ଓଡିଶା

Viral: ହଠାତ ହାତିକୁ ଲାଗିଲା କରେଣ୍ଟ, ଆଉ ତା’ପରେ ଯାହା ହେଲା ଦେଖି ସମସ୍ତଙ୍କ ହୋସ ଉଡିଗଲା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାସ୍ତାରେ କୌଣସି ଏକ ସ୍ଥାନରେ ହାତୀ ଉପରେ ବସି ମହନ୍ତ ଏବଂ ତାଙ୍କ ସହଯୋଗ କାରୀ ଯାଉଥିଲେ । କୌଣସି ଆୟୋଜନ ନିମନ୍ତେ ଶୋଭାଯାତ୍ରା ବାହାରି ଥିଲା । ଏବଂ ବଡ ଧୂମଧାମରେ ବାଜା ବଜାଇ ଏକା ସହିତ ଅଧିକାଂଶ ଲୋକେ ଯାଉଥିଲେ । କିନ୍ତୁ ରାସ୍ତାରେ ଯିବା ସମୟରେ ହଠାତ ଗୋଟିଏ ସ୍ଥାନରେ ମହନ୍ତ ହାତୀ ଉପରେ ବସିଥିବା ନଜର ଆସୁଥିଲେ ଏବଂ ତାଙ୍କୁ ଖରାରୁ ତଥା ସଂସ୍କୃତି ଅନୁସାରେ ତାଙ୍କ ମୁଣ୍ଡ ଉପରେ ଛତା ଦେଖାଇ ଆଉ ଏକ ଲୋକ ବସିଥାଏ ।

ହାତୀ ଟି ଚୁପଚାପ ଚାଲି ଯାଉଥାଏ ଏବଂ ତାଙ୍କ ଉପରେ ସବାର ହୋଇଥାନ୍ତି ମହନ୍ତ ସମେତ ୩ ଟି ବ୍ୟକ୍ତି । ଅଧା ରାସ୍ତା ଅତିକ୍ରମ କରିବା ପରେ ବ୍ୟକ୍ତି ଜଣକ ଧରିଥିବା ଛତା ଟି ଅଧିକ ଉପରକୁ ଥିବାରୁ ତାହା ବିଜୁଳି ତାର ରେ ଲାଗିଯାଇଥିଲା । ଫଳରେ ବ୍ୟକ୍ତି ଙ୍କୁ କରେଣ୍ଟ ମାଡ ହେଲା ଏବଂ ସେ ଚିଲାଇ ଛତା ସହିତ ନିଜେ ତଳକୁ ପଡିଗଲେ ।

ତାଙ୍କ ପାଖରେ ବସିଥିବ ମହନ୍ତ ମଧ୍ୟ ତଳକୁ ପଡିଗଲେ ଏବଂ ଚିତ୍କାର କରିଲେ ଏବଂ ହାତୀ ମଧ୍ୟ ରାସ୍ତାରେ ଦୌଡିବାକୁ ଲାଗିଲା କାରଣ ହଠାତ ଚୁପ ଚାପ ଯାଉଥିବା ଲୋକଙ୍କର ଏଭଳି ଭାବରେ ପଡିଯାଇଥିବା ଦେଖି ନିରୀହ ହାତୀ ମଧ୍ୟ ଡରି ଯାଇଥିଲା । ଏହାପରେ ସେ ରାସ୍ତାରେ ଏଣେ ତେଣେ ଦୌଡିବାକୁ ଲାଗିଥିଲା ।

ମହନ୍ତ ଙ୍କ ଶୋଭାଯାତ୍ରା ସାଥିରେ ଯାଉଥିବା ଲୋକେ ମଧ୍ୟ ରାସ୍ତାରେ ଦୌଡିବାକୁ ଲାଗିଥିଲେ । କାରଣ ସେମାନେ ଦେଖିବାକୁ ପାଇଥିଲେ ଯେ ହାତୀ ଟି ତାଙ୍କ ଆଡକୁ ମାଡି ଆସୁଛି । ଏପଟେ ମହନ୍ତ ଙ୍କୁ ଉଠାଇବା ନିମନ୍ତେ ଅନ୍ୟ ଲୋକେ ତାଙ୍କ ପାଖକୁ ଧାଇଁ ଆସିଲେ ଓ ମହନ୍ତ ଙ୍କୁ ଉଠାଇଲେ । ମାତ୍ର ରାସ୍ତାରେ ଯଦି ହାତୀ ଉପରେ ସବାରୀ ନେଇ ଯାଉଛନ୍ତି ତେବେ ସଂପୂର୍ଣ୍ଣ ଭାବରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ।

କାରଣ କେତେବେଳେ ଯେ କଣ ହେବ ତାହା କହିବା ଅସମ୍ଭବ । ଆଜିଭଳି ଦିନରେ କେଉଁଠାରେ ଆଉ ଅନ୍ଧକାର ନାହିଁ । ବିଜୁଳି ର ସମସ୍ୟା ସବୁଆଡେ କ୍ରମଶଃ ଶେଷ ହେବାରେ ଲାଗିଛି । ଏଣୁ ବିଜୁଳି ତାର ରାସ୍ତାରେ ଲାଗିବାରୁ ଏଭଳି ଦୁର୍ଘଟଣା ଘଟିଗଲା । ଖବର ସୂତ୍ର ରୁ ଜଣାପଡିଛି ଯେ ଏହି ଘଟଣାଟି ଗୁଜୁରାଟ ର ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button