ସ୍ୱାସ୍ଥ୍ୟ

ଇନହେଲର ପାଖରେ ନାହିଁ ଆଉ ନିଃଶ୍ବାସ ନେବାରେ କଷ୍ଟ ହେଉଛି କି ?

ଅନେକ ସମୟରେ ହଠାତ୍ ଲୋକଙ୍କୁ ନିଃଶ୍ବାସ ନେବାରେ ବହୁତ କଷ୍ଟ ହୋଇଥାଏ। ନିଃଶ୍ବାସ ନେବାରେ ସମସ୍ୟା ବହୁତ କାରଣରୁ ହୋଇଥାଏ। ଦୁର୍ବଳ ଲାଗିବା, ସଂକ୍ରମଣ, ଚିନ୍ତା କିମ୍ବା କେତେଥର ମୋଟାପଣ କାରଣରୁ ମଧ୍ୟ ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ।

ଅନେକ ସମୟରେ ନାକ ବନ୍ଦ ହୋଇଯିବା କାରଣରୁ ଶ୍ବାସ ନଳୀ ବନ୍ଦ ହୋଇଯାଏ ଏବଂ ଏହି କାରଣରୁ ଶ୍ବାସକ୍ରିୟାରେ କଷ୍ଟ ହୋଇଥାଏ। ଏହା ଦ୍ବାରା କିଛି ଲୋକ ଇନହେଲର ବ୍ୟବହାର କରିଥାନ୍ତି। କିନ୍ତୁ ସର୍ବଦା ଇନହେଲର ବ୍ୟବହାର କରିବା ହାନିକାରକ ହୋଇଥାଏ। ଏହା ପରିବର୍ତ୍ତେ ଆପଣ କିଛି ସହଜ ଉପାୟରେ ଶ୍ବାସକ୍ରିୟାର ସମସ୍ୟାକୁ ଠିକ୍ କରିପାରିବେ। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

inhaler ସିଧା ହୋଇ ବସିଯାଆନ୍ତୁ:

ଯେତେବେଳେ ଆପଣଙ୍କୁ ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ ସେହି ସମୟରେ ଆପଣ ସବୁ କାମ ଛାଡ଼ି ସିଧା ହୋଇ ବସିଯାଆନ୍ତୁ। ଯେଉଁ ପର୍ଯ୍ଯନ୍ତ ଆପଣ ଠିକ ଭାବେ ନିଃଶ୍ବାସ ନେଇପାରିନାହାନ୍ତି ସେ ପର୍ଯ୍ଯନ୍ତ ଆପଣ ତଳକୁ ଚାହାନ୍ତୁ ନାହିଁ କିମ୍ବା ଶୁଅନ୍ତୁ ନାହିଁ। ଏହା ଆପଣଙ୍କ ନିଶ୍ବାସ ସମସ୍ୟା କମ କରିବାରେ ସାହାଯ୍ୟ କରିଥାଏ।

ଦୀର୍ଘ ନିଃଶ୍ବାସ ନିଅନ୍ତୁ:

ଶ୍ବାସ ଜନିତ ସମସ୍ୟାକୁ କମ କରିବା ପାଇଁ ଗଭୀର ନିଃଶ୍ବାସ ନେବା ସବୁଠାରୁ ଭଲ ଉପାୟ ହୋଇଥାଏ। ପାନିକ୍ ଆଟାକ କାରଣରୁ କିଛି ଲୋକଙ୍କୁ ନିଃଶ୍ବାସ ନେବାରେ କଷ୍ଟ ହୋଇଥାଏ। ଏହି ସମୟରେ ଆପଣ ଗଭୀର ନିଃଶ୍ବାସ ନିଅନ୍ତୁ ଏବଂ ନାକରେ ନିଃଶ୍ବାସ ନେଇ ପାଟି ପଟେ ଛାଡ଼ନ୍ତୁ।

stimନିଜକୁ ରିଲାକ୍ସ କରନ୍ତୁ:

ଚିନ୍ତା କରିବା କାରଣରୁ ଶ୍ବାସ କ୍ରିୟାରେ କଷ୍ଟ ହୋଇଥାଏ। ଏହି ସମୟରେ ଆପଣ ନିଜକୁ ରିଲାକ୍ସ କରି ଷ୍ଟିମ୍ ନିଅନ୍ତୁ।

ଷ୍ଟିମ୍ ନିଅନ୍ତୁ:

ଷ୍ଟିମ୍ ହେଉଛି ଏକ ବହୁତ ଭଲ ଘରୋଇ ଉପଚାର। ଆପଣ ଏକ ପାତ୍ରରେ ଗରମ ପାଣି ନେଇ ଏକ ଟଉଲିଆ ସାହାଯ୍ୟରେ ଆପଣଙ୍କର ମୁହଁକୁ ଘୋଡ଼ାଇ ବାଷ୍ପ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button