କ୍ରାଇମ

ରାଜଧାନୀ Bhubaneswar ରେ ଭୟଙ୍କର ଘଟଣା ! ମାତ୍ର 1074 ଟଙ୍କା ବୁଲିଲା ଖଣ୍ଡା, ଭୟରେ ସ୍ଥାନୀୟ ବାସିନ୍ଦା

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଜଧାନୀ ରେ ବୁଲାଇଲେ ଖଣ୍ଡା, ଏବଂ ଭାଙ୍ଗିଦେଲେ ଏକାଧିକ ସାମଗ୍ରୀ । ମାତ୍ର ୧୦୭୪ ଟଙ୍କା ବାକି ଥିଲା ଏବଂ ଏହାକୁ ଦୋକାନୀ ମାଗିଲେ ବୋଲି ସିଧା ସଳଖ ଖଣ୍ଡା ବୁଲାଇଲେ । ତେବେ ଏହି ଘଟଣା ଟି ହେଉଛି ଭୁବନେଶ୍ଵରର ସତ୍ୟନାଗର ସ୍ଥିତ ବିଗବଜାର ନିକଟରେ ଥିବା ଏକ ଭେରାଇଟି ଷ୍ଟୋର ର । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ । ଦୋକାନରେ ଗତ ଦୁଇ ଦିନ ହେବ ଜଣେ ବାକି ଖାଇଥିଲେ ୧୦୭୪ ଟଙ୍କା ଏବଂ ମାଲିକ ସିଧାସଳଖ ତାଙ୍କୁ ଟଙ୍କା ମାଗିଥିଲେ ।

ମାତ୍ର ପରବର୍ତ୍ତୀ ସମୟରେ କ’ଣ କରିବୁ ଟଙ୍କା ନ ଦେଲେ ବୋଲି କହିଥିଲେ ଗ୍ରାହକ । ଏହା ସହିତ ବ୍ୟବହାର ଖରାପ କରିବା ସହିତ ତାଙ୍କ ସାଙ୍ଗସାଥି ୧୦ ଜଣ ଗୁଣ୍ଡା କୁ ଡକାଇ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହା ସହିତ ଦୋକାନ କୁ ଭାଙ୍ଗି ଛିନଛତ୍ର କରିଥିଲେ । ତେବେ ଏହାକୁ ନେଇ ଦୋକାନ ର ମାଲିକାଣୀ କହିଛନ୍ତି ଯେ ବିଭୂଦତ ସାହୁ ନାମକ ଜଣେ ବ୍ୟକ୍ତି ଯାହାଙ୍କ ଘର ପଳାଶୁଣି ଦୂର୍ଗା ମଣ୍ଡପ ପାଖରେ, ଏବଂ ତାଙ୍କର ସମୁଦାୟ ୧୦୭୪ ଟଙ୍କା ବାକି ଥିଲା । ସେ ସି-ଗା-ରେ-ଟ ସହିତ ଥଣ୍ଡା ପିଇଥିଲା ।

ମାତ୍ର ଯେତେବେଳେ ମାଗିଲେ ସେତେବେଳେ କହିଲେ ଯେ ହଁ ମୁଁ ଦଉଛି, ମାତ୍ର ସେମାନେ ସବୁବେଳେ ଏକ ଗ୍ୟାଙ୍ଗ ଭଳି ଆସିବେ ଏଠାରେ ଖାଇବେ ଏବଂ ଦଉଛି ବୋଲି କହି ଯିବେ । ମାତ୍ର ଯେ ହେତୁ ଦୋକାନୀ ମାଲିକ ଜଣେ ମହିଳା ହେବେ ଏଣୁ ସେ ଜବରଦସ୍ତ କରି ପାରନ୍ତି ନାହିଁ କି ମାଗି ପାରନ୍ତି ନାହିଁ ।

ଚିହ୍ନାପର୍ଚ ଅଛନ୍ତି ତଥା ଏହି ଏରିଆରେ ରହୁଛନ୍ତି ବୋଲି ଭାବି ମହିଳା ଜଣକ ଚୁପ ରୁହନ୍ତି । ମାତ୍ର ମହିଳା ଜଣକ କହିଲେ ଯେ ଏତେ ପଇସା ହୋଇଗଲାଣି ତୋର ଦେ’ ଏବଂ ବାରମ୍ବାର ମହିଳା ଜଣଙ୍କ ଏହିଭଳି ବାରମ୍ବାର ମାଗିବାରୁ ଗ୍ରାହକ ଜଣକ ମିସବିହେବ କରିଲେ ଏବଂ କହିଲେ ୬୦ ଟଙ୍କାର ଖାଇ ଯଦି ୧୦୦ ଟଙ୍କା ଲେଖିଦେବୁ ତେବେ କଣ ମୁଁ ୧୦୦ ଟଙ୍କା ଦେବି ନା କ’ଣ ?

ମହିଳା କହିଲେ ଯେ ଯଦି ମୁଁ ଏଭଳି ଲେଖି ଦଉଛି ତେବେ ତୁ କଣ ଖାଇଛୁ ତୁ କହ ? ଏହାପରେ କଥା ଆଗକୁ ବଢିଲା ଏବଂ ୧୨ ଜଣ ଖଣ୍ଡା ଆଣି ମହିଳା ଙ୍କ ଦୋକାନରେ ଭଙ୍ଗାରୁଜା କରିଲେ । ଏହାକୁ ନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଥାନା ଅଧିକାରୀ କହିଛନ୍ତି ଯେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button