ଦେଶ ବିଦେଶ

ଯୁବକଙ୍କ ସାଂଘାତିକ ଅଭିଯୋଗ ‘ମୋ ଭଉଣୀ କୋଉ ସାଇଜର ଅନ୍ତବସ୍ତ୍ର ପିନ୍ଧିଛି, ତାର ପିରିୟ୍ଡ଼ସ କେବେ ଏସବୁ ରେକର୍ଡିଙ୍ଗ କରି ସେ ମୋ ଭଉଣୀକୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାଇ ଜଣଙ୍କ ଅଭିଯୋଗ କରି କହିଛନ୍ତି ଯେ କିଛି ଦିନ ତଳେ ଜଣେ ବ୍ୟକ୍ତି ତାଙ୍କ ସହିତ ପରିଚିତ ହୋଇ ତାଙ୍କ ବିଶ୍ଵାସ ନେଇ ତଥା ତାଙ୍କ ବାପା ମା’ ଙ୍କ ବିଶ୍ଵାସ ନେଇ ତାଙ୍କ ଭଉଣୀର ଫାଇଦା ଉଠାଇ, ତାଙ୍କ ଭଉଣୀ ର ଯେହେତୁ ପାରିବାରିକ କଳହ ଚାଲିଥିଲା ଏବଂ ଏ ନେଇ କେସ ମଧ୍ୟ ଚାଲିଥିଲା, ସେ ସେହି ବ୍ୟକ୍ତି ଜଣଙ୍କୁ ଜଣାଇଥିଲେ । ଏବଂ ସେହି ବ୍ୟକ୍ତି ଜଣଙ୍କ କହିଥିଲେ ଯେ ସ୍ଵତନ୍ତ୍ର ଭାବରେ ତାଙ୍କୁ ସାହାର୍ଯ୍ୟ କରିବେ ବୋଲି ।

ମାତ୍ର ସାହାର୍ଯ୍ୟ କରିବା ବଦଳରେ ସେ ତାଙ୍କ ଭଉଣୀ ଙ୍କର କିଛି କଥାବାର୍ତ୍ତା କୁ ରେକର୍ଡ କରି ତାଙ୍କ ଭଉଣୀ କଣ ପିନ୍ଧିଛନ୍ତି, କଣ ଖାଇଛନ୍ତି ତାଙ୍କର ବ୍ୟକ୍ତିଗତ ଡିଟେଲ୍ସ ତଥା ଭଲମନ୍ଦ, ସୁବିଧା ଅସୁବିଧା, ପିରିୟଡ୍ସ ହୋଇଛି କି ନା ? ଏହିସବୁ କଥା କୁ ରେକର୍ଡିଙ୍ଗ କରି ତାକୁ ବ୍ଲ-ଆକ୍‌ -ମେଲିଂ କରୁଛି ଏବଂ ଥାନାରେ ଦବ ବୋଲି କହି ଫଟୋ ମଗାଇ ଏଡିଟ କରି ବ୍ଳାକମେଲିଙ୍ଗ କରି ମାରି ଦେବାର ଧମକ ଦେଉଛନ୍ତି ଉକ୍ତ ବ୍ୟକ୍ତି ।

ବର୍ତମାନ ସେ ସମସ୍ତଙ୍କ ପାଖକୁ ଫଟୋ ଭା-ଇ-ରା-ଲ କରିସାରିଛନ୍ତି । ତେବେ ଏହି ଘଟଣା ସମ୍ବନ୍ଧରେ ଜାଣିସାରିବା ପରେ ଭାଇ ଜଣକ ୩୦ ହଜାର ଟଙ୍କା ଆକାଉଣ୍ଟ ରେ ପେମେଣ୍ଟ କରିଛନ୍ତି ଏହାପରେ ଦେଢ ଲକ୍ଷ ଟଙ୍କା ଭୁବନେଶ୍ଵର ପଟିଆ ଭାରତ ପେଟ୍ରୋଲପମ୍ପ ସାମ୍ନାରେ ନଗଦ କ୍ୟାସ ଦେଇଛନ୍ତି, ଗୋଟିଏ ସୂନା ଚେନ ଗୋଟିଏ ହାର ନିଜ ଭଉଣୀ ଙ୍କର ସଂବିତ କୁମାର ମହାପାତ୍ର ନାମକ ଯୁବକ କୁ ଦେଇଛନ୍ତି ।

ଏହା ପରେ ସେ ନିଜର ପରିଚୟ ଦେଇ କହିଥିଲା ଯେ ସେ CBI ରେ ଅଛନ୍ତି କିନ୍ତୁ ସେ କୌଣସି CBI ରେ ନାହିଁ । ସେ ଫେକ ପରିଚୟ ଦେଇ ଏହିଭଳି କରୁଛି ଏବଂ ଅନେକ ଝିଅଭଉଣୀ ଙ୍କ ଫଟୋ କୁ ନେଇ ଏହିଭଳି ଅଶ୍ଳୀଳ ବ୍ଲ-ଆକ୍‌ -ମେଲିଂ କରିବା ସହିତ ପଇସା ମାଗୁଛି ଏବଂ ପଇସା ନଦେଲେ ଭା-ଇ-ରା-ଲ କରିଦେଉଛି ଏବଂ ମାରିଦେବାକୁ ଧମକ ଦଉଛି ।

ମାତ୍ର ଭଉଣୀ ଙ୍କ ଇଜ୍ଜତ କୁ ଜଗି ଭାଇଜଣଙ୍କ ଉକ୍ତ ଯୁବକଙ୍କୁ ଟଙ୍କା ସମେତ ଗହଣା ଦେଇଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ୨୦୨୧ ରେ ମହିଳା ଙ୍କ ପରିବାର ସହିତ ପରିଚିତ ହୋଇଥିଲେ । ତେବେ ବର୍ତ୍ତମାନ ଭାଇ ଜଣଙ୍କ ଥାନା ର ଦ୍ଵାରସ୍ଥ ହୋଇ ସବୁକଥା କହି ନ୍ୟାୟ ମାଗିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button