ଦେଶ ବିଦେଶ

‘Psychiatrist ଡାକ୍ତର ନିଜେ ମତେ କହିଥିଲେ ତୁ ପ୍ଯାଣ୍ଟ ସାର୍ଟ ଖୋଲ, ମତେ ତୋର ବୟଫ୍ରେଣ୍ଡ ଭାବେ…’ କିନ୍ନର ବଖାଣିଲେ ନିଜର ଦୁଃଖ

ବନ୍ଧୁଗଣ, କିନ୍ନର ଙ୍କ ସହିତ ଘଟିଥିବା କିଛି ବିଶେଷ ଘଟଣା ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଯାହା ଶୁଣିଲେ ଆପଣ ମଧ୍ୟ ଚିନ୍ତା କରିବାକୁ ଲାଗିବେ ଯେ କିନ୍ନର ଙ୍କ ଜୀବନ କେତେ ଦୁଃଖ କଷ୍ଟ ରେ ପରିପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି କିନ୍ନର ଜଣଙ୍କ ଯେତେବେଳେ ଜାଣିଲେ ସେ ଜଣେ ଅଲଗା ଜେଣ୍ଡରର ବୋଲି ସେ ପ୍ରଥମେ ଯାଇ ନିଜ ମା’ ଙ୍କୁ ଜଣାଇ ଥିଲେ ।

କାରଣ ତାଙ୍କ ମା’ ଜଣେ ବଡ ସପୋର୍ଟର ଥିଲେ । ତାଙ୍କ ମା’ ହିଁ ତାଙ୍କୁ ପ୍ରଥମେ ଷପୋର୍ଟ କରୁଥିଲେ ମାତ୍ର ଭାଇ ଙ୍କ ବିବାହ ପରେ ତାଙ୍କ ଭାଉଜ ତାଙ୍କୁ ଷପୋର୍ଟ କରିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି ।କିନ୍ନର ଙ୍କ ବାପା ଯେତେବେଳେ ତାଙ୍କୁ ଘରୁ ବାହାର କରିଦେଇଥିଲେ ସେତେବେଳେ ତାଙ୍କ ମା’ କହିଥିଲେ ଯେ ଯଦି ସେ ଘରୁ ବାହାରିବ ତେବେ ମୁଁ ମଧ୍ୟ ବାହାରକୁ ବାହାରି ଯିବି ।

ଇଂଜିନିୟରିଂ ସେକେଣ୍ଡ ଇୟର ରେ ଯେତେବେଳେ ସେ କେଶ ବଢାଇବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ଘର ଲୋକମାନେ ତାଙ୍କୁ କହିଥିଲେ ଯେ ତୁ ଆଉ ଘରକୁ ଆସିବୁନାହିଁ । ତାଙ୍କ ବାପାଙ୍କୁ ବହୁତ ସମୟ ଲାଗିଥିଲା ଏହା ବୁଝିବାକୁ ଯେ ତାଙ୍କ ପିଲା ଜନ୍ମଗତ ଏହିଭଳି ଭାବରେ ଜନ୍ମ ନେଇଛି । ଏହି କିନ୍ନର ଜଣକ ଯେତେବେଳେ ଯୁକ୍ତ ଦୁଇ ପଢୁଥିଲେ ସେତେବେଳେ ସେକ୍ସୁଆଲି ରେପ ର ମଧ୍ୟ ଶିକାର ହୋଇଛନ୍ତି ।

କିଛି ପିଲା ତାଙ୍କୁ ନେଇ ଏକ ବନ୍ଧ କୋଠରୀରେ ରଖିଦେଇଥିଲେ । ସେ କହିଛନ୍ତି ତାଙ୍କର ଅଧିକାର ଅଛି ଯେ ସେମାନେ ନିଜ ପାର୍ଟନର କୁ ବାଛି ପାରିବେ । ସେ ବର୍ତ୍ତମାନ ରିଲେସନ ଏବଂ ପାର୍ଟନର ସମ୍ବନ୍ଧରେ କିଛି ଚିନ୍ତା କରି ନାହାଁନ୍ତି କାରଣ ତାଙ୍କୁ ଜୀବନରେ ଆଗକୁ ବହୁତ କିଛି କରିବାକୁ ଅଛି । ଗୋଟିଏ ଟ୍ରାନ୍ସଜେଣ୍ଡର ଲାଇଫରେ ପ୍ରେମ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଏଥିପାଇଁ ଗ୍ରହଣ କରିଥାଏ, କାରଣ ପ୍ରେମ ସେମାନେ ପାଇ ନଥାନ୍ତି ।

କିନ୍ନର ମାନଙ୍କୁ ସମାଜରୁ ତଥା ପରିବାରରୁ ସେତିକି ମାତ୍ରାରେ ଭଲ ପାଇବା ମିଳି ନଥାଏ ସେଥିପାଇଁ ସେମାନେ ପୁଅ ପ୍ରତି ଆକର୍ଷିତ ହୁଅନ୍ତି ଏବଂ ସେମାନେ ଚାହାଁନ୍ତି ଯେ ତାଙ୍କୁ ମଧ୍ୟ ସେତିକି ଭଲପାଇବା ମିଳୁ । ମାତ୍ର ସେ ସବୁ ଆଜିଭଳି ଦିନରେ ଆଦୌ ହେଉନାହିଁ । ସମସ୍ତେ ପ୍ରାୟ ଫାଇଦା ଉଠାଇବାରେ ଲାଗିଛନ୍ତି । ରାସ୍ତା କଡରେ କିନ୍ନର ମାନେ ଛିଡା ହୁଅନ୍ତି ଏବଂ ଲୋକମାନେ ସେମାନଙ୍କ ପାଖକୁ ଯାଇ ମୂଲ୍ୟାୟନ କରନ୍ତି,

ଏହାକୁ ନେଇ ସେ କହିଛନ୍ତି ଯେ ଜଣେ ଯଦି ତା ଇଛା ସତ୍ବେ କରୁଛି ସେକ୍ସ ୱାର୍କ ତେବେ ତାକୁ ସେତିକି ସନମାନ ଦେବା ଆବଶ୍ୟକ । ଝିଅ ଜଣେ ପୁଅ କୁ ବିବାହ କରିବ ମାତ୍ର ଜଣେ କିନ୍ନର କାହାକୁ ବିବାହ କରିବ ? ତାହାର ମଧ୍ୟ କିଛି ସେକ୍ସୁଆଲ ଆବଶ୍ୟକତା ରହିଥିବ ଏଣୁ ସେ ଏହିଭଳି କରିବା ଆବଶ୍ୟକ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button