ଓଡିଶା

‘ମୁଁ କ’ଣ ଉ-ଲଗ୍ନ ହୋଇଯାଇଥିଲି, ଷ୍ଟେଜ ଉପରେ କ’ଣ ଡ୍ରେସ ଗୋଟେ ପରେ ଗୋଟେ ଖୋଲିଥିଲି କି ? ଅନ୍ୟମାନେ ତ…’ Rani Priyadarshini

ବନ୍ଧୁଗଣ, ଭଦ୍ରକ ପୋଗ୍ରାମରେ ଡ୍ୟାନ୍ସ କରିବା ନିମନ୍ତେ ଯାଇଥିଲେ, ମାତ୍ର ବିବାଦରେ ଛନ୍ଦି ହୋଇଗଲେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ସାହୁ । ଏହାକୁ ନେଇ ମିଡିଆ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିବାଦୀୟ ରାନୀ ପ୍ରିୟଦର୍ଶନୀ । ରାନୀ କହିଛନ୍ତି ଯେ ସେ ତାଙ୍କ ନୃତ୍ୟରେ ମଜିଯାଇଥିଲେ । ସେ ମହିଳା ଜଣକ ଙ୍କର ଚପଲ ଫିଙ୍ଗିବା କଥା ଜାଣିନାହାଁନ୍ତି । ମାତ୍ର ତାହା ପରଦିନ ସନ୍ଧ୍ୟାବେଳେ ଯେଉଁ ନ୍ୟୁଜ ସବୁ ବାହାରିଲା, ତାହାକୁ ଦେଖି ରାନୀ ଙ୍କ ମୁଣ୍ଡ ଆଉ କାମ କରିଲା ନାହିଁ ।

ସେ ଚିନ୍ତା କରିଲେ ଯେ ଏଭଳି କ’ଣ ହେଲା ମୁଁ ତ ଏହାକୁ ଦେଖିନଥିଲି ତଥା ଜାଣିନଥିଲି କ’ଣ ଏମିତି ହେଲା ? ରାନୀ ପ୍ରଶ୍ନ କରିଛନ୍ତି ଯେ ଆଇଟମ ମାନେ କ’ଣ ? ମାତ୍ର ବାରମ୍ବାର ସେ ଶୁଣିବାକୁ ପାଇଛନ୍ତି ଯେ ସେ ଉଳଘ୍ନ ହୋଇଗଲେ ତଥା ସୀମା ଟପିଗଲେ, ତେବେ ସେ କ’ଣ ଦେହର ବସ୍ତ୍ର ଗୋଟେ ପରେ ଗୋଟେ ଖୋଲୁଥିଲେ ? ସେଦିନ ୫ ହଜାର ଦର୍ଶକ ଥିଲେ ତଥା ୧ ହଜାର ମହିଳା ଥିଲେ ଯଦି ସେମିତି କିଛି ହେଇଥାନ୍ତା ତେବେ ତାଙ୍କ ଉପରକୁ ୫ ହଜାର ଚପଲ ଫିଙ୍ଗା ହୋଇଥାନ୍ତା ।

ମାତ୍ର ମହିଳା ଜଣଙ୍କ ଯେଉଁ ଚପଲ ପକାଇଲେ କାଲି ଯଦି ତାଙ୍କ ଜୀବନ ଚାଲିଯାଇଥାନ୍ତା ତେବେ ସେ ଭାଦ୍ର ମହିଳା ଜଣଙ୍କ କଣ ତାଙ୍କ ମାତା ପିତା ଙ୍କୁ ତାଙ୍କ ଝିଅ ଆଣି ଦେଇଥାନ୍ତେ ? ସେ ଯଦି ଭଦ୍ର ମହିଳା ହୋଇଥାନ୍ତେ, ତେବେ ଭଦ୍ରାମି ସହିତ ପଛପଟରେ ଆସି କମିଟିକୁ କହିପାରିଥାନ୍ତେ ।

ଏହାକୁ ନେଇ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କହିଥିଲେ ଯେ ରାଙ୍କ ନାମରେ ପବ୍ଲିସିଟି ପାଇଁ ରାନୀ ଏଭଳି କରୁଛନ୍ତି ତେବେ ଏହି ପ୍ରସଙ୍ଗ କୁ ନେଇ ରାନୀ ପ୍ରିୟଦର୍ଶନୀ ନିଜର ମତ ଦେଇଛନ୍ତି ସେ ଯେଉଁ ରାଣୀ ପଣ୍ଡା, ସେ କେଉଁଭଳି ଅଭିନେତ୍ରୀ ନିଜ କଥାବାର୍ତ୍ତା ରେ ଯିଏ ସଂଯମତା ରକ୍ଷା କରିନାହିଁ ? ରାନୀ ପ୍ରିୟଦର୍ଶନୀ ଙ୍କୁ ଲୋକେ ବହୁତ ଆଗରୁ ଚଳଚିତ୍ର ତଥା ଆଲବମ କରିଥିବା ହେତୁ ଚିହ୍ନିଛନ୍ତି ।

ମାତ୍ର ରାଣୀପଣ୍ଡା କେଉଁ ପ୍ରକାର ଅଭିନେତ୍ରୀ ଯିଏ କି ଦେହ ଦେଖାଇବାରୁ ତଥା କାନ କାମୁଡିବାରୁ ତାଙ୍କୁ ଚିହ୍ନିଲେ ଲୋକେ । ଅଭିନେତ୍ରୀ ର ଗୋଟିଏ ଶାଳୀନତା ଥାଏ, ଜଣେ ଅଭିନେତ୍ରୀ ର ସମସ୍ତ ଜିନିଷ ଲିମିଟ ଭିତରେ ରହିବା ଆବଶ୍ୟକ । ଏହାପରେ ରାନୀ ପ୍ରିୟଦର୍ଶନୀ ରାଣୀ ପଣ୍ଡା ଙ୍କୁ କହିଛନ୍ତି ଯେ ବହୁତ ଶୀଘ୍ର ସୁଧୁରି ଜାଆନ୍ତୁ ନଚେତ ବହୁତ ଶୀଘ୍ର ମାଟିରେ ମିଶିଯିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button