ଥରେ ନିଶ୍ଚୟ ଟେଷ୍ଟ କରି ଦେଖନ୍ତୁ ମ୍ୟାଗି ପକୁଡି

ମ୍ଯାଗି ଖାଇବା ଆପଣଙ୍କ ପିଲାକୁ ତ ବହୁତ ପସନ୍ଦ ଆସୁଥିବ। ମ୍ଯାଗିକୁ ବଡ ଠାରୁ ଛୋଟ ପର୍ଯ୍ଯନ୍ତ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏହି ଷ୍ପେଶାଲ ରେସିପି ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ ଯାହାକୁ ଖାଇ ଆପଣଙ୍କ ପିଲାମାନେ ବହୁତ ଖୁସି ହୋଇଯିବେ। ମ୍ଯାଗି ପକୋଡା ସହିତ ଚା’ର ଚୁସକି ନିଅନ୍ତୁ। ଏହି ରେସିପି ୨ ରୁ ୩ ମିନିଟରେ ପ୍ରସ୍ତୁତ ହୋଇଯିବ। ତେବେ ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ଉପାୟ।
ଆବଶ୍ଯକୀୟ ସାମଗ୍ରୀ
ମ୍ଯାଗି – ୧ ପ୍ଯକେଟ
ସୁଜି – ୨ ଟେବୁଲସ୍ପୁନ
ବେସନ – ୨ ଟେବୁଲ ଚାମଚ
ପିଆଜ – ସିମଲା ଲଙ୍କା ଏବଂ କୋବି
ଲାଲ ଲଙ୍କା ପାଉଡର – ଏକ ଛୋଟ ଚାମଚ
ଧନିଆ ପତ୍ର – ଅଧା କପ୍
ଲୁଣ – ସ୍ବାଦାନୁସାରେ
ପାଣି – ଆବଶ୍ଯକ ଅନୁସାରେ
ପ୍ରଣାଳୀ
-ପ୍ଯାନରେ ପାଣି ଗରମ ହେବା ପାଇଁ ରଖିଦିଅନ୍ତୁ। ଏବେ ଏଥିରେ ମ୍ଯାଗି ମସଲା ପକାନ୍ତୁ ଏବଂ ଏହାକୁ ପାଣିରେ ମିକ୍ସ କରିବାକୁ ଦିଅନ୍ତୁ। ଏହାପରେ ମ୍ଯାଗି ପକାଇ ଦିଅନ୍ତୁ। ଏହାକୁ ସାମାନ୍ୟ ରାନ୍ଧି ଦିଅନ୍ତୁ। ମ୍ୟାଗିକୁ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ପାଣିରେ ରଖନ୍ତୁ ନାହିଁ।
-ଏବେ ଏହାକୁ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ କଟା ପିଆଜ, କୋବି, ସିମଲା ଲଙ୍କା, ଧନିଆ ପତ୍ର, ଲାଲ ଲଙ୍କା ପାଉଡର, ସୁଜି ଏବଂ ସ୍ବାଦାନୁସାରେ ଲୁଣ ମିଶାନ୍ତୁ। ସୁଜି ପକୁଡିକୁ କ୍ରିସପି କରିଥାଏ। ଏବେ ପକୁଡିର ମିଶ୍ରଣରେ ୨ ଟେବୁଲସ୍ପୁନ ବେସନ ମିଶାନ୍ତୁ ଏବଂ ଅଳ୍ପ ଅଳ୍ପ କରି ପାଣି ଢ଼ାଳନ୍ତୁ। ଏବେ ଭଲଭାବେ ଏହି ମିଶ୍ରଣକୁ ଗୋଳାଇ ଦିଅନ୍ତୁ।
-ପ୍ୟାନକୁ ଗ୍ୟାସରେ ଗରମ ହେବା ପାଇଁ ରଖି ଦିଅନ୍ତୁ। ଏବେ ମିଶ୍ରଣକୁ ଛୋଟ-ଛୋଟ ଆକାରରେ ଫ୍ରାଇ କରନ୍ତୁ। ସାମାନ୍ୟ ଗୋଲଡେନ ବ୍ରାଉନ ହୋଇଗଲା ପରେ ଏହକୁ କାଢ଼ି ଦିଅନ୍ତୁ। ଏବେ ଏହାକୁ ଧନିଆ ଏବଂ ଟମାଟୋ ଚଟଣୀ ସହିତ ଗରମା-ଗରମ ଖାଆନ୍ତୁ।



