ଜୀବନଶୈଳୀ

ବାପା ବଞ୍ଚି ଥାଉ ଥାଉ ପୁଅ କହୁଛି ମା ହାତରୁ କାଚ କାଢ଼ିଦେ, ମୋ ବୋପା ଆଜିଠୁ ମରିଗଲା…ପୁରା ଘଟଣା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ଵାମୀ ଅଲଗା ଜଣଙ୍କୁ ରଖିଛନ୍ତି ମାତ୍ର ସେ ଥାଇ ମଧ୍ୟ ପରବର୍ତ୍ତୀ ତାଙ୍କ ସହିତ ବିବାହ କରିଦେଇଛନ୍ତି । ଏବଂ ମହିଳା ଜଣକ ଯାଇ ଅନ୍ୟ ଗ୍ରାମରେ ଅଛନ୍ତି ଏବଂ ମୂଲ ଲାଗି ନିଜ ଛୁଆ କୁ ମଣିଷ କରୁଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ୧୦ ଶ୍ରେଣୀରେ ପାଠ ପଢୁଛନ୍ତି । ମାତ୍ର ସେ ଛୋଟରୁ ବହୁତ କଷ୍ଟ କରି ନିଜ ପୁଅ କୁ ଏ ପର୍ଯ୍ୟନ୍ତ ପାଳିପୋଷି ନେଇ ଆସିଛନ୍ତି,

କିନ୍ତୁ ବର୍ତ୍ତମାନ ସେ ଆଉ ପୁଅ କୁ ପୋଷୀ ପାରିବେ ନାହିଁ କି ଆଉ ଖର୍ଚ୍ଚ ମଧ୍ୟ କରି ପାରିବେ ନାହିଁ ବୋଲି କହିଛନ୍ତି । ମହିଳା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ପ୍ରାପ୍ୟ ଦେଲେ ତାଙ୍କ ପୁଅ ଆଗକୁ ପାଠ ପଢିବ ତଥା ଭଲ ମଣିଷ ହେବ । କିନ୍ତୁ ତାଙ୍କ ପୁଅ କହୁଛି ଯେ ମା ତୁ ଶଙ୍ଖା ସିନ୍ଦୁର କାଢିଦେ ବାପା ମରିଗଲା ବୋଲି ଜାଣିନେ । ମହିଳା ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଛି ଏବଂ ତାଙ୍କୁ ମଧ୍ୟ ପ୍ରାପ୍ୟ ଦେବାକୁ ହେବ ।

ମହିଳା କହିଛନ୍ତି ଯେ ଆଉ ତ ମୋ ପିଲାକୁ ଆଉ ଗୋଟିଏ ବାପ ମିଳିବନି କି ଆଉ ମତେ ତ ସ୍ଵାମୀ ମିଳିବନି ମାତ୍ର ଆମେ ତ ପୁଣି ଦୁନିଆରେ ଚଳିବୁ କି ନା ? ଆମକୁ ସେତିକି ଦରକାର । ସମୁଦାୟ ୧୨ ବର୍ଷ ହେବ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳା ।

ମହିଳା ଜଣଙ୍କ ଥାନା ରେ ଅଭିଯୋଗ କରିଥିଲେ ମାତ୍ର ସେଠାରେ କୌଣସି ପ୍ରକାରର ସାହାର୍ଯ୍ୟ ମିଳିଲା ନାହିଁ ଆଉ କୋର୍ଟ ରେ ଲଢିବା ନିମନ୍ତେ ତାଙ୍କ ପାଖରେ ଟଙ୍କା ନାହିଁ । ମାତ୍ର ଗାଁ ଗଣ୍ଡାରେ କେହି ସାହାର୍ଯ୍ୟ ମଧ୍ୟ କରୁ ନାହାଁନ୍ତି ଏଣୁ ସେ ନିଜ ମା’ ମାନଙ୍କୁ ନେଇ ଆସିଛନ୍ତି ସେମାନେ ଯାହା କରିବେ କରିବେ ।

କିଛି ମହିଳା ତାଙ୍କ ସ୍ଵାମୀ ଙ୍କ ସହିତ ଏ ସମ୍ବନ୍ଧରେ ଯାଇ କଥାବାର୍ତ୍ତା କରିଥିଲେ ଏବଂ ସେ ଯାଇ ବୁଝା ବୁଝି କରିଲେ ଏକ ନିଷ୍ପତ୍ତି ବାହାରିଲେ ସେ ଏଠାରୁ ଯିବେ ବୋଲି କହିଛନ୍ତି ମହିଳା ଜଣକ । ମହିଳା ଜଣକ କହିଛନ୍ତି ଯେ ମୋ ଜୀବନ ଗଲା ତ ଗଲା କିନ୍ତୁ ମୁଁ ମୋ ଛୁଆ ଜୀବନ ନଷ୍ଟ ହେବାକୁ ଦେବିନାହିଁ । ଯଦି ମହିଳା ଙ୍କୁ ନ୍ୟାୟ ନ ମିଳିବ ତେବେ ସେ ତାଙ୍କ ସ୍ଵାମୀ ଘର ସମ୍ମୁଖରେ ହିଁ ଆତ୍ମଦାହ କରିବେ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button