ଓଡିଶା

ଓଡିଆ ଝିଅଙ୍କ ମହାନତା ! ଜେଜେ IAS ବାପା ପ୍ରଫେସର, ହେଲେ ଝିଅ ବିକୁଛି ପକୁଡି…ପୁରା ଘଟଣା ଜାଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଶ୍ୟୁକ୍ତା ଙ୍କ ଜେଜେ ଥିଲେ ଜଣେ IAS ଅଫିସର, ବାପା ଜଣେ ପ୍ରଫେସର ଏବଂ ମା ଚଲାଉଛନ୍ତି ପବ୍ଲିକ ସ୍କୁଲ । ତାଙ୍କ ଘରେ ଅଚଳାଚଳ ସମ୍ପତ୍ତି । ମାତ୍ର ଝିଅ ଆଶ୍ୟୁକ୍ତା ଦହିବରା ଆଳୁଦମ ପାପଡିଚାଟ ଏବଂ ପକୁଡି ସାଙ୍ଗକୁ ଖାଦ୍ୟର ପସରା ମେଲାଇ ଛନ୍ତି କିନ୍ତୁ ଆପଣ ଏହା ଜାଣି ଚିନ୍ତା କରୁଥିବେ ଯେ ଯୁବତୀ ଜଣକ ଆତ୍ମ ନିର୍ଭର ପାଇଁ ଏ ସବୁ କରୁଛନ୍ତି ମାତ୍ର ସେଭଳି କିଛି ନୁହେଁ ।

କାରଣ ଆଶ୍ୟୁକ୍ତା ପଣ୍ଡା ନାମକ ଏହି ଯୁବତୀ ଙ୍କ ଘରର ଚଳଣି ବେସ ସୂଚଳ । ସେ ନିଜେ ମଧ୍ୟ ଶ୍ବବାଲମ୍ବୀ ଅଟନ୍ତି । ସେ ଇଫ୍କୋ ରେ ଉଚ୍ଚ ବେତନରେ ଚାକିରି ମଧ୍ୟ କରିଛନ୍ତି । ତେବେ ତାଙ୍କର କୌଣସି ଜିନିଷରେ ଅଭାବ ନଥିବା ସତ୍ବେ ଆଶ୍ୟୁକ୍ତା କାହିଁକି ଖାଦ୍ୟ ଷ୍ଟଲ କରି ବିକ୍ରି କରୁଛନ୍ତି ଏହାକୁ ନେଇ ବର୍ତ୍ତମାନ ପ୍ରଶ୍ନ । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ ।

କଥାଟି ହେଉଛି ଯେ ଆଶ୍ୟୁକ୍ତା ଏହି ଷ୍ଟଲ ରୁ ଉପାର୍ଜିତ କରୁଥିବା ଧନ କୁ ନିଜ ପାଇଁ ନୁହେଁ ବରଂ ଅନାଥ ପିଲା ଙ୍କ ସହ ସ୍ତନ କର୍କଟ ରୋଗୀ ଙ୍କ ପାଇଁ ଦାନ କରିବାକୁ ଏହିସବୁ କରୁଛନ୍ତି ଆଶ୍ୟୁକ୍ତା । ସେ କହିଛନ୍ତି ପିଲାମାନେ ବହୁତ ଅଛନ୍ତି ଏବଂ ତାଙ୍କୁ ଷପୋର୍ଟ ବହୁତ କମ ମିଳେ । ପିଲାଟି ବେଳୁ ଅନାଥ ଶିଶୁ ଏବଂ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା ଯୋଗାଇବାକୁ ସବୁବେଳେ ସେ ଆଗରେ ରହିଥାନ୍ତି ।

ଚାକିରୀ କରି ବ୍ୟସ୍ତ ଜୀବନ ବିତାଉଥିବା ବେଳେ ସେଥିରୁ ବାହାରି ଅନ୍ୟ ମାନଙ୍କ ନିମନ୍ତେ କିଛି କରିବା ନିମନ୍ତେ ତାଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ । ସେଥିପାଇଁ ସେ ଭୁବନେଶ୍ବରର ମେଳାରେ ଖୋଲିଛନ୍ତି ଫୁଡ ଷ୍ଟଲ । ଆଉ ଏହି ଷ୍ଟଲ ରେ ତାଙ୍କ ଘର ତିଆରି ଭଳିକି ଭଳି ଓଡିଆ ଘରର ପିଠା ସାଙ୍ଗକୁ ଚଟପଟି ପାଟି ସୁଆଦ ଖାଇବା ମଧ୍ୟ ମିଳୁଛି । କାର୍ତ୍ତିକ ମାସ ନିମନ୍ତେ ବିନା ପିଆଜ ରଶୁଣ ରେ ମଧ୍ୟ ଏଠାରେ ଖାଦ୍ୟ ଉପଲବ୍ଧ ।

ଏଥିରୁ ଯାହା ଲାଭ ମିଳିବ ସେ ଢେଙ୍କାନାଳ ରେ ଥିବା ଏକ ଅନାଥ ଆଶ୍ରମ ଏବଂ ସ୍ତନ କର୍କଟ ପୀଡିତ ଥିବା ମହିଳା ଙ୍କ ପାଇଁ ଦାନ କରିବେ ବୋଲି କହିଛନ୍ତି । ଏଥିରେ ଆଶ୍ୟୁକ୍ତା ଙ୍କୁ ତାଙ୍କ ମା ଏବଂ ଅନ୍ୟ କିଛି ଯୁବତୀ ମଧ୍ୟ ସହଯୋଗ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button