ଓଡିଶା

ଖୋର୍ଦ୍ଧା: ଚିଲିକା ନିକଟରେ ଥିବା ନୈସେନା ତାଲିମ କେନ୍ଦ୍ରରେ ନିରାଆଡମ୍ବର ଭାବେ ସମାପନ ହେଲା ପ୍ରଶିକ୍ଷଣାର୍ଥୀ ପାଠ୍ୟକ୍ରମ

ଖୋର୍ଦ୍ଧା ଜିଲ୍ଲା ଚିଲିକା ସ୍ଥିତ ଭାରତୀୟ ନୈସେନା ତାଲିମ କେନ୍ଦ୍ରରେ ୨୪୭୧ ଭାରତୀୟ ନୈାସେନା ଓ ଭାରତୀୟ ତଟରକ୍ଷା ବାହିନୀରେ ନୂତନ ପ୍ରଶିକ୍ଷଣ ନେଇଥିବା ପ୍ରଶିକ୍ଷଣାର୍ଥୀ ପାଠ୍ୟକ୍ରମ ସମାପନ ସମାରୋହ ନିରାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପାସିଙ୍ଗ୍ ଆଉଟ୍ ପ୍ୟାରେଡରେ ଆଇ.ଏନ.ଏସ ଚିଲିକାର କମାଣ୍ଡର ରୁତୁରାଜ ସାହୁ ନିରୀକ୍ଷୀତ ଅଧିକାରୀ ଭାବେ ନିରୀକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷଣାର୍ଥୀମାନଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ ।

ସେ ତାଙ୍କ ଅଭିଭାଷଣରେ ପ୍ରଶିକ୍ଷଣାର୍ଥୀ ଅଭିନନ୍ଦନ ଜଣାଇବା ସହ ଭାରତୀୟ ନୈାସେନାର ମୁଳମନ୍ତ୍ର, କର୍ତ୍ତବ୍ୟ, ସାହାସ ଓ ସମ୍ମାନକୁ ସାଥିରେ ନେଇ ଦେଶ ମାତୃକା ପାଇଁ ନିଜର କର୍ତ୍ତବ୍ୟକୁ ସଠିକ ରୁପରେ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ତାହା ସହ ପ୍ରଶିକ୍ଷଣାର୍ଥୀ ପିତା ମାତାଙ୍କ ଉଦ୍ଦେଶ୍ୟରେ କମାଣ୍ଡର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଯେଉଁ ପିତା ମାତା ନିଜ ସନ୍ତାନଙ୍କୁ ଦେଶ ମାତୃକାର ସେବା ପାଇଁ ସେନାରେ ଯୋଗ ଦେବା ପାଇଁ  ସହମତି ପ୍ରଦାନ କରିଛନ୍ତି, ସେମାନଙ୍କୁ ମୋ ତରଫରୁ ଶୁଭେଚ୍ଛା ।

ଏହି ଉତ୍ସବରେ ବରିଷ୍ଠ ସେକେଣ୍ଡାରୀ ରିକ୍ୟୁଟ୍  ଅଭିଶେକ୍ ସିଂ, ନାବିକ (ଜି.ଡି) ଏମ.ଡି ରାଓଙ୍କୁ  ଭାରତୀୟ ନୈାସେନା ଓ ଭାରତୀୟ ତଟରକ୍ଷା ବାହିନୀର ଏହି ଉତ୍ସବରେ ଶ୍ରେଷ୍ଠ ବିବେଚିତ କାରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button