ଜୀବନଶୈଳୀ

ମା’ ବିରଜାଙ୍କ ଦର୍ଶନ ହେଲା ଶେଷ ଦର୍ଶନ, ବେଆଇନ ପାର୍କିଂ ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ବନ୍ଧୁଗଣ, ସୂଚନା ଅନୁଯାୟୀ ମା’ ବିରଜା ଙ୍କୁ ଆସିଥିଲେ ଦର୍ଶନ କରି ମାତ୍ର କିଏ ଜାଣିଥିଲା ଯେ ମା’ ଙ୍କ ଦର୍ଶନ ହେବ ଶେଷ ଦର୍ଶନ ? ମା’ ଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଘଟିଗଲା ଅକାଳ ଦୁର୍ଘଟଣା ଆଉ ଅକାଳରେ ଶେଷ ହୋଇଗଲା ଦୁଇ ଜୀବନ । ତେବେ ଏହିଭଳି ଭୟଙ୍କର ଦୁର୍ଘଟଣା ଯାଜପୁର ଜିଲ୍ଲା ଛତିଆ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଭଟ୍ଟାସାଗର ବଜାରରେ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳରେ ଅସମ୍ଭାଳ ବେଆଇନ ପାର୍କିଂ ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଭୁବନେଶ୍ବରରୁ ଏକ କାର ରେ ୩ ଜଣ ମା’ ବିରଜା ଙ୍କ ଦର୍ଶନ ଲାଗି ବାହାରି ଥିଲେ । ଏହାପରେ ରାସ୍ତାର ଛତିଆ ଭଟ୍ଟ ସାଗର ବଜାରରେ ଗାଡି ରଖି ଜଳଖିଆ ଖାଇବାକୁ ଗାଡିରୁ ବାହାରୁଥିବା ସମୟରେ ହଠାତ ଅସାବଧାନତା ଯୋଗୁଁ ଗାଡି ଟି ପଛକୁ ଗାଡି ଯାଇଥିଲା । ଠିକ ଏହି ସମୟରେ ପଛପଟୁ କଟକ ଆଡୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ସେହି କାରଟିକୁ ଧକ୍କା ଦେଇଥିଲା ।

ଫଳରେ ଗାଡିରୁ ଦୁଇଜଣ ଛିଟିକି ଟ୍ରକ ସମ୍ମୁଖରେ ପଡିଯାଇଥିଲେ । ଆଉ ଘଟଣା ସ୍ଥଳରେ ଜଣେ ମହିଳା ଆଉ ଜଣେ ବ୍ୟକ୍ତିଙ୍କର ମୃ-ତ୍ୟୁ ହୋଇଯାଇଥିଲା । ଅନ୍ୟପଟରେ ଗୁରୁତ୍ଵର ଅବସ୍ଥାରେ ଜଣେ ବଞ୍ଚିଯାଇଥିବା ଜଣା ପଡିଛି । ବଇରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହିତ ଆହତଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣା ପଡିଛି ।

ତେବେ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ବା ଜାତୀୟ ରାଜପଥ କତୃପକ୍ଷ କାହିଁକି କୌଣସି ପଦକ୍ଷପ ନେଉ ନାହାଁନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ବିଶେଷ କରି ଛତିଆ କାକରା ପିଠାର ସ୍ଵତନ୍ତ୍ର ଚାହିଦା ରହିଥିବାରୁ ଏହି ବଜାର ଅଞ୍ଚଳରେ ଦୈନିକ ପ୍ରବଳ ଭିଡ ଲାଗି ରହୁଥିବା ବେଳେ ରାଜପଥରେ ବେଆଇନ ପାର୍କିଂ ଦେଖିବାକୁ ମିଳିଥାଏ ।

କିନ୍ତୁ ସ୍ଥାନୀୟ ବଇରୀ ଥାନା ଅଥବା ଛତିଆ ପୋଲିସ ପକ୍ଷରୁ ଏହି ବଜାରରେ କୌଣସି ଗାର୍ଡ ଅଥବା ଟ୍ରାଫିକ ର ବ୍ୟବସ୍ଥା କରାଯାଉନଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇ ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ତେବେ ଏଥି ନିମନ୍ତେ ଦାୟୀ କିଏ ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button