ମନୋରଞ୍ଜନ

କିପରି ଜାଣିବେ ଆପଣଙ୍କର ସଂପର୍କ ବନ୍ଧୁତା କିମ୍ବା ପ୍ରେମ ?

ଦୁନିଆରେ ସବୁଠାରୁ ଭିନ୍ନ ସଂପର୍କ ରହିଥାଏ ବନ୍ଧୁତା ଏବଂ ପ୍ରେମର । ତେବେ ଏହି ଦୁଇ ସଂପର୍କ ମଧ୍ୟରେ କେବଳ ଏକ ସୂକ୍ଷ୍ମ ରେଖାର ପାର୍ଥକ୍ୟ ରହିଥାଏ । ଏହି ସୀମାକୁ କିଛି ବ୍ୟକ୍ତି ବୁଝି ପାରିଥାନ୍ତି ତ କିଛି ଜାଣିଶୁଣି ଏହାକୁ ବୁଝିବା ପାଇଁ ଚାହିଁ ନଥାନ୍ତି । ପ୍ରେମ ଶାସ୍ୱତ , ଏହା ଏକ ଭାବନା ଯାହାକୁ ବୁଝାଇ ହୁଏନା ଏହାକୁ କେବଳ ଅନୁଭବ କରି ହୁଏ । ସେହିଭଳି ବନ୍ଧୁତା ହେଉଛି ଜୀବନର ଏକ ଅଂଶ । ଜଣେ ବ୍ୟକ୍ତି ପ୍ରେମ ବିନା ବଞ୍ଚିପାରିବେ କିନ୍ତୁ ବନ୍ଧୁତା ବିନା ବଞ୍ଚିବା ଅସମ୍ଭବ । ତେବେ ଆସନ୍ତୁ ଜାଣିବା ପ୍ରେମ ଏବଂ ବନ୍ଧୁ ତା ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ।

friend

ସାଧାରଣତଃ କୁହାଯାଇଥାଏ ଜଣେ ପୁରୁଷ ଏବଂ ମହିଳା କେବେ ମଧ୍ୟ ବନ୍ଧୁ ହୋଇପାରିବେ ନାହିଁ। କିନ୍ତୁ ଏହି ବାକ୍ୟକୁ ଅନେକ ସମୟରେ ଭୁଲ ପ୍ରମାଣିତ କରାଯାଇଛି। ଏହା ପରେ ମଧ୍ୟ କିଛି ଜଣ ବନ୍ଧୁତାର ସେହି ଆକର୍ଷଣ ଏବଂ ସ୍ନେହକୁ ପ୍ରେମ ଏବଂ ଭଲ ପାଇବାର ନାମ ଦେବା ପାଇଁ ଚେଷ୍ଠା କରିଥାନ୍ତି। ଯାହା ଫଳରେ ସଂପର୍କ ଭାଙ୍ଗି ଯିବାର ଭୟ ଲାଗିରହିଥାଏ ।

ଜୀବନର ସାଥି ସର୍ବଦା ଜଣେ ଭଲ ବନ୍ଧୁ ହେବା ଉଚିତ । ଏହା ଅର୍ଥ ନୁହେଁ ଜଣେ ବନ୍ଧୁଙ୍କୁ ଆପଣ ଜୋର ଦବରଦସ୍ତି ପ୍ରେମିକା କିମ୍ବା ପ୍ରେମିକ କରିବେ । ସବୁବେଳେ ନିଜ ସାଥିଙ୍କ ଇଛା ଏବଂ ସ୍ୱାଧିନତାର ସମ୍ମାନ କରନ୍ତୁ । ତାଙ୍କୁ ପ୍ରେରଣା ଦେବା ସହ ସୁଖଦୁଃଖରେ ଠିଆ ହୁଅନ୍ତୁ ଯଦି ଆପଣଙ୍କର ସଂପର୍କ ବନ୍ଧୁତାରୁ କିଛି ଅଧିକ ରହିଥିବ ତେବେ ତାହା ନିଶ୍ଚିତ ଭାବେ ଜଣାପଡ଼ିବ ।

couple

କୌଣସି ବ୍ୟକ୍ତି କେବେ ମଧ୍ୟ ସଂପର୍କକୁ ଆବଦ୍ଧ କରି ରଖିବା ଉଚିତ ନୁହଁ । ଯଦି ଆପଣ ସାଥିଙ୍କ ସମସ୍ତ କଥାବାର୍ତ୍ତାର ହିସାବ ରଖୁଛନ୍ତି ଏବଂ ତାଙ୍କୁ ସବୁ କାମରେ ହସ୍ତକ୍ଷେପ କରୁଛନ୍ତି ତେବେ ଏହା ଦ୍ୱାରା ଆପରଙ୍କ ସଂପର୍କ ଭାଙ୍ଗୀବାର ଅଧିକ ସମ୍ଭାବନା ରହିଥାଏ । ଏଣୁ ସର୍ବଦା ପ୍ରେମ ହେଉବା ବନ୍ଧୁତା ସମସ୍ତ ସଂପର୍କରେ ଏକ ନିର୍ଦ୍ଧିଷ୍ଠ ସୀମା ନିର୍ଧାରଣ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button