ବିଚାର

Vastu Shastra- ବିଲେଇ ରାସ୍ତା କାଟିଲେ କେବେ ବି କରିବେ ନାହିଁ ଏହି ଭୁଲ, ନଚେତ ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ

ବନ୍ଧୁଗଣ ବିରାଡ଼ି ରାସ୍ତା କାଟିଲେ ତାକୁ ଅଶୁଭ କିମ୍ବା ଖରାପ ପ୍ରଭାବ ପଡେ ବୋଲି କଣ ପାଇଁ ଭାବନ୍ତି ? କଣ ସତରେ ବିରାଡି ର ରାସ୍ତା କାଟିବା ଅଶୁଭ ? ଚାଲନ୍ତୁ ଏହାର ସତ୍ୟତା କେତେ ଅଛି ସେ ବିଷୟରେ ଜାଣିବା । ବନ୍ଧୁମାନେ ସମସ୍ତଙ୍କ ସାମାନ୍ୟ ଧାରଣା ଅଛି ଯେ ବିରାଡ଼ି ରାସ୍ତା କାଟିଲେ କିଛି ଅଶୁଭ କିମ୍ବା କିଛି ଖରାପ ହେଵାର ଅଛି । ଏହି ଧାରଣା ଯୋଗୁଁ ବିରାଡ଼ି ଯେବେ ବି ରାସ୍ତା କାଟିଥାଏ ସେବେ ଲୋକମାନେ କିଛି ସମୟ ପାଇଁ ସେହି ସ୍ଥାନରେ ଅଟକି ଯାଇଥାନ୍ତି ।

ସେ ହିନ୍ଦୁ ହେଇଥାଉ କି ମୁସଲମାନ ସମସ୍ତଙ୍କ ଧାରଣା ଆଉ ସମସ୍ତେ ଏହି ନିୟମ କୁ ମାନି ବି ଥାନ୍ତି । ଆଉ ସେଠାରେ ଅପେକ୍ଷା କରିଥାନ୍ତି କି କେତେବେଳେ ଆଉ ଜଣେ ଆସିକି ପ୍ରଥମେ ସେ ରାସ୍ତା ପାର କରି ଯାଉ ଏହା ଦ୍ୱାରା ଅଶୁଭ ଟଳି ଯାଇଥାଏ । କଣ ସତରେ ବିରାଡ଼ି ର ରାସ୍ତା କାଟିବା ଅଶୁଭ ଥାଏ ଆଉ ଏହି ନିୟମ ଦ୍ୱାରା ତାହା ଟଳି ଯାଇଥାଏ ? ତେବେ ଚାଲନ୍ତୁ ବନ୍ଧୁଗଣ ଏହା ବିଷୟରେ ଅଧିକ କିଛି ଜାଣିବା।

୧.ବନ୍ଧୁମାନେ ବିରାଡ଼ି ର ରାସ୍ତା କାଟିବା ସେତେବେଳେ ଅଶୁଭ ହୋଇଥାଏ ଯେତେବେଳେ ସେ ବାମ ପଟ ରୁ ରାସ୍ତା କାଟି ଡାହାଣ ପଟ କୁ ଯାଇଥାଏ । ଏହା ଛଡା ଅନ୍ୟ ସବୁ ପରିସ୍ଥିତି ରେ ଏହା କୁ ଅଶୁଭ ବୋଲି ଭାବିବା ଉଚିତ ନୁହେଁ। ମାନ୍ୟତା ଅଛି କି କୁକୁର ଭଳି ବିରାଡି ମଧ୍ୟ ନିଜ ଷଷ୍ଠ ଇନ୍ଦ୍ରିୟ ଦ୍ୱାରା ଆଗକୁ ହବାକୁ ଯାଉଥିବା ଘଟଣା କୁ ଜାଣିପାରି ଥାଏ ଏବଂ ଆମ ମାନଙ୍କୁ ସଚେତନ ମଧ୍ୟ କରି ଦେଇ ଥାଏ ।

୨.ବନ୍ଧୁଗଣ ତନ୍ତ୍ର ବିଜ୍ଞାନ ରେ ବିରାଡି କୁ ଏକ ମହତ୍ୱପୂର୍ଣ୍ଣ ଜୀବ ବୋଲି ମାନି ନିଆ ଯାଇଛି। ଧାରଣା ଅଛି କି ଯଦି ବିରାଡି ଘର କୁ ଆସି କାନ୍ଦି ଥାଏ ତେବେ କିଛି ଖରାପ ହଵାର ଅଛି ବୋଲି ଭାବିଥାଉ । ବିରାଡି ମାନେ ଯଦି ନିଜ ନିଜ ଭିତରେ ଝଗଡା କରୁଥାନ୍ତି ତେବେ ଧନାହାନି କିମ୍ବା କାହା ସହ ଝଗଡା ହବ ବୋଲି ମାନିଥାଉ କିମ୍ବା କାହାର ମୃତ୍ୟୁ ଘଟିବ ବୋଲି ସଂକେତ ମିଳିଥାଏ।

୩.ବନ୍ଧୁଗଣ ଏହା ମାନ୍ୟତା ଅଛି ଯେ ଦୀପାବଳି ରାତ୍ରି ରେ ଯଦି ବିରାଡି ଘରକୁ ଆସି ଥାଏ ତେବେ ତାହା ଶୁଭ ବୋଲି କୁହାଯାଏ ଏହା ଯୋଗୁଁ ଧନଲାଭ ହୋଇଥାଏ । ଏବଂ ବିରାଡି ଯଦି ଘରେ ଛୁଆ ଜନ୍ମ କରିଥାଏ ତେବେ ତାହା ମଧ୍ୟ ଶୁଭ ଅଟେ ।


୪.ବନ୍ଧୁଗଣ ପ୍ରାୟତଃ ବିରାଡି ମାନେ ଚୁପଚାପ ଘରକୁ ଆସି କ୍ଷୀର ପିଇଥାଏ ଏହାକୁ କେତେ ଲୋକ ଅଶୁଭ ବୋଲି ଭାବନ୍ତି । କିନ୍ତୁ ସତ ହେଲା କି ସେମାନେ ଏହା ଦ୍ଵାରା ଧନ ପ୍ରାପ୍ତି ର ସୂଚନା ଦେଇଥାନ୍ତି । ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି ଯଦି ସବୁ ବେଳେ ବିରାଡି ଘରକୁ ଆସେ ତେବେ ତାହା ଶୁଭ ସଂକେତ ନୁହଁ ଏବଂ ଏହା ପାଇଁ ଘରେ ଏକ ପୂଜା ରଖିବା ଉଚିତ ।

୫.ବନ୍ଧୁଗଣ ଗ୍ରହ,ନକ୍ଷତ୍ର ରୁ ସେ ରକ୍ଷା କରେ । ଜ୍ୟୋତିଷ ଶାସ୍ତ୍ର ରେ ବିରାଡି କୁ ରାହୁ ର ବାହନ ବୋଲି କୁହାଯାଏ । ଯେଉଁ ମାନଙ୍କ ଗ୍ରହ ରେ ରାହୁ ଶୁଭ ନାହିଁ ସେମାନଙ୍କୁ ତା କୁପ୍ରଭାଵ ରୁ ବଞ୍ଚିତ କରିବା ପାଇଁ ବିରାଡି କୁ କ୍ଷୀର ଦେବା ଉଚିତ ବୋଲି କୁହାଯାଏ । ଏହି ପରି କଲେ ରାହୁ ଦୋଷ ଲାଗି ନ ଥାଏ ଏବଂ ସବୁ କାମ ଭଲରେ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button