ଧର୍ମ

ଏହି ଗୋଟିଏ ଭୁଲ୍ ପାଇଁ ଝିଅ ମାନଙ୍କର ପ୍ରତି ମାସରେ ହୋଇଥାଏ ମାସିକ ଧର୍ମ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆମ ଧର୍ମଗ୍ରନ୍ଥରେ ଏପରି କିଛି କଥା ବର୍ଣ୍ଣନା ହୋଇଛି ଯାହା ବିଷୟରେ ଆମେ କଲ୍ପନା ମଧ୍ୟ କରିପାରିବା ନାହିଁ । ଆପଣ ମାନେ ଏହି କଥା ନିଶ୍ଚୟ ଜାଣିଥିବେ ସମସ୍ତ ମହିଳା ମାନଙ୍କୁ ମାସିକ ଧର୍ମ ନିଶ୍ଚୟ ହୋଇଥାଏ । ଯେଉଁଠି ବିଜ୍ଞାନ ଏହାକୁ ସାମାନ୍ୟ ପ୍ରକ୍ରିୟା ବୋଲି ମାନି ଥାଏ । ହେଲେ ଆମ ଧର୍ମଗ୍ରନ୍ଥରେ ଏହାକୁ ମହିଳାଙ୍କର ଦୁର୍ବଳତା ବୋଲି କୁହାଯାଇଛି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଯେ, ମହିଳା ମାନଙ୍କୁ ଏହି ମାସିକ ଧର୍ମ ର କଷ୍ଟ କାହିଁକି ସହିବାକୁ ପଡିଥାଏ ବା ଏହାର କାରଣ କଣ । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ପୌରାଣିକ ଶାସ୍ତ୍ର ଅନୁଯାଇ କୁହାଯାଇଛି ଦେବରାଜ ଇନ୍ଦ୍ର ମହିଳା ମାନଙ୍କୁ ଏହି ଅଭିଶାପ ଦେଇଛନ୍ତି । ଭାଗବତ ପୁରାଣ ଅନୁସାରେ ଥରେ ଗୁରୁ ବୃହସ୍ପତି ଇନ୍ଦ୍ର ଦେବତାଙ୍କ ଉପରେ ରାଗି ଗଲେ । ଯାହାର ଫାଇଦା ଉଠାଇ ଅସୁର ମାନେ ଦେବ ଲୋକ ଉପରେ ଆକ୍ରମଣ କରିଦେଲେ । ଏହି କାରଣ ହେତୁ ଇନ୍ଦ୍ର ଦେବତାଙ୍କୁ ନିଜ ସିଂହାସନକୁ ତ୍ୟାଗ କରିବାକୁ ପଡିଥିଲା ।

ଅସୁର ମାନଙ୍କ ଠାରୁ ରକ୍ଷା ପାଇ ଇନ୍ଦ୍ର ଦେବ ସୃଷ୍ଟି ରଚୟତା ବ୍ରହ୍ମାଙ୍କ ପାଖକୁ ଗଲେ ଓ ସାହାର୍ଯ୍ୟ ମାଗିଲେ । ସେହି ସମୟରେ ବ୍ରହ୍ମା ଇନ୍ଦ୍ରଙ୍କୁ କହିଲେ ତୁମକୁ ଏକ ବ୍ରହ୍ମଜ୍ଞାନିର ସେବା କରିବାକୁ ପଡିବ । ଯଦି ସେ ତୁମ ସେବାରେ ପ୍ରସନ୍ନ ହୋଇଯିବେ ତା ହେଲେ ତୁମକୁ ସ୍ଵର୍ଗଲୋକ ପୁଣି ଥରେ ମିଳିଯିବ ।  ଏହା ପରେ ଇନ୍ଦ୍ର ଦେବ ଏକ ବ୍ରମହାଜ୍ଞାନୀର ସେବା କରିବାକୁ ଲାଗିଲେ, ହେଲେ ସେ ଏହା ଜାଣିନଥିଲେ ଯେ, ସେ ଯାହାର ସେବା କରୁଛନ୍ତି ସେ ଜ୍ଞାନୀର ମାତା ଅସୁର ଅଟନ୍ତି ।

ଯାହା କାରଣରୁ ସେହି ଜ୍ଞାନୀର ଅସୁର ମାନଙ୍କ ସହ ଭଲ ସମ୍ପର୍କ ଥିଲା । ଏହି କାରଣରୁ ଇନ୍ଦ୍ର ଦେବ ଦେଉଥିବା ସମସ୍ତ ଯଜ୍ଞ ସାମଗ୍ରୀକୁ ଜ୍ଞାନୀ ଦେବତା ମାନଙ୍କୁ ଦେବା ବଦଳରେ ଅସୁର ମାନଙ୍କୁ ଦେଇଦେଉଥିଲେ । ଏହା ଜାଣି ଇନ୍ଦ୍ର ଦେବତା ସେହି ଜ୍ଞାନୀର ହତ୍ୟା କରିଥିଲେ ।  ସେହି ସମୟରେ ଭଗବାନ ବିଷ୍ଣୁ ଇନ୍ଦ୍ର ଦେବତାଙ୍କୁ କହିଥିଲେ, ବ୍ରହ୍ମହତ୍ୟା ପରି ପାପରୁ ବଞ୍ଚିବା ପାଇଁ ଆପଣ ଗଛ, ଜଳ, ଭୂମି ଓ ମହିଳା ମାନଙ୍କୁ ନିଜର ଅଳ୍ପ ଅଳ୍ପ ପାପ ବାଣ୍ଟିବାକୁ ପଡିବ ଏବଂ ସେମାନଙ୍କୁ ଏହା ସହିତ ଗୋଟେ ଗୋଟେ ବରଦାନ ଦେବାକୁ ପଡିବ ।

ଏହାପରେ ଗଛ ଇନ୍ଦ୍ରଙ୍କର ୪ ଭାଗରୁ ଗୋଟେ ଭାଗ ପାପ ନେଇଗଲା, ଯାହାଫଳରେ ତାକୁ ବରଦାନ ମିଳିଥିଲା ଯେ ଗଛ ମାରିଲା ପରେ ମଧ୍ୟ ନିଜକୁ ଜୀବିତ କରିପାରିବ । ଏହାପରେ ଇନ୍ଦ୍ର ଦେବଙ୍କ ଅନୁରୋଧରେ ଜଳ ମଧ୍ୟ ଗୋଟେ ଭାଗ ପାପ ନେଇଗଲା ଓ ଏହା ବଦଳରେ ଜଳକୁ ଅନ୍ୟ ବସ୍ତୁକୁ ପବିତ୍ର କରିବାର ଶକ୍ତି ଇନ୍ଦ୍ର ଦେବ ଦେଇଥିଲେ ।

ଏହି ପ୍ରକାରରେ ଭୂମି ମଧ୍ୟ ଇନ୍ଦ୍ର ଦେବତାଙ୍କ ଠାରୁ ପାପର ଏକ ଭାଗ ନେଇଗଲା ଓ ବଦଳରେ ଇନ୍ଦ୍ର ଦେବ ଭୂମିକୁ ବରଦାନ ଦେଲେ ଯେ, ଭୂମିକୁ ଆସୁଥିବା ସମସ୍ତ ଆଘାତ ଆପେ ଆପେ ଭରିଯିବ । ଏହାପରେ ସ୍ତ୍ରୀ ବାକି ବଞ୍ଚିଥିବା ସମସ୍ତ ପାପକୁ ନିଜ ଉପରେ ନେଇଗଲା ଯାହାଫଳରେ ସ୍ତ୍ରୀ ମାନଙ୍କୁ ପ୍ରତି ମାସରେ ମାସିକ ପୀଡା ସହିଥିଲେ । ହେଲେ ଏହା ବଦଳରେ ଇନ୍ଦ୍ର ଦେବ ବରଦାନ ଦେଇଥିଲେ ଯେ, ପୁରୁଷ ମାନଙ୍କ ତୁଳନାରେ ସ୍ତ୍ରୀ ମାନେ କାମର ଆନନ୍ଦ ଅଧିକ ନେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button