ଜୀବନଶୈଳୀ

ଜୋରଦାର ଭାଗ୍ୟ ଠାରୁ ଆରମ୍ଭ କରି ଲମ୍ବା ବୟସ ପର୍ଯ୍ୟନ୍ତ , ରବିବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ମଧ୍ୟରେ ରହିଥାଏ ଏହି ୧୦ ଟି ଗୁଣ।

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରକୁ ବହୁତ ଅଧିକ ମହତ୍ୱ ଦିଆ ଯାଇଥାଏ। ଏହି ଜ୍ୟୋତିଷ ଶାସ୍ତ୍ର ବ୍ୟକ୍ତିଙ୍କ ସ୍ଵଭାବ ଏବଂ ଭବିଷ୍ୟତ କହୁଥିବାର ଦାବୀ କରିଥାଏ। ଏହି ଅନୁସାରେ କୌଣସି ବ୍ୟକ୍ତି ସପ୍ତାହର କେଉଁ ବାର ଦିନ ଜନ୍ମ ହେଉଛି , ସେହି ଆଧାରରେ ବ୍ୟକ୍ତି ବିଷୟରେ ସବୁକିଛି କୁହାଯାଉଛି।

ଆପଣଙ୍କ ମୃତ୍ୟୁ କେବେ ଏବଂ କିପରି ହେବ ?

କହିବାକୁ ଗଲେ ସପ୍ତାହ ସାତ ଦିନ ଅଟେ ଏବଂ ପ୍ରତ୍ୟେକ ଦିନ କାରକ ଗ୍ରହ ଭିନ୍ନ ଭିନ୍ନ ହୋଇଥାଏ। ଆପଣ ଯେଉଁ ବାର ରେ ଜନ୍ମ ହୋଇଛନ୍ତି , ସେହି ବାରର କାରକ ଗ୍ରହ ଆପଣଙ୍କ ସ୍ଵଭାବ ଏବଂ ଭବିଷ୍ୟତକୁ ପ୍ରଭାବିତ କରି ଥାଏ। ଆମେ ଆଜି ଆପଣଙ୍କୁ ରବିବାର ଦିନ ଜନ୍ମ ହୋଇଥିବା ଲୋକଙ୍କର ସ୍ଵଭାବ ଏବଂ କିଛି ଅନ୍ୟ ରୋମାଞ୍ଚକ କଥା କହିବାକୁ ଯାଉଛି।

୧/ ରବିବାର ଦିନ ଜନ୍ମ ହୋଇଥିବା ଲୋକ ତେଜସ୍ଵୀ, ଭାଗ୍ୟଶାଳୀ ଏବଂ ଲମ୍ବା ଆୟୁ ବିଶିଷ୍ଟ ହୋଇଥାନ୍ତି। ଏହି ଲୋକେ ଅଳ୍ପ ବୁଝି ବିଚାରି କୁହନ୍ତି। ଏମାନଙ୍କ କଥା ଅନ୍ୟମାନଙ୍କୁ ଅଧିକ ପ୍ରଭାବିତ କରିଥାଏ।

୨/ ରବିବାର ଦିନ ଜନ୍ମ ହୋଇଥିବା ଲୋକେ ପାରିବାରିକ ହୋଇଥାନ୍ତି। ଏମାନଙ୍କୁ ନିଜ ପରିବାର,ସମ୍ପର୍କୀୟ ଏବଂ ବନ୍ଧୁଙ୍କ ସହିତ ଅଧିକ ସମୟ ଅତିବାହିତ କରି ଥାନ୍ତି। ଏମାନେ ଅଧିକ ଆସ୍ଥାବାନ ହୋଇଥାନ୍ତି।

୩/ ଏହିଦିନ ଜନ୍ମ ହୋଇଥିବା ଲୋକଙ୍କ ବ୍ୟକ୍ତିତ୍ଵ ବାକି ସବୁ ଲୋକଙ୍କ ଠାରୁ ଆକର୍ଷଣୀୟ ହୋଇଥାଏ। ଏମାନଙ୍କ ବ୍ୟକ୍ତିତ୍ଵ ଅତ୍ୟନ୍ତ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଯିଏ ଏମାନଙ୍କ ସହିତ ଦେଖା ହୋଇଥାଏ, ଏମାନଙ୍କୁ ପସନ୍ଦ କରି ଥାଏ।

୪/ ଏମାନେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ କୌଣସି କଥାକୁ ଖରାପ ଭାବି ନେଇ ଥାନ୍ତି ଏବଂ ସେହି ବିଷୟରେ ଏମାନେ ଅନେକ ଦିନ ପର୍ଯ୍ୟନ୍ତ ଭାବି ଥାନ୍ତି।

୫/ ଟଙ୍କାପଇସା ମାମଲାରେ ଏମାନଙ୍କର ଅଭାବ ହୁଏ ନାହିଁ। ଏମାନେ ନିଜର ପରିଶ୍ରମ ଦ୍ଵାରା ଧନ ଉପାର୍ଜନ କରିବା ପାଇଁ ସକ୍ଷମ ହୋଇ ଥାନ୍ତି।

୬/ ଏମାନେ ପରିଶ୍ରମ କରିବାରୁ ଭୟ କରନ୍ତି ନାହିଁ। ଏମାନଙ୍କ ପରିଶ୍ରମ ଏବଂ ଆତ୍ମବିଶ୍ବାସ ଦ୍ଵାରା ଏମାନଙ୍କୁ ସଫଳତା ମିଳିଥାଏ। ଲୋକେ ଏମାନଙ୍କୁ ଦେଖି ପ୍ରେରଣା ନେଇ ଥାନ୍ତି। ଏମାନଙ୍କ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଥାଏ।

୭/ ରବିବାର ଦିନ ଜନ୍ମ ହୋଇଥିବା ଲୋକେ ବିଜ୍ଞାନ , ଟେକ୍ନିକାଲ , ଆଇଟୀ ଫିଲ୍ଡ, ଇଞ୍ଜିନିୟର ବା ମେକାନିକାଲ , ଫିଲ୍ମରେ କ୍ୟାରିୟର ବନେଇ ଥାନ୍ତି। ଏମାନେ ନିଜ ଫିଲ୍ଡ ସର୍ବଦା ଆଗେଇ ରୁହନ୍ତି।

୮/ ରବିବାର ଦିନ ଜନ୍ମ ହୋଇଥିବା ଲୋକଙ୍କରେ ବୈବାହିକ ଜୀବନ ସୁଖମୟ ରହିବ। କହିବାକୁ ଗଲେ ଏମାନଙ୍କୁ ନିଜର ଜୀବନସାଥୀଙ୍କ ଉପରେ କ୍ରୋଧ ଆସିଥାଏ। କିନ୍ତୁ ଶେଷରେ ସେମାନଙ୍କ ହାତ କେବେ ଛାଡି ନାହାନ୍ତି ଏବଂ ପରସ୍ପରର ଧ୍ୟାନ ରଖିଥାନ୍ତି।

୯/ ରବିବାର ଦିନ ଜନ୍ମ ହୋଇଥିବା ଲୋକଙ୍କୁ ହାଇ ବ୍ଲଡ ପ୍ରେସର, ଗଣ୍ଠିବାତ , ତଥା ନେତ୍ର ସହିତ ଜଡିତ ରୋଗ ହୋଇପାରେ।

୧୦/ ଏହିଦିନ ଜନ୍ମ ନେଇଥିବା ଲୋକଙ୍କର ଭାଗ୍ୟ ଧନୀ ହୋଇଥାଏ। ଏମାନଙ୍କୁ ସବୁକିଛି ଥାଳିରେ ସାଜସଜ୍ଜା ମିଳି ଯାଇଥାଏ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button