ଓଡିଶା

‘ମୁଁ ନାଚିଲା ବେଳେ 5000 ଦର୍ଶକ ଥିଲେ କେହି ବିରୋଧ କଲେନି, ତୁମକୁ ଯଦି ଭଲ ଲାଗେନି ତାହେଲେ ରାସ୍ତାରେ ଅନ୍ତବସ୍ତ୍ର ପୋଷ୍ଟରକୁ…’ Rani Priyadarshini

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ଯାତ୍ରା ରେ ଆଇଟମ ଡ୍ୟାନ୍ସ କୁ ବିରୋଧ କରି ଚପଲ ପକାଇଥିବା ମହିଳା ଙ୍କୁ ନେଇ କିଛି ପ୍ରତିକ୍ରିୟା ଦେଇଛନ୍ତି । ତେବେ ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା ଯେ ରାନୀ କ’ଣ କହୁଛନ୍ତି ? ରାନୀ କହିଛନ୍ତି ଯେ ତାଙ୍କ ବିରୋଧରେ ଯେଉଁ ବିରୋଧ କରାଗଲା ତାହା ଆଦୌ ଉଚିତ ବିରୋଧ ନଥିଲା । ସେ ସେତେବେଳେ ଦେଖି ନଥିଲେ, ଭା-ଇ-ରା-ଲ ହେବା ପରେ ଦେଖିବାକୁ ପାଇଲେ ଯେ ମହିଳା ଜଣଙ୍କ ଚପଲ ପକାଇଛନ୍ତି ।

ମାତ୍ର ସେ ଯେଉଁ ବ୍ୟବହାର କରିଲେ ତାହା ଆଦୌ ସଠିକ ନୁହେଁ । ଏହା ସଂପୂର୍ଣ୍ଣ ଭାବରେ ଆଇନ ବିରୋଧ କାମ ଥିଲା । ସେ ଆଇନ କୁ ନିଜ ହାତକୁ ନେଲେ, ମାତ୍ର ସେ ଏକୁଟିଆ ଦର୍ଶକ ନଥିଲେ ସେଠାରେ ସମୁଦାୟ ୫ ହଜାର ଦର୍ଶକ ଥିଲେ । ଏବଂ ୫୦୦୦ ଦର୍ଶକ ଙ୍କ ଭିତରେ କେହିତ କାହିଁ କିଛି କରିଲେ ନାହିଁ ? ସମସ୍ତେ ଷପୋର୍ଟ କରିବା ସହିତ ତାଙ୍କ ଡ୍ୟାନ୍ସ କୁ ଉପଭୋଗ କରି ଝୁମୁଥିଲେ ।

ତାଙ୍କ ଡ୍ୟାନ୍ସ ସୀମା ଭିତରେ ଥିଲା, ମାତ୍ର ସେହି ମହିଳା ଜଣଙ୍କ ହଠାତ କାହିଁକି ଏଭଳି କରିଲେ ? ରାନୀଙ୍କୁ କହିଲେ ଯେ ତାଙ୍କ ବିରୁଦ୍ଧରେ ଏହା ନିଶ୍ଚିତ ଭାବରେ ଏକ ଷଡଯନ୍ତ୍ର ହୋଇପାରେ । ଶାଳୀନତା ମଧ୍ୟରେ ରହି ନୃତ୍ୟ କରିଥିଲେ । ମହିଳା ଜଣଙ୍କ ଯାହା ଆଲିଗେସନ ଲଗାଉଛନ୍ତି ତାହା ସଂପୂର୍ଣ୍ଣ ଭାବରେ ବୃଥା ଅଟେ ।

ମାତ୍ର ବାହାରେ ଯେଉଁ ପୋଷ୍ଟର ସବୁ ଲାଗୁଛି, ଯେଉଁ ବ୍ରା, ପ୍ୟାଣ୍ଟି ତଥା ଇନର ର ଯେଉଁ ପୋଷ୍ଟର ସବୁ ଲାଗୁଛି, ତାହାର ବିରୋଧ କଣ ପାଇଁ ସେହି ମହିଳା ଜଣଙ୍କ କରିଲେ ନାହିଁ ? ମାତ୍ର ଜଣେ ଆର୍ଟିଷ୍ଟ ଯାହା ପିନ୍ଧି ଆଇଟମ ଡ୍ୟାନ୍ସ କରିବା କଥା ସେ ତାହା ପିନ୍ଧିଥିଲେ, ତେବେ ଏହା ଖରାପ କିଭଳି ହୋଇଗଲା ? ଜନସାଧାରଣ ମଧ୍ୟ ଭଲ ଭାବରେ ଏ ସବୁ ଦେଖୁଛନ୍ତି ସେ ନିହାତି ଭାବରେ ଜାଣିପାରୁଛନ୍ତି ଭୁଲ କ’ଣ ଠିକ କ’ଣ ?

ରାନୀ ଗେଷ୍ଟ ଭାବରେ ସେଠାରେ ଆଇଟମ ଡ୍ୟାନ୍ସ କରିଥିଲେ । ମୋଟ ଉପରେ କହିବାକୁ ଗଲେ ସେ ଜଣେ ଆର୍ଟିଷ୍ଟ, ଓଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି, ଜଣେ ସୋସିଆଲ ୱାର୍କର ମଧ୍ୟ ଅଟନ୍ତି । ଏବଂ ସେ ନିଜର ଶାଳୀନତା କ୍ରଶ କରିବେ ନାହିଁ । ବର୍ତ୍ତମାନ ଏହା ବିରୁଦ୍ଧରେ ରାନୀ ପ୍ରିୟଦର୍ଶନୀ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button