ବିଚାର

କେଉଁ ମାନେ ଜୀବନରେ ଦୁଃଖ ପାଆନ୍ତି – Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଏକ ସୁନ୍ଦର ବିଷୟ ବସ୍ତୁ ଉପରେ ଆଲୋଚନା କରିବା ଏବଂ ବିଷୟ ବସ୍ତୁ ଟି ହେଉଛି, ଦୁଃଖ କେଉଁ ମାନେ ପାଆନ୍ତି? ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତି ମାନେ ସର୍ବଦା ଦୁଃଖ ପାଆନ୍ତି।

୧. ଯେଉଁ ବ୍ୟକ୍ତି ମାନେ ଆୟ ଠାରୁ ବ୍ୟୟ ଅଧିକ କରିଥାନ୍ତି ସେମାନେ ଜୀବନସାରା ଦୁଃଖୀ ରୁହନ୍ତି।

୨. ଯେଉଁମାନେ ଋଣ କରି ସୁଝି ପାରନ୍ତି ନାହିଁ ସେହି ବ୍ୟକ୍ତି ମାନେ ଦୁଃଖ ପାଇଥାନ୍ତି।

 

୩. ଯେଉଁମାନେ ଅର୍ଥ ର ସଦୁପଯୋଗ କରନ୍ତି ନାହିଁ ସେ ସର୍ବଦା ଦୁଃଖୀ ରୁହନ୍ତି।

୪. ଯେଉଁମାନେ ଚୀର ରୋଗୀ ଅଟନ୍ତି ସେହି ବ୍ୟକ୍ତି ସର୍ବଦା ଦୁଃଖୀ ରୁହନ୍ତି।

୫. ଯେଉଁମାନେ ଅପକର୍ମ ରେ ଲିପ୍ତ ରୁହନ୍ତି ସେମାନେ ଦୁଃଖୀ ରୁହନ୍ତି।

୬. ଯେଉଁମାନେ ଭାରସାମ୍ୟ ହରାଇ ବସନ୍ତି ସେହି ବ୍ୟକ୍ତି ଦୁଃଖୀ ରୁହନ୍ତି।

୭. ଯେଉଁମାନେ କାମ, କ୍ରୋଧ ଏବଂ ଲୋଭ ର ବଶୀଭୂତ ହୋଇଥାନ୍ତି ସେମାନେ ଦୁନିଆ ର ସବୁଠାରୁ ଦୁଃଖୀ ବ୍ୟକ୍ତି ଅଟନ୍ତି।

୮. ଯେଉଁମାନେ ନିଜ ସ୍ୱାଧୀନତା ହରାଇ ବସନ୍ତି ସେମାନେ ଦୁଃଖୀ ରୁହନ୍ତି।

୯. ଯେଉଁ ମାନଙ୍କର ପିଲା ଅବାଧ୍ୟ ହୁଅନ୍ତି ସେମାନେ ଦୁଃଖୀ ହୋଇଥାନ୍ତି।

୧୦. ଯେଉଁମାନେ ଆଶା କରି ବିଫଳ ହୁଅନ୍ତି ସେମାନେ ଦୁଃଖୀ ରୁହନ୍ତି।

୧୧. ଯେଉଁ ମାନଙ୍କର ଶତ୍ରୁ ବୃଦ୍ଧି ହୋଇଥାନ୍ତି ସେହି ମାନେ ବହୁତ ଦୁଃଖୀ ରୁହନ୍ତି।

୧୨. ଯେଉଁ ମାନେ ମୋକଦ୍ଦମା ରେ ଫସି ରୁହନ୍ତି ସେମାନେ ବହୁତ ଦୁଃଖ ରେ ରୁହନ୍ତି।

୧୩. ଯେଉଁ ମାନଙ୍କର ଅଭାବ ଅସୁବିଧା ଲାଗି ରହିଥାଏ ସେମାନେ ସର୍ବଦା ଦୁଃଖୀ ରୁହନ୍ତି।

୧୪. ଯେଉଁ ମାନଙ୍କ ଜୀବନ ରେ ବିପଦ ଉପରେ ବିପଦ ମାଡ଼ି ଆସିଥାଏ ସେମାନେ ଜୀବନ ସାରା ଦୁଃଖ ରେ ରୁହନ୍ତି।

୧୫. ଯେଉଁମାନେ ଅନ୍ୟ ର ଭଲ ଗୁଣ ଦେଖି ପାରନ୍ତି ନାହିଁ ସେମାନେ ମଧ୍ୟ କେବେ ଖୁସି ରେ ରୁହନ୍ତି ନାହିଁ।

୧୬. ଯେଉଁମାନେ ପଛ କଥାକୁ ଭାବନ୍ତି ସେମାନେ କେବେବି ଆଗକୁ ବଢି ପାରନ୍ତି ନାହିଁ ଏବଂ ଜୀବନ ରେ କିଛି କରି ପାରନ୍ତି ନାହିଁ। ଜୀବନ ରେ କେବଳ ଦୁଃଖୀ ରୁହନ୍ତି।

୧୭. ଯେଉଁମାନେ ବସି ଖାଇବାକୁ ଭଲ ପାଆନ୍ତି ସେମାନେ କେବେବି ସୁଖ ପାଆନ୍ତି ନାହିଁ।

୧୮. ଯେଉଁମାନେ ଅନ୍ୟକୁ କଟ୍ଟୁ ବାକ୍ୟ କୁହନ୍ତି ସେମାନେ ନିଜେ ମଧ୍ୟ ଦୁଃଖ ରେ ରୁହନ୍ତି।

୧୯. ଯେଉଁମାନେ ସର୍ବଦା ନିଶାଗ୍ରସ୍ତ ରୁହନ୍ତି ସେମାନେ ସବୁବେଳେ ଦୁଃଖୀ ରୁହନ୍ତି।

୨୦. ଯେଉଁମାନେ ଧନୀ ରୁ ଗରିବ ହୋଇଥାନ୍ତି ସେମାନେ ଜୀବନ ରେ ବହୁତ ଦୁଃଖ ପାଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button