ଜୀବନଶୈଳୀ

ବୟସ୍କଙ୍କର ବଢ଼ୁଛି ଶାରୀରିକ ସମ୍ବନ୍ଧ ପ୍ରତି ଇଚ୍ଛା, କିଛି ଟଙ୍କା ଦେଇ ବି ରଖୁଛନ୍ତି ସମ୍ପର୍କ

ବୟସ ବଢ଼ିବା ସହ ଲୋକଙ୍କର ଶାରୀରିକ ସମ୍ପର୍କ ପ୍ରତି ଇଚ୍ଛା ବି ବୃଦ୍ଧିପାଏ। ଖାସ୍‌ କରି ୬୦ ବର୍ଷରୁ ବଡ଼ ବୟସ୍କ ଲୋକ ଯୌନ ସମ୍ପର୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହି କଥା ସାମ୍ନାକୁ ଆସିଛି। ଡା. କ୍ରିଷ୍ଟିନ୍‌ ମିଲରୋଡ୍‌ କରିଥିବା ରିସର୍ଚ୍ଚ ମୁତାବକ, ୬୦ ବର୍ଷ ଟପିବା ପରେ ପୁରୁଷମାନେ ଯୌନ ସମ୍ପର୍କ ବେଳେ କଣ୍ଡୋମ୍‌ କିମ୍ବା କୌଣସି ଗର୍ଭନିରୋଧକ ନେବାକୁ ଜରୁରୀ ଭାବନ୍ତି ନାହିଁ। ଏଣୁ ଏହି ସମୟରେ ସେମାନେ ମନ ଇଚ୍ଛା ସମ୍ବନ୍ଧ ରଖିଥାନ୍ତି।

 

୬୦ରୁ ୮୪ ବର୍ଷୀୟ ବୃଦ୍ଧଙ୍କ କ୍ଷେତ୍ରରେ ସେକ୍ସ କରିବା ଇଚ୍ଛା ବଢ଼ୁଥିବା ଦେଖିବାକୁ ମିଳିଛି। ସେମାନେ ବାରମ୍ବାର ସମ୍ପର୍କ ସ୍ଥାପନ କରିବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି। ସେମାନେ ଅଧିକାଂଶ ଥର ନିଜ ପେଡ୍‌-ପାର୍ଟନରଙ୍କ ସହ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବାକୁ ଇଚ୍ଛୁକ ରହିଥାନ୍ତି।

Have more sex if you want to stay sharp in old age

ମିଲ୍‌ରୋଡ୍‌ଙ୍କ ମୁତାବକ ଲୋକଙ୍କ ମଧ୍ୟରେ ଏକ ଧାରଣା ରହିଛି ଯେ ବୟସ ବଢ଼ିବା ସହ ଲୋକଙ୍କର ସେକ୍ସ ପ୍ରତି ଆଗ୍ରହ କମେ। କିନ୍ତୁ ପ୍ରକୃତ କ୍ଷେତ୍ରରେ ତାହା ଓଲଟା ହୁଏ। ବୟସ ବଢ଼ିବା ସହ ଇଚ୍ଛା ବି ବଢ଼େ। ଫଳରେ ବୟସ୍କ ଲୋକ ନିଜ ପାର୍ଟନରଙ୍କ ସହ ଅଧିକ ଅନ୍ତରଙ୍ଗ ହୋଇଥାନ୍ତି। ଏହି ବୟସରେ ଗର୍ଭଧାରଣର ଚିନ୍ତା ନଥିବାରୁ ଅଧିକାଂଶ ଲୋକ ବୃଦ୍ଧାବସ୍ଥାରେ ହିଁ ଅଧିକ ସେକ୍ସ କରିଥାନ୍ତି। ଏଥିସହ ୬୦ ବର୍ଷ ପରେ ଚାକିରି କିମ୍ବା ପରିବାରର ବୋଝ ମଧ୍ୟ ନଥାଏ। ତେଣୁ ଅବସର ପରେ ପ୍ରାୟ ଅଧିକାଂଶ ବୃଦ୍ଧ ରୋମାଣ୍ଟିକ୍‌ ମୁଡ୍‌ରେ ରହିଥାନ୍ତି ଓ ସେକ୍ସ ପାଇଁ ଟଙ୍କା ବି ଖର୍ଚ୍ଚ କରିଥାନ୍ତି ବୋଲି ରିସର୍ଚ୍ଚରୁ ଜଣାଯାଇଛି।

Sex After Age 70 Is Increasing

ରିସର୍ଚ୍ଚ ମୁତାବକ, ୫୯.୨ ପ୍ରତିଶତ ବୟସ୍କ ବ୍ୟକ୍ତି ସବୁବେଳେ ସହବାସ ବେଳେ କଣ୍ଡୋମ୍‌ ବ୍ୟବହାର କରିବାକୁ ଜରୁରୀ ଭାବନ୍ତି ନାହିଁ। ପ୍ରାୟ ୯୫ ପ୍ରତିଶତ ବୟସ୍କ ହସ୍ତମୈଥୁନ କରିବା ବେଳେ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ସେହିପରି ୯୧ ପ୍ରତିଶତ ମୁଖ ମୈଥୁନ ବେଳେ ସୁରକ୍ଷା ପ୍ରତି ଧ୍ୟାନ ଦେଇନଥାନ୍ତି। ଅନ୍ୟପଟେ ୩୧.୧ ପ୍ରତିଶତ ବୃଦ୍ଧ ବ୍ୟକ୍ତି କହିଛନ୍ତି ଯେ ସେମାନେ ନିଜ ଜୀବନକାଳ ମଧ୍ୟରେ ଯୌନ ସଂକ୍ରମଣର ଶିକାର ହୋଇଛନ୍ତି। ସେହିପରି ୨୯.୨ ପ୍ରତିଶତ କହିଛନ୍ତି ଯେ ସେମାନେ ନିଜ ପସନ୍ଦର ପେଡ୍‌ ପାର୍ଟନରଙ୍କ ସହ ବାରମ୍ବାର ସେକ୍ସ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button