ଦେଶ ବିଦେଶ

ସେଥର ଖାଇଥିଲୁ ଚିକେନ ବିରିୟାନୀ ,ଏଇଥର ବି ଖାଇବୁ, କାରଣ ଆମେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଆସନ୍ତା କାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଆପଣ ମାନେ ଜାଣିଛନ୍ତି ଯେ ସୂର୍ଯ୍ୟପରାଗ ସମୟରେ କିଭଳି ଭାବରେ ହେତୁବାଦୀ ମାନେ ବିରିୟାନୀ ପାର୍ଟି କରିଥିଲେ କିନ୍ତୁ ଚନ୍ଦ୍ରଗ୍ରହଣରେ ସେମାନେ ଏହାକୁ କେତେ ମାନିବେ ସେ ସମ୍ପର୍କରେ ବି.ରାମଚନ୍ଦ୍ର କହିଛନ୍ତି ଯେ ଚନ୍ଦ୍ରଗ୍ରହଣ ତା’ ବାଟରେ ହେଉଛି ମାତ୍ର ସେଥିପାଇଁ କୌଣସି ଦାଇତ୍ଵ ନାହିଁ ଆମ ପ୍ରତି ।

ବ୍ରାହ୍ମଣ ସମାଜ, ପୂଜାୟତ, ସନାତନ ହିନ୍ଦୁଧର୍ମ ଏ ମାନେ ସବୁ କରିଛନ୍ତି କିନ୍ତୁ ସନାତନ ହିନ୍ଦୁ ଧର୍ମର ନା ଗନ୍ଧ ନାହିଁ ଭାରତ ସମ୍ଭିଧାନରେ । ଭାରତ ସମ୍ବିଧାନ ହେତୁ ଆମେ ଶାସିତ ହେଉଛୁ, ସେଥିରେ ନାଗରିକ ମାନଙ୍କୁ ଅଧିକାର ଦିଆ ଯାଇଅଛି ତଥା କର୍ତବ୍ୟ ରହିଅଛି । ସେ କହିଛନ୍ତି ଯେ ସୂର୍ଯ୍ୟ ପରାଗ ରେ ଯେଉଁଭଳି ଭାବରେ ବିରିୟାନୀ ପାର୍ଟି କରିଥିଲେ ସେହିଭଳି ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ଖାଇବେ ।

ମାତ୍ର ଗର୍ଭବତୀ ମହିଳା ଙ୍କୁ ଏହା କହି ଯେଉଁମାନେ ଉପାସ ରଖୁଛନ୍ତି ସେମାନଙ୍କ ଛୁଆ ଭବିଷ୍ୟତରେ ଅସୁସ୍ଥ ହେବେ । ଏଣୁ ଆମ୍ଭେ ଚାରିଆଡକୁ ମୁଣ୍ଡ ଖେଳାଇବା ନିହାତି ଆବଶ୍ୟକ । ପୂର୍ବରୁ ବାପା ଅଜା ଯାହା କହିଛନ୍ତି ବୋଲି ତାହା ବର୍ତ୍ତମାନ କରିବା କିଛି ଆବଶ୍ୟକ ନୁହେଁ । ବି.ରାମଚନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ କାଲି ଏକ ମିଟିଂ ହେବ ଏବଂ ଏଥିରେ ସମସ୍ତ ଅନ୍ଧ ବିଶ୍ଵାସ, ଯାହାର ଭିତ୍ତିଭୂମି ବିଜ୍ଞାନ ସମ୍ମତ୍ତ ନୁହେଁ, ସେ ବିଶ୍ଵାସ କୁ ଧରି ରଖିବା ଉଚିତ ନୁହେଁ ।

ବିନା ଖାଦ୍ୟରେ ମଣିଷ ବଞ୍ଚିବେ କେମିତି ? ଖାଦ୍ୟ ଦରକାର ବୋଲି ଆମେ ସମସ୍ତେ ଚାକିରୀ କରୁଛୁ । ୨୫ ତାରିଖ ପରେ ଯେଉଁ ବ୍ୟକ୍ତି ଲିଗାଲ ନୋଟିସ ପଠାଇଥିଲେ ବର୍ତ୍ତମାନ ସେ ଲୋକେ କୁଆଡେ ଗଲେ ? ମାତ୍ର ଏହି କଥା ରେ କେସ କରିଲେ କିଛି ଲାଭ ନାହିଁ । ହେତୁବାଦୀ କହିଛନ୍ତି ଯେ କାଲି ବିରିୟାନୀ ପାର୍ଟି ହବ । ଯିଏ ସାଧା ପାର୍ଟି ସିଏ ସାଧା ଖାଇବେ ଏବଂ ଯିଏ ଆମିଷ ଖାଇବା କଥା ଆମିଷ ଖାଇବେ । ମାତ୍ର ଯାହା କୁହାଯାଇଛି ଯେ ହାଣ୍ଡି ଛାଡ, କିନ୍ତୁ ହାଣ୍ଡିଛାଡ କାହିଁକି ହେବ ?

ବୟସ୍କ ଲୋକ ଯିଏ ଅସୁସ୍ଥ ଅବସ୍ଥାରେ ଅଛନ୍ତି ତାଙ୍କୁ ଅନ୍ତତ ଖାଇବାକୁ ଦେବେ । ମାତ୍ର ଏଭଳି କରିଲେ ସେ କିଭଳି ବଞ୍ଚିବେ ? ଭାରତ ଗୋଟିଏ ଧର୍ମ ନିରାପକ୍ଷ ଦେଶ, ଯେତେ ପ୍ରକାର ଧାର୍ମିକ ଆଚରଣ ଅଛି ତାହା ମଧ୍ୟରୁ ଯାହା ଭଲ ତାହା ନିଶ୍ଚିତ ରହିବ । ଯାହା ଖରାପ ଅଛି ତାହା ଚାଲିଯିବ । ମାତ୍ର ଆମ୍ଭେ କାହାକୁ ବାଧ୍ୟ କରିପାରିବା ନାହିଁ କୌଣସି କାର୍ଯ୍ୟ କୁ ନେଇ, ବନ୍ଧୁଗଣ ଏହିଭଳି କିଛି ମନ୍ତବ୍ୟ ଦେଇଛନ୍ତି ହେତୁବାଦୀ ବି.ରାମଚନ୍ଦ୍ର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button