁ ମାଧ୍ୟମ କରୁଥିଲା ବନ୍ଧୁତା ସ୍ଥାପନ କରିବା ନିମନ୍ତେ ।

ଆଉ ବନ୍ଧୁତା ସ୍ଥାପନ ପରେ ଶାରୀରିକ ସମ୍ପର୍କ ଗଢିଉଠୁଥିଲା ଉଭୟଙ୍କ ମଧ୍ୟରେ । ଆଉ ଏହାପରେ ସେହି ସମୟର କିଛି ଭିଜୁଆଲ କୁ କଏଦ କରି ନେଉଥିଲା ପ୍ରୀତି ଦିଶାଇ । ଏତିକିରେ ସୀମିତ ଥିଲା ଅର୍ଚ୍ଚନା ଙ୍କ ଭଳି କାମ କରିବା । ମାତ୍ର ଅର୍ଚ୍ଚନା ଙ୍କ ଠାରୁ ପାଦେ ଆଗକୁ ଯାଇଛନ୍ତି ପ୍ରୀତି । ଯାହା ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ତାହାର ଅନ୍ତବସ୍ତ୍ର କୁ ଚୋରୀ କରି ରଖୁଥିଲେ । ଆଉ ତାହାପରେ ଉକ୍ତ ଯୁବକଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ।

ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଯେଉଁ ବ୍ୟକ୍ତି ଟଙ୍କା ଦେବା ନିମନ୍ତେ ରାଜି ହେଉନଥିଲା, ସେହି ଅନ୍ତବସ୍ତ୍ର ମାଧ୍ୟମରେ ତାଙ୍କୁ ଔଷଧ କରି ଅନେକ ମୁନାଫା କମାଉଥିଲା । ଦାବି ମୁତାବକ ଯଦି ସେମାନେ ଟଙ୍କା ନ ଦିଅନ୍ତି ତେବେ ପ୍ରୀତି ତାଙ୍କ ନାମରେ ବଳାତ୍କାର ମାମଲା ଛନ୍ଦି ଦେବେ ବୋଲି ଧମକ ଦେଉଥିଲା । ଏହିଭଳି କାଣ୍ଡ ସବୁ ଅର୍ଚ୍ଚନା ନାଗ ଙ୍କ ଭଳି ସେ କରୁଥିଲା ।

ଏହି ଘଟଣା ହେଉଛି ରାଜସ୍ଥାନ ଗରଜପୁର ଅଞ୍ଚଳର । ତେବେ ଏହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଯାହାଙ୍କ ନାମ ଅନିଲ ଘୋୟାଲ, ସେ ତାଙ୍କ ଠକାମିର ଶିକାର ହୋଇଛନ୍ତି । ଆଉ ତାଙ୍କ ଅଭିଯୋଗ ଅନୁସାରେ ସେଠାକାର ର ପୋଲିସ ଟିମ ପ୍ରୀତି ଙ୍କୁ ଧରିବାକୁ ଭୁବନେଶ୍ଵର କୁ ଆସିଥିଲା ।

ରାଜସ୍ଥାନ ପୋଲିସ କହିଛି ଯେ ପ୍ରୀତି ଙ୍କ ନାମରେ ଅଧ ଡର୍ଜନ ରୁ ଅଧିକ ମାମଲା ରହିଅଛି । ଆଉ ସବୁ ମାମଲାରେ ସେ ଧନୀ ଲୋକଙ୍କୁ ହିଁ ବ୍ଲାକମେଲ କରିଛନ୍ତି । ଆଉ ସବୁଠାରୁ ବଡ କଥା ଯେ ଏହି ସୁନ୍ଦରୀର ଅତ୍ୟାଚାର ସହି ନପାରି ରାଜସ୍ଥାନ ର ଜଣେ ବ୍ୟବସାୟୀ ନିଜ ଜୀବନ ହାରି ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button