ସ୍ୱାସ୍ଥ୍ୟ

ନାକ ବନ୍ଦ ହୋଇଗଲେ କରୁଛନ୍ତି କି ନାଜାଲ ସ୍ପ୍ରେର ବ୍ୟବହାର? ତେବେ ଜାଣି ରଖନ୍ତୁ ଏହା କେତେ କ୍ଷତିକାରକ

ବିଶେଷ କରି ଶୀତ ଦିନେ ଥଣ୍ଡା ସମସ୍ଯା ଦେଖାଦେଇଥାଏ । ଥଣ୍ଡା ହେଲେ ନାକ ବନ୍ଦ ହେବା ସହିତ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭୂତ ହୋଇଥାଏ । ବିଶେଷ କରି ଶୋଇବା ସମୟରେ ନାକ ବନ୍ଦ ସମସ୍ଯା ଅଧିକ ଦେଖାଦେଇଥାଏ । ଯାହାଫଳରେ ପ୍ରାୟତଃ ବ୍ଯକ୍ତି ବିନା ଡାକ୍ତରଙ୍କ ପରାମର୍ଶ ରେ ନାଜାଲ ସ୍ପ୍ରେ ବ୍ୟବହାର କରିଥାନ୍ତି। ତେବେ ଏହାକୁ ଥରେ ବ୍ୟବହାର କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ । ଫଳରେ ସାମାନ୍ୟ ଥଣ୍ଡା ହେଲେ ଆମେ ନାଜାଲ୍ ସ୍ପ୍ରେର ବ୍ୟବହାର କରିଥାଉ। କିନ୍ତୁ ଆପଣ କଣ ଜାଣନ୍ତି ନାଜାଲ୍ ସ୍ପ୍ରେର ବ୍ୟବହାର କେତେ କ୍ଷତିକାରକ ?

nasalଆସନ୍ତୁ ଜାଣିବା ନାଜାଲ୍ ସ୍ପ୍ରେର କଣ ରହିଛି ଅପକାରୀ ଗୁଣ: 

-ନାଜାଲ୍ ସ୍ପ୍ରେ ବ୍ୟବହାର କରିବା ଦ୍ବାରା ଅସ୍ଥାୟୀ ଭାବେ ଥଣ୍ଡାରୁ ମୁକ୍ତି ମିଳିଥାଏ। କିନ୍ତୁ ଏହାକୁ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ମୁଣ୍ଡ ବିନ୍ଧା ଓ କାସ ଭଳି ସମସ୍ୟା ଦେଖା ଦେଇଥାଏ।

-ଏହି ସ୍ପ୍ରେର ବ୍ୟବହାର ଦ୍ୱାରା ନାକ ନଳି ଫୁଲି ଯାଇଥାଏ। ଫଳରେ ସେଥିରେ ରକ୍ତ ସଂଚାଳନ କମି ଯାଏ। ଯାହାଦ୍ୱାରା ସାଇନସ୍ ପରି ଗମ୍ଭୀର ସମସ୍ୟା ଦେଖାଦେଇପାରେ।

nasal1– ଉଚ୍ଚ ରକ୍ତଚାପ, ଥାଇରଏଡ୍ ଆଦି ରୋଗ ଥିଲେ ନାଜାଲ୍ ସ୍ପ୍ରେଠୁ ଦୂରେଇ ରୁହନ୍ତୁ। କାରଣ ଏହା ରକ୍ତଚାପ ବୃଦ୍ଧି କରିଥାଏ।

-ନିଦ୍ରାହୀନତା ବ୍ଯତିତ ଅନେକ ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟ ଭୋଗିପାରନ୍ତି। ତେଣୁ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ନାଜାଲ୍‌ ସ୍ପ୍ରେ ବ୍ୟବହାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button