ଓଡିଶା

ମଧ୍ୟାହ୍ନ ଭୋଜନରେ ଅଣ୍ଡା ଧରି ମହିଳା କଲେ ଗୁଣ୍ଡାଗିରୀ, ସ୍କୁଲ ପିଲା ହେଇଗଲେ ଛାନିଆ…ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ମଧ୍ୟାନ ଭୋଜନ ରୋଷେଇ କୁ ନେଇ ଦୁଇ ମହିଳା ସଂଘ ଭିତରେ ଏହିଭଳି କିଛି ପାଟିତୁଣ୍ଡ ଚାଲିଥିଲା ଯାହା ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଛାନିଆ ହୋଇଯାଇଥିବାର ନଜର ଆସିଥିଲେ । ତେବେ ଆସନ୍ତୁ ଜାଣିନେବା ଏହି ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ଏହି ଘଟଣା ଟି ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ, ମୋହନା ରଙ୍ଗ ମାଟିଆ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କୁ ନେଇ ଚାଲିଥିଲା ଖୁବ ପାଟିତୁଣ୍ଡ । ମହିଳା ଜଣଙ୍କ ରାଗରେ ଗେଟଆଉଟ କହିଥିବାର ଶୁଣିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ ଜୀବନ ଡାକରା ମହିଳା ଗୃପ ୨୦୦୬ ମସିହାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଆସୁଥିଲେ । ମାତ୍ର ୨୦୧୮ ରେ ନିଜ ଦଳ ଭିତରେ ସମସ୍ୟା ଦେଖା ଯିବାରୁ ୨୦୧୯ ରେ ପ୍ରଧାନ ଶିକ୍ଷୟତ୍ରୀ ମାଳତୀ ନାୟକ ଭୋଜନ ରୋଷେଇ କାର୍ଯ୍ୟ ବୁଝି ଆସୁଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ର ଅନୁମତି ନେଇ ଆଉ ଏକ ଦଳ ମିଶନ ରାଣୀ ନାମକ ୨୦୨୦ ରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଦାଇତ୍ଵ ନେଇଥିଲେ ।ଏବଂ ଏଥି ନିମନ୍ତେ ସରକାରୀ ସ୍ତରରେ ଏକ ଏଗ୍ରୀମେଣ୍ଟ ମଧ୍ୟ କରିଥିଲେ ଏବଂ ବ୍ୟାଙ୍କରେ ଟଙ୍କା ମଧ୍ୟ ଡିପୋଜିଟ କରିଥିଲେ । ତେବେ ଆଗରୁ ରୋଷେଇ କରୁଥିବା ଜୀବନ ଡକା ମହିଳା ଗୃପ ଏହାକୁ ବିରୋଧ କରି ମିଶନ ରାଣୀ ମହିଳା ଗୃପ କୁ ରୋଷେଇ କରିବା ନିମନ୍ତେ ସୁଯୋଗ ଦେଉ ନଥିଲେ ।

ତେବେ ଆଜି ମିଶନ ରାଣୀ ମହିଳା ଦଳ ଉକ୍ତ ବିଦ୍ୟାଳୟରେ ଜବରଦସ୍ତ ରୋଷେଇ କରିବା ପାଇଁ ବିଦ୍ୟାଳୟରେ ପହଞ୍ଚିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣା ସ୍ଥଳରେ ବିଓ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଟିକିଏ ଶାନ୍ତ ହୋଇଥିଲା । ନଚେତ ପିଲା ଗୁଡିକ ଭୋକିଲା ରହିଥାନ୍ତେ । ପ୍ରଶାସନ ଙ୍କ ଠାରୁ ଅନୁମତି ପାଇବା ସହିତ ମିଶନ ରାଣୀ ମହିଳା ଦଳ ବିଦ୍ୟାଳୟରୁ ଫେରି ଆସିଥିଲେ ।

ପ୍ରଧାନ ଶିକ୍ଷକ କହିଛନ୍ତି ଯେ ୧୯ ତାରିଖ ଦିନ ଦୁଇ ଗୃପ ଆସିଥିଲେ । ଏହାପରେ ସେମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା, ଏହାପରେ ପ୍ରେସିଡେଣ୍ଟ କୁ ଡକା ହେଲା ଏବଂ ସେ ଏହାର ସମାଧାନ କରି ଉଭୟ ଗୃପ କୁ ଚୁପ କରାଇଲେ । ତେବେ ବିଦ୍ୟାଳୟରେ ଏହିଭଳି ମଧ୍ୟାହ୍ନ ଭୋଜନ ସମୟରେ ପିଲା ମାନଙ୍କୁ ଖାଇବାରେ ବାଧା ସୃଷ୍ଟି କରିବା କେତେଦୂରେ ସଠିକ ? ବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button