ଓଡିଶା

ଅଶ୍ଳୀଳ ନାଚ ପାଇଁ ସେ ଝିଅ ଦାୟୀ ନୁହେଁ, ଏଥିପାଇଁ ଆମ ସମାଜ ତାଙ୍କୁ…’ Rani Priyadarshini ଙ୍କ ମାମଲାରେ କଣ କହିଲେ ମହିଳା

ବନ୍ଧୁଗଣ, ସୂଚନା ଅନୁଯାୟୀ ରାନୀ ପ୍ରିୟଦର୍ଶନୀ ମାମଲା କୁ ନେଇ ଚାଲିଥିବା ବିବାଦ ସମ୍ବନ୍ଧରେ ବର୍ତ୍ତମାନ କହିଛନ୍ତି ଯାତ୍ରା ଦୁନିଆର ଆଉ ଏକ ଆର୍ଟିଷ୍ଟ, ତେବେ ସେ କେଉଁ ମତ ଦେଇଛନ୍ତି ଆସନ୍ତୁ ଜାଣେନେବା । ଏହି ମହିଳା ଆର୍ଟିଷ୍ଟ ଜଣକ କହିଛନ୍ତି ଯେ ଯେଉଁ ଅଶ୍ଳୀଳ ନାଚ କୁ ନେଇ ବିବାଦ କରିଛନ୍ତି ମହିଳା ତେବେ ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି, ଏଥି ନିମନ୍ତେ ସଂପୂର୍ଣ୍ଣ ଭାବରେ ଦାୟୀ ହାଉଛନ୍ତି କମିଟି ।

ଯେଉଁ ଆର୍ଟିଷ୍ଟ କୁ ଚପଲ ମାଡ ହୋଇଛି ସେ ଝିଅର ମଧ୍ୟ କିଛି ଦୋଷ ନୁହେଁ । ଯାହା ହେଇଛି କେବଳ ସେହି କମିଟି ପାଇଁ । କମିଟି ଭାଇମାନେ ସେହିଭଳି ପ୍ରୋଗ୍ରାମ କରିବା ନିମନ୍ତେ ସେହିଭଳି ମହିଳା ମାନଙ୍କୁ ଡାକୁଛନ୍ତି କ’ଣ ପାଇଁ ? କେବଳ ଜଣଙ୍କ ପାଇଁ ସଂପୂର୍ଣ୍ଣ ଟିମ ଟି ବଦନାମ ହେଉଛନ୍ତି । ସେ ମଧ୍ୟ ଗୋଟିଏ ଝିଅ ଅଟନ୍ତି ସେ ମଧ୍ୟ ଏହାର ଶିକାର ହୋଇଛନ୍ତି ।

ଲୋକ ପ୍ରେସରାଇଜ କରିବାରୁ ସେ ଆଜିଭଳି ଦିନରେ ପେଣ୍ଡାଲ ଉପରେ ଚଢି ଏହିଭଳି ଉଳଘ୍ନ ଡ୍ୟାନ୍ସ କରିପାରିଲେ । ଏହି ମହିଳା ଆର୍ଟିଷ୍ଟ ଜଣଙ୍କ କହିଛନ୍ତି ଯେ ନାରୀ ହିସାବରେ ସେ କହିବେ ଭଲ ଯେ ସମସ୍ତେ ଖଟି କର୍ମ କରି ନିଜ ପେଟ ପୋଷନ୍ତୁ କିନ୍ତୁ ସର୍ବପ୍ରଥମେ କମିଟି ଭାଇମାନଙ୍କର ସଚେତନ ହେବା ନିହାତି ଆବଶ୍ୟକ । କେତେ ମା’ ଭଉଣୀ ଭାଇ ବନ୍ଧୁ ଆସୁଛନ୍ତି ଯାତ୍ରା ଦେଖିବା ନିମନ୍ତେ । ମାତ୍ର ଏଭଳି ଅଶ୍ଳୀଳ ନୃତ୍ୟ କରିବାକୁ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ।

ମାତ୍ର ଯାହା ହେଲା ସେଥିପାଇଁ କମିଟି ଦାୟୀ । ଏଭଳି ଭାବରେ ଡ୍ରେସ ପିନ୍ଧି ଅର୍ଦ୍ଧନଗ୍ନ ହୋଇ ନାଚିବା କେତେଦୂରେ ଠିକ ? ଏହା ଆଦୌ ଠିକ ନୁହେଁ । ଏଣୁ ଏ ସବୁକୁ ବନ୍ଦ କରି ଉଚିତ ଭାବରେ ଯେଉଁଭଳି ଯାତ୍ରା ହେବା କଥା ସେହିଭଳି ଯାତ୍ରା ଟି କରିଲେ ଶୋଭା ପାଇବ । କିନ୍ତୁ ଆଜିଭଳି ଦିନରେ ଏ ସବୁ ଚାରିଆଡେ ଦେଖିବାକୁ ମିଳିଛି । ଏହାକୁ ଅନେକ ଯୁବପିଢି ପ୍ରଶଂସା କରିଲା ବେଳେ ଅନ୍ୟ କେତେକ ଏହାକୁ ନାପସନ୍ଦ କରିଛନ୍ତି ।

ଠିକ ଯେଉଁଭଳି ମହିଳା ଜଣଙ୍କ ଉତକ୍ଷପ୍ତ ହୋଇ ଚପଲ ପକାଇଥିଲେ । ମାତ୍ର ରାନୀ ପ୍ରିୟଦର୍ଶନୀ ସାହୁ ଏହି ସମସ୍ତ କଥାକୁ ଖଣ୍ଡନ କରି କହିଥିଲେ ଯେ ସେ କୌଣସି ଭାବରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିନାହାଁନ୍ତି, ଏବଂ ତାଙ୍କ ସହିତ ସେହି ମହିଳା ଜଣଙ୍କ ଯାହା ମଧ୍ୟ କରିଲେ ସେଥିପାଇଁ ସେ ଆଇନର ସହାୟତା ନିଶ୍ଚିତ ଭାବରେ ନେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button