ଦେଶ ବିଦେଶ

ଏମିତି ଝିଅ ଯେଉଁଠି ବି ମିଳିଲେ ତୁରନ୍ତ ବିବାହ କରି ନିଅନ୍ତୁ, ହେଇଯିବେ ଧନୀ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ଙ୍କ ନୀତି ସମ୍ପର୍କ ରେ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ। ଚାଣକ୍ୟ ଙ୍କ ଦ୍ଵାରା ଲେଖାଯାଇଥିବା ଏକ ନୀତି ଶାସ୍ତ୍ର ରେ ବିଭିନ୍ନ ନୀତି ସମ୍ପର୍କରେ ଅବଗତ କରାଯାଇଛି । ଏହି ନିତୀ କୁ ଯେଉଁମାନେ ଅନୁସରଣ କରିବେ ସେ ଭବିଷ୍ୟତ ରେ ନିଶ୍ଚିତ ଜଣେ ସଫଳ ବ୍ୟକ୍ତି ଭାବରେ ପ୍ରସିଦ୍ଧି ଲାଭ କରିବେ। ଚାଣକ୍ୟ ଙ୍କ ଏହି ନୀତି ମନୁଷ୍ୟ ନିଜର ବ୍ୟବହାର ବିଷୟରେ ଶିକ୍ଷା ଦେଇଥାଏ ।ଏହି ନୀତି ଶାସ୍ତ୍ର ରେ ମନୁଷ୍ୟ ଜୀବନ ର ସମସ୍ତ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି।ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ର ଅଦ୍ଭୁତ ବିଚାର ସମ୍ପର୍କରେ ଜଣେଇବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା ତାଙ୍କ ବିଚାର ବିଷୟରେ।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ମହିଳା ମାନଙ୍କ ସମ୍ପର୍କରେ ବହୁତ କିଛି କହିଛନ୍ତି।ଗୋଟିଏ ଝିଅ କୁ ଦେଖିବା ମାତ୍ରେ ସେ କିପରି ସ୍ଵଭାଵ ର ଏହା ଆପଣ ମଧ୍ୟ ତାଙ୍କୁ ଦେଖୁ ଦେଖୁ କହିପାରିବେ। ବନ୍ଧୁଗଣ ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀ ସ୍ୱାମୀର ବାମ ଅଂଶ ହୋଇଥାଏ।

ଜଣେ ପତ୍ନୀ ଙ୍କ ବିନା ପତି ଙ୍କ ର କୌଣସି ମୂଲ୍ୟ ନ ଥାଏ।ଦୁଇ ଜଣ ଦୁହିଁଙ୍କ ପାଇଁ ବହୁତ ଜରୁରୀ ହୋଇଥାନ୍ତି।ପତ୍ନୀ ନିଜ ସ୍ୱାମୀ ସହିତ ସମସ୍ତ ପରିବାର କୁ ଖୁସିରେ ରଖିବା ପାଇଁ ବହୁତ କିଛି କରିଥାନ୍ତି। କିପରି ନାରୀ ଙ୍କୁ ବିବାହ କରିବା ଉଚିତ ତାହା ହିନ୍ଦୁ ଧର୍ମ ର ବିଷ୍ଣୁ ପୁରାଣ ଗ୍ରନ୍ଥରେ ଲେଖାଯାଇଛି। ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ ଆହୁରି ଅନେକ କିଛି।

ପ୍ରଥମତଃ ଯେଉଁ ନାରୀ ସ୍ୱଭାବରେ ବହୁତ ଭଲ ହୋଇଥିବ ଏବଂ ସମସ୍ତ କାର୍ଯ୍ୟ କୁ ବହୁତ ଭଲ ଭାବ ରେ ତୁଲାଉଥିବ ସେହିଭଳି ନାରୀ ଙ୍କୁ ହିଁ ବିବାହ କରିବା ଉଚିତ। ଯେଉଁ ପତ୍ନୀ ଘରର ସବୁ କାମ ନିଜେ କରିଥାନ୍ତି ଯେପରି ରୋଷେଇ କରିବା, ଘର କୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା,ନିଜ ପତି କୁ ଖୁସି ରଖିଥାନ୍ତି ସେହିମାନଙ୍କୁ ହିଁ ଭଲ ପତ୍ନୀ କୁହାଯାଏ । ନିଜ ପିଲା ମାନଙ୍କର ଯତ୍ନ ନେବା ସହିତ ଘରକୁ ଆସିଥିବା ଅତିଥି ଙ୍କ ର ମଧ୍ୟ ଯତ୍ନ ନେଉଥିବ ତାଙ୍କୁ ମଧ୍ୟ ଭଲ ନାରୀ କୁହାଯାଏ।ଏହି ପରି ନାରୀ ମଧ୍ୟ ପତି ଙ୍କର ବହୁତ ପ୍ରିୟ ହୋଇଥାନ୍ତି।

ଦ୍ବିତୀୟତଃ ବିଷ୍ଣୁ ପୁରାଣ ବା ଗରୁଡ଼ ପୁରାଣ ରେ କୁହାଯାଇଛି ଯେ ନାରୀ ପୁରୁଷଙ୍କ ସହିତ ଅତି ଶାଳୀନତା ଓ ଭଦ୍ର ବ୍ୟବହାର କରିବା ଉଚିତ । କେବଳ ପତି ନୁହେଁ ଏହା ସହିତ ଘରର ସମସ୍ତ ସଦସ୍ୟ ଙ୍କ ସହିତ ମଧ୍ୟ ବହୁତ ଭଦ୍ରତା ର ସହିତ କଥା ହେବା ଉଚିତ । ଏହି ପରି ନାରୀ ଘରେ ସମସ୍ତଙ୍କ ପ୍ରିୟ ହୋଇଥାନ୍ତି । ସମସ୍ତଙ୍କ ମନ ଜାଣି କାମ କରିଥାନ୍ତି ଓ ସମସ୍ତଙ୍କର ମନ ମଧ୍ୟ ଜିଣି ପାରନ୍ତି ।

ଏହି ପରି ନାରୀ ବହୁତ ଭଲ ହୋଇଥାନ୍ତି । ତାଙ୍କର ପ୍ରକୃତି ମଧ୍ୟ ବହୁତ ଭଲ ହୋଇଥାଏ । ଏହି ପରି ସ୍ତ୍ରୀ ଯେଉଁ ଘରେ ରହିବେ ସେ ଘରକୁ ଦୁର୍ଭାଗ୍ୟ ଓ କଳହ ଆସିନଥାନ୍ତି । ନିଜ ପତି ଙ୍କ ର ସମସ୍ତ କଥା ମାନୁଥିବା ପତ୍ନୀ ମଧ୍ୟ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି । ଏହି ପରି ନାରୀ ଭାଗ୍ୟରେ ଥିଲେ ମିଳିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button