ସ୍ୱାସ୍ଥ୍ୟ

ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ଥଣ୍ଡା ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ପ୍ରାୟତଃ ସମସ୍ତେ ଏକଥା କୁହନ୍ତି। କିନ୍ତୁ କେବଳ ଥଣ୍ଡା ପାଣି ନୁହେଁ ବରଂ ଗରମ ପାଣିରେ ଗାଧୋଇବା ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯେମିତି ଗରମ ପାଣି ପିଇବା ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ। ସେହିପରି ଗରମ ପାଣିରେ ଗାଧୋଇବା ମଧ୍ୟ ଶରୀର ପାଇଁ ଭଲ। ଆସନ୍ତୁ ଜାଣିବା ଗରମ ପାଣିରେ ଗାଧୋଇବା ଦ୍ୱାରା କ’ଣ ମିଳିଥାଏ ଫାଇଦା…

– ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀର ସଫା ରହିବା ସହ ଜୀବାଣୁ ମରିଯାଆନ୍ତି।

boy

– ଗରମ ପାଣିରେ ଗାଧୋଇବା ପରେ ମାଂସପେଶୀ ଯନ୍ତ୍ରଣା ଏବଂ ଫୁଲିବା ସମସ୍ୟାରୁ ମୁକ୍ତି ମିଳିଥାଏ।

– ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରର ସୁଗାର ସ୍ତର କମ୍‌ ହେବା ସହିତ ମଧୁମେହ ରୋଗର ଆଶଙ୍କା କମ୍‌ ରହିଥାଏ।

– ଗରମ ପାଣିରେ ଗାଧୋଇବା ଦ୍ୱାରା ଥଣ୍ଡା କାଶରୁ ମଧ୍ୟ ମୁକ୍ତିମିଳେ।

hot water

– ଯେଉଁମାନେ ଅତ୍ୟଧିକ ବ୍ୟାୟାମ କରୁଥିବେ, ସେମାନେ ଗରମ ପାଣିରେ ଗାଧୋଇବା ଉଚିତ।

– ଗରମ ପାଣିରେ ଗାଧୋଇଲେ ହାତରେ ଏବଂ ଗୋଡ ଆଙ୍ଗୁଠିରେ ଥିବା ମଇଳା ବାହାରିଯାଏ। ଫଳରେ ଘରେ ହିଁ ଆପଣଙ୍କର ପେଡିକ୍ୟୁର, ମେନିକ୍ୟୁର ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button