ଦେଶ ବିଦେଶ

ମୁଁ ତ ତୋ ପୁଅ ଥିଲି ମା’, ଶେଷରେ ତୁ ମତେ ନାଳ କଡେ ଫିଙ୍ଗି ଦେଇ ଚାଲିଗଲୁ, ମୁଁ କେତେ କାନ୍ଦିଲି, ହେଲେ ତୁ…’ ପୁରା ଘଟଣା ଦେଖିଲେ ଆପଣଙ୍କ ଆଖି ଭିଜିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସାମ୍ନାରେ ଆସି ପହଞ୍ଚିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଘଟଣା ଟି ହେଉଛି କେନ୍ଦୁଝର ଜିଲ୍ଲା ର ହରିଚନ୍ଦନପୁର ବ୍ଲକ ତେନ୍ତଳା ପଶି ଗୋପୀନାଥ ପୁର ଗାଁ ନିକଟରେ ଥିବା ଏକ ଝରଣା ନାଳରୁ ଅଶୋକ ନାମକ ଯୁବକ ଅସହାୟ ଅବସ୍ଥାରେ ପଡିଥିବା ଏକ ଶିଶୁ ପୁତ୍ର କୁ ଉଦ୍ଧାର କରିଥିଲେ ।

ମାତ୍ର ଏଠାରେ ଝିଅ ନୁହେଁ ପୁଣି ଏକ ପୁଅ ସନ୍ତାନ ଆଜି ଅଲୋଡା ହୋଇ ପଡିଲା । ନାଳ ଝରଣା ପାଖରୁ ଶୁଭିଥିଲା ସେହି କଅଁଳ ଶିଶୁ ର ବିକଳ ସ୍ଵର । ତାଙ୍କ ପାଖକୁ ଦୌଡି ଆସିଥିଲେ ସବୁ, ଆଉ ଚାରିଆଡେ ଆରମ୍ଭ ହୋଇଯାଇଥିଲା ଚର୍ଚା । ତେବେ ଶିଶୁ ପୁତ୍ର କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ କେନ୍ଦୁଝର ମେଡିକାଲ କୁ ଚିକିତ୍ସ୍ୟା ପାଇଁ ନିଆଗଲା ।

ସ୍ଥାନୀୟ ଯୁବକ ମାନେ ସକାଳୁ ଶୌଚ ନିମନ୍ତେ ନାଲକୁ ଗଲା ସମୟରେ ଏକ ଛୋଟ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ । ଯେଉଁ କଅଁଳ ଚିତ୍କାର ଶୁଣି ନାଳ ଭିତରେ କିଛି ବାଟ ଗଲାପରେ ଦେଖିବାକୁ ପାଇଥିଲେ ଯେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଭିତରେ ଛୁଆଟିଏ ରହିଅଛି । ଏହାପରେ ତୁରନ୍ତ ଛୁଆଟିକୁ ଉଦ୍ଧାର କରି ଗାଁ କୁ ଅଣାଯାଇଥିଲା ।

ଗୋପୀନାଥ ପୁର ଗ୍ରାମର ଆଶାକର୍ମୀ ଅଙ୍ଗନବାଡି କର୍ମୀ ଓ ଶୈଳ ମୁଣ୍ଡା କେନ୍ଧୁଝର ଛାଇଲ୍ଡ ଲାଇନ କୁ ଯୋଗାଯୋଗ କରିଥିଲେ । ଆଉ ମେଡିକାଲ କୁ ନିଆଯାଇଥିଲା । ତେବେ ବର୍ତ୍ତମାନ ଛୁଆଟିର ଚିକିତ୍ସ୍ୟା ଏସଏନସ୍ୟୁରେ ଚାଲିଥିବା ଖବର ମିଳିଛି । ଛୁଆଟି ମଧ୍ୟ ଏଠାରେ ସୁସ୍ଥ ଥିବାର ଜଣାପଡିଛି । ଆଜିର ସ୍ଵାର୍ଥପର ଦୁନିଆରେ ମା’ ର ମମତା ସହିତ ମଣିଷ ପଣିଆ ମଧ୍ୟ ମରିଯାଇଛି କହିଲେ କିଛି ଭୁଲ ହେବ ନାହିଁ ।

ତେବେ କାହିଁକି ଏଭଳି ବାରମ୍ବାର ନବଜାତ ଶିଶୁ ଅଲୋଡା ହୋଇ ପଡିଛି ? ମଣିଷ ନିଜର ସ୍ଵାର୍ଥ ପାଇଁ ନିରୀହ ଅବଦ୍ଧ ଶିଶୁ କୁ ବଳି ପକାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ସାଧାରଣତଃ ଶିଶୁ କନ୍ୟା ଅଲୋଡା ହେବା କଥା କିଛି ନୂଆ ନୁହେଁ । କିନ୍ତୁ ଏଠାରେ ପୁଣି ଶିଶୁ ପୁତ୍ର ମଧ୍ୟ ବଳି ପଡିବା ଆରମ୍ଭ ହୋଇସାରିଲାଣି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button