ଓଡିଶା

ଓଡିଶା ପୋଲିସ ମାନଙ୍କର ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡ଼ିଶା ପୋଲିସ ଙ୍କ ରାଙ୍କ ଏବଂ ତାଙ୍କର ଦରମା ସମ୍ବନ୍ଧରେ ଆପଣଂକୁ ଜଣାଇବୁ।ବନ୍ଧୁଗଣ ଆପଣ ଆଜି ପୋଲିସ ମାନଙ୍କ ଡିଭିଜନ, ରାଙ୍କ ତଥା ତାଙ୍କ ଦରମା ଆଦି ବିଷୟରେ ଜାଣି ପାରିବେ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ପୋଲିସ ମାନେ ସର୍ବଦା ପ୍ରଥମେ ତାଙ୍କ ପୋଷାକ ର ଯତ୍ନ ନିଅନ୍ତି।କାରଣ ତାଙ୍କର ପୋଷାକ ରେ ହିଁ ସବୁକିଛି ରହିଥାଏ। ପୋଲିସ ମାନେ ନିଜର ପୋଷାକ ଦ୍ୱାରା ହିଁ ନିଜର ପରିଚୟ ପାଇଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କାହାର ପୋଷାକ କିପରି ଏବଂ ଏମାନଙ୍କ ଦରମା ସମ୍ବନ୍ଧରେ।

୧. ବନ୍ଧୁଗଣ ପୋଲିସ ଡିପାର୍ଟମେଂଟ ର ସବୁଠାରୁ ତଳ ପୋଷ୍ଟ ତଥା ରାଙ୍କ ହେଉଛି ‘କନଷ୍ଟେବଲ’ ପୋଷ୍ଟ। ଏହି ପୋଷ୍ଟ ର ପୋଷାକ ରେ କୌଣସି ଷ୍ଟାର ଲାଗିନଥାଏ ଏବଂ କୌଣସି ଷ୍ଟ୍ରିପ ମଧ୍ୟ ନଥାଏ।କେବଳ ତାଙ୍କ ପୋଷାକ ରେ ଓ.ପି ଲେଖା ହୋଇଥାଏ, ଯାହାର ଅର୍ଥ ହେଉଛି ଓଡ଼ିଶା ପୋଲିସ।

୨. ବନ୍ଧୁଗଣ କନଷ୍ଟେବଳ ପୋଷ୍ଟ ର ଉପର ପୋଷ୍ଟ ଟି ହେଉଛି ‘ହେଡ଼ କନଷ୍ଟେବଲ’ ପୋଷ୍ଟ। ଏହି ପୋଷ୍ଟ ର ପୋଷାକ ରେ କେବଳ ଏକ ଧଳା ରଙ୍ଗର ଷ୍ଟ୍ରିପ ରହିଥାଏ।

୩. ଏହାର ଉପର ପୋଷ୍ଟ ଟି ହେଉଛି ‘ହାବିଲଦାର’ ପୋଷ୍ଟ। ଏହି ପୋଷ୍ଟ ର ପୋଷାକ ରେ ଧଳା ରଙ୍ଗର ୩ଟି ଷ୍ଟ୍ରିପ ରହିଥାଏ। ବନ୍ଧୁଗଣ ଓଡିଶା ପୋଲିସ ଙ୍କ ପୋଷାକ ରେ ହିଁ ଧଳା ରଙ୍ଗର ଷ୍ଟ୍ରିପ ରହିଥାଏ।
ବନ୍ଧୁଗଣ ଏହା ଥିଲା ପୋଲିସ ଡିପାର୍ଟମେଂଟ ର ସବୁଠାରୁ ତଳ ରାଙ୍କ ର ପୋଷ୍ଟ।

୪. ବନ୍ଧୁଗଣ ଯେଉଁ ପୋଲିସ ଙ୍କ ପୋଷାକ ରେ ଗୋଟିଏ ଷ୍ଟାର ରହିଥାଏ ଏବଂ ଏକ ରେଡ଼ ଏବଂ ବ୍ଲାକ ରଙ୍ଗ ର ଷ୍ଟ୍ରିପ ରହିଥାଏ ଏବଂ ପୋଷାକ ରେ ଓ.ପି ଲେଖା ହୋଇଥାଏ ତେବେ ଆପଣ ଜାଣିବେ ଯେ, ସେ ହେଉଛନ୍ତି ‘ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର’ (ଏ.ଏସ.ଆଇ)।

୫.ଏହାର ଉପର ପୋଷ୍ଟ ଟି ହେଉଛି ‘ସବ ଇନ୍ସପେକ୍ଟର'(ଏସ. ଆଇ)।ଏହି ପୋଷ୍ଟ ର ପୋଲିସ ଙ୍କ ପୋଷାକ ରେ ଦୁଇଟି ଷ୍ଟାର ରହିଥାଏ ଏବଂ ରେଡ଼ ଓ ବ୍ଲାକ ରଙ୍ଗ ର ଷ୍ଟ୍ରିପ ଥାଏ ଏବଂ ପୋଷାକ ଡେ ଓ.ପି ଲେଖାହୋଇଥାଏ।

୬. ଯେଉଁ ପୋଲିସ ଙ୍କ ପୋଷାକ ରେ ୩ଟି ଷ୍ଟାର ଥାଏ ଏବଂ ରେଡ଼ ଓ ବ୍ଲାକ ଷ୍ଟ୍ରିପ ରହିଥାଏ ଏବଂ ପୋଷାକ ରେ ଓ.ପି ଲେଖା ହୋଇଥାଏ, ତେବେ ଆପଣ ଜାଣିବେ ଯେ, ସେ ହେଉଛନ୍ତି ‘ଇନ୍ସପେକ୍ଟର’।

୭. ଏହାର ଉପର ପୋଷ୍ଟ ଟି ହେଉଛି ଡି.ଏସ.ପି। ଏହି ପୋଷ୍ଟ ରେ ଥିବା ପୋଲିସ ଙ୍କ ପୋଷାକ ରେ ୩ଟି ଷ୍ଟାର ଥାଏ ଏବଂ ଏମାନଙ୍କ ପୋଷାକ ରେ କୌଣସି ଷ୍ଟ୍ରିପ ନଥାଏ ଏବଂ ସେଥିରେ ଓ.ପି.ଏସ ଲେଖା ହୋଇଥାଏ।

୮. ଏହାର ଉପର ପୋଷ୍ଟ ଟି ହେଉଛି ‘ଏ.ଏସ.ପି’। ଏମାନଙ୍କ ପୋଷାକ ରେ ଏକ ଅଶୋକ ସ୍ତମ୍ଭ ଥାଏ ଏବଂ ସେଥିରେ ଓ.ପି.ଏସ ଲେଖା ହୋଇଥାଏ।

୯.ଏହାର ଉପର ପୋଷ୍ଟ ଟି ହେଉଛି ‘ଆଇ.ପି.ଏସ’। ଏହି ପୋଷ୍ଟ ରେ ସବୁଠାରୁ ତଳ ରାଙ୍କ ରେ ଥାଆନ୍ତି ଆଇ.ଏସ। ଏହି ପୋଷ୍ଟ ରେ ପ୍ରଥମ ବର୍ଷ ତାଙ୍କ ପୋଷାକ ରେ ଗୋଟିଏ ଷ୍ଟାର ଥାଏ ଏବଂ ଦ୍ଵିତୀୟ ବର୍ଷ ରେ ଦୁଇଟି ଷ୍ଟାର ଏବଂ ତୃତୀୟ ବର୍ଷ ରେ ତାଙ୍କୁ ଡି.ଏସ.ପି କୁହାଯାଏ। ଏହି ପୋଷ୍ଟ ର ପୋଷାକ ରେ ୩ଟି ଷ୍ଟାର ଥାଏ ଏବଂ ଏମାନଙ୍କ ପୋଷାକ ର ତଳେ ଆଇ.ପି.ଏସ ଲେଖା ହୋଇଥାଏ।

୧୦. ସବୁଠାରୁ ଉପର ପୋଷ୍ଟ ଟି ହେଉଛି ‘ଡି.ଜି.ପି’ ପୋଷ୍ଟ। ଏହି ପୋଷ୍ଟ ରେ ଥିବା ପୋଲିସଙ୍କ ହାତରେ ସବୁଠାରୁ ଅଧିକ ପାୱାର ଥାଏ। ଡି. ଜି.ପି ଙ୍କ ଦରମା ହେଉଛି ସବୁଠାରୁ ଅଧିକ ୨ଲକ୍ଷ ୨୫ ହଜାର ଟଙ୍କା। ଏହି ପୋଷ୍ଟ ର ତଳ ରାଙ୍କ ରେ ଥିବା ପୋଲିସ ତଥା ଏ.ଡି. ଜି.ପି ଙ୍କ ଦରମା ହେଉଛି ୨ଲକ୍ଷ ୫ହଜାର ଟଙ୍କା। ଆଇ.ପି.ଏସ ମାନଙ୍କ ଦରମା ହେଉଛି ୬୦,୦୦୦ ଟଙ୍କା । ଏହି ପୋଷ୍ଟ ରେ ଆରମ୍ଭ ରୁ ଦରମା ୬୦ ହଜାର ଥାଏ ଏବଂ ପରେ ଏମାନେ ୨ ଲକ୍ଷ ପର୍ଯ୍ୟନ୍ତ ଦରମା ପାଇଥାନ୍ତି।

କନଷ୍ଟେବଲ ଏବଂ ହାବିଲଦାର ତଥା ତଳ ରାଙ୍କ ରେ ଥିବା ପୋଲିସ ଙ୍କ ଦରମା ୨୨ହଜାର ରୁ ୩୦ ହଜାର ମଧ୍ୟରେ ହୋଇଥାଏ। ଏସ.ଆଇ ଏବଂ ଇନ୍ସପେକ୍ଟର ପୋଷ୍ଟ ର ଦରମା ୪୦ ହଜାର ରୁ ନେଇ ୫୦ହଜାର ପର୍ଯ୍ୟନ୍ତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button