ବିଚାର

ଭଗବାନ ହନୁମାନ ନିଜେ ଲେଖିଛନ୍ତି ଏହି 2 ଟି ଶବ୍ଦ ର ମନ୍ତ୍ର, ଶୋଇବା ପୂର୍ବରୁ ଥରେ ମାତ୍ର ଜପନ୍ତୁ ସବୁ ସମସ୍ୟା ହେଇଯିବ ଦୂର

ବନ୍ଧୁଗଣ ଆପଣ ଜାଣିଥିବେ ହନୁମାନ ନିଜ ବକ୍ଷ ରେ ସିନ୍ଦୂର ବୋଳିଥାନ୍ତି । ଏହାର କାରଣ ହେଲା ଗୋଟିଏ ଦିନେ ମାତା ସୀତାଙ୍କୁ ହନୁମାନ ପ୍ରଶ୍ନ କଲେ କି ଆପଣ ନିଜ ମଥାରେ ସିନ୍ଦୂର କଣ ପାଇଁ ଲଗାଉଛନ୍ତି। ସେତେବେଳେ ମାତା ସୀତା ଉତ୍ତର ରେ କହିଥିଲେ କି ଶ୍ରୀ ରାମ ଙ୍କର ଦୀର୍ଘାୟୁ ଓ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ସେ ନିଜ ମଥାରେ ସିନ୍ଦୂର ଲଗେଇ ଥାନ୍ତି। ସେହିଦିନ ଠାରୁ ହନୁମାନ ମଧ୍ୟ ନିଜ ଶରୀରରେ ସିନ୍ଦୂର ବୋଳିବାକୁ ଲାଗିଲେ।

ଏହାଦ୍ୱାରା ସେ ଶ୍ରୀ ରାମ ଙ୍କ ଦୀର୍ଘ ଆୟୁ ସହ ତାଙ୍କ ପ୍ରେମ ମଧ୍ୟ ପାଇଁ ପାରିବେ। ଶାସ୍ତ୍ର ରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଭଗବାନଙ୍କ ପୂଜା ଅର୍ଚ୍ଚନା କରୁଥାଏ ସେ ସମସ୍ତ କୁଭାବନା, ଡର, କୁକର୍ମ, ମୋହ, ମାୟା ଆଦି ରୁ ମୁକ୍ତି ପାଇଁ ପାରିବେ। ଏବଂ ଆଧ୍ୟାତ୍ମିକ ଶକ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ।  କୋୖଣସି ପ୍ରକାର ସଙ୍କଟ ମଧ୍ୟ ଛୁଇଁ ପାରି ନ ଥାଏ। ରୋଗ ଶୋକ ସବୁ ଦୂର ହୋଇଛି ଯାଇଥାଏ।

ରାମାୟଣ ର ଆଉ ଏକ ପ୍ରସଙ୍ଗ ହେଉଛି ଯେତେବେଳେ ମେଘନାଦ ରବଧ ପରେ ରାବଣ ନିଜର ସାବତ ଭାଇ ଅହି ରାବଣ ଙ୍କୁ ସାହାର୍ଯ୍ୟ ପାଇଁ ଡାକିଥିଲେ। ସେତେବେଳେ ଅହି ରାବଣ ପାତାଳ ର ସ୍ୱାମୀ ଥିଲେ।ସେ ଯୋଜନା କରିଥିଲେ କି ରାମ ଓ ଲକ୍ଷ୍ମଣ ଙ୍କୁ ଅପ -ହରଣକରି ପାତାଳ କୁ ନେଇଯିବେ। କିନ୍ତୁ ତାଙ୍କ ଦୁଆରରେ ହନୁମାନ ଜଗିଥିଲେ ସେଥିପାଇଁ ଅହି ରାବଣ ବିଭୀଷଣ ଙ୍କ ରୂପ ନେଇ ଆସିଲେ ଓ ହନୁମାନ ତାଙ୍କୁ ଛାଡିଦେଲେ ଓ ସେ ରାମ ଓ ଲକ୍ଷ୍ମଣ ଙ୍କୁ ଅପ ହରଣକରି ନେଇଗଲେ।

ଯେତେବେଳେ ହନୁମାନ ଙ୍କୁ ଜଣାଗଲା ସେ ପାତାଳ ପୁରରେ ପହଞ୍ଚି ଗଲେ ଓ ବାହାରେ ମକରଧ୍ୱଜ ଥିଲେ। ଯାହା ଶରୀର ଅଧା ମାଙ୍କଡ଼ ଓ ଅଧା କୁମ୍ଭୀର ଭଳି ଥିଲା ।ସେ ହନୁମାନ ଙ୍କୁ କହିଲେ କି ଯଦି ବି ସେ ତାଙ୍କର ପିତା ହେବେ କିନ୍ତୁ ତଥାପି ତାଙ୍କୁଯୁ -ଦ୍ଧକରିବାକୁ ପଡିବ। ସେତେବେଳେ ହନୁମାନ ପଚାରିଲେ କି ମୋର ତ କେହି ପୁତ୍ର ନାହାନ୍ତି ସେବେ ମକରଧ୍ଵଜ କହିଲେ କି ଯେତେବେଳେ ଆପଣ ଲଙ୍କା ଦହନ କରି ନିଜ ଲାଙ୍ଗୁଡ ରେ ଲାଗିଥିବା ନିଆଁ କୁ ଲିଭାଇବା ପାଇଁ ପାଣିରେ ଯାଇଥିଲେ ଓ ସେତେବେଳେ ତାଙ୍କର ଝାଳ ର ଏକ ବୁନ୍ଦ ଯାଇଁ ଏକ ବିଶାଳ କାୟ କୁମ୍ଭୀର ମୁହଁରେ ପଡ଼ିଥିଲା ଓ ସେହିଥିରୁ ତାଙ୍କର ଜନ୍ମ।

ସେ ମକରଧ୍ୱଜ ସହଯୁ -ଦ୍ଧକରି ତାକୁ ପରାସ୍ତ କରିଦେଲେ କିନ୍ତୁ ଅହି ରାବଣ କୁବଧ କରିବା ଏତେ ସହଜ ନଥିଲା । ତାକୁ ବରଦାନ ମିଳିଥିଲା କି ଯେ ପାଞ୍ଚ ଦିଗରେ ଥିବା ଦୀପ କୁ ଏକା ସହିତ ଲିଭେଇଲେ ହିଁ ସେମ -ରିବତେଣୁ ସେ ନିଜର ପଞ୍ଚମୁଖୀ ଭାବେ ନିଜର ବିଶାଳ ରୂପ ରେ ଆସି ପାଞ୍ଚ ଦିଗରେ ଥିବା ଦୀପ କୁ ଏକା ସହ ଲିଭେଇ ଥିଲେ ଓ ସେହି ମୁହୂର୍ତ୍ତରେ ଅହି ରାବଣ ରବଧ ହୋଇଥିଲା। ଓ ସେହି ଦିନ ଠାରୁ ସେ ପଞ୍ଚମୁଖୀ ହନୁମାନ ଭାବେ ପରିଚିତ ହେଲେ।ଏବଂ ନିଜର ଭକ୍ତ ମାନଙ୍କୁ ପାଞ୍ଚ ଦିଗ ରୁ ଆଶୀର୍ବାଦ ଓ ରକ୍ଷା କରନ୍ତି।

ହନୁମାନ ଙ୍କ ର ପୂଜା କଲେ ଓ ତାଙ୍କ ମନ୍ତ୍ର କୁ ଜପ କଲେ ଶନିଦେଵ ମଧ୍ୟ କିଛି କରନ୍ତି ନାହିଁ ଓ କୃପା ରଖିଥାନ୍ତି। ଯେବେ ରାବଣ ଙ୍କ କବଳରୁ ଶନିଦେଵ ଙ୍କୁ ରକ୍ଷା କରି ଥିଲେ ସେତେବେଳେ ହନୁମାନ ଙ୍କୁ ବରଦାନ ମାଗିବାକୁ କହିଥିଲେ ଓ ବରଦାନ ସ୍ୱରୂପ ସେ କହିଥିଲେ କି ମୋର ସମସ୍ତ ଭକ୍ତ କୁ ଆପଣ କେବେବି ନିଜର କୁଦୃଷ୍ଟି ପକାଇବେ ନାହିଁ।

‘ ଦୀନ ଦୟାଲ ବିରିଦୁ ସମ୍ଭାରୀ
ହରହୁ ନାଥ ମମ ସଙ୍କଟ ଭାରୀ’

ଏହି ମନ୍ତ୍ର କୁ ଶୋଇଲା ବେଳେ ୧୧ ଥର ଓ କମରୁ କମ ୫ ଥର ଜପିବା ତେବେ ଆମ ଜୀବନର ସମସ୍ତ କଷ୍ଟ ଦୁଃଖ ଅସୁବିଧା ଆଦି ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button