ସ୍ୱାସ୍ଥ୍ୟ

ଆପଣ ଆଜ୍‌ମା ରୋଗରେ ପୀଡିତ କି ? ପିଅନ୍ତୁ ଭେଣ୍ଡି ପାଣି, ମିଳିବ ଅନେକ ଫାଇଦା

ଛୋଟ ବେଳୁ ଆମ୍ଭେମାନେ ପଢିଛେ ଭେଣ୍ଡି ଗୋଟିଏ ଭଲ ପରିବା। ଏହା ପ୍ରକୃତରେ ଶରୀର ପାଇଁ ବେଶ୍‌ ଲାଭକାରୀ। ଭେଣ୍ଡିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ କରି ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି। କିନ୍ତୁ ଆୟୁବେର୍ଦ ବିଜ୍ଞାନରେ ଭେଣ୍ଡି ନୁହେଁ ଭେଣ୍ଡି ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ। ଆପଣ ଭାବୁଥିବେ ଭେଣ୍ଡିପାଣି କ’ଣ? ରାତିରୁ ୨ ରୁ ୩ଟି ଭେଣ୍ଡିକୁ କାଟି ଏହାକୁ ଗ୍ଲାସେ ପାଣିରେ ପକାଇ ଦିଅନ୍ତୁ। ସକାଳୁ ଏହି ପାଣିର ବ୍ୟବହାର କରିବା ଦ୍ୱାରା ଆପଣଙ୍କର କେଶ ଝଡିବା, ପେଟ ଜନିତ ସମସ୍ୟା, କେଶ ପାଚିବା ଭଳି ସମସ୍ୟାରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ଭେଣ୍ଡି ପାଣିର କାର୍ବୋ ଉ କ’ଣ ରହିଛି ଫାଇଦା..

-ଭେଣ୍ଡିରେ ଥିବା ପେ୍ରାଟିନ, କାର୍ବୋ ହାଇଡେ୍ରଟ, ଫସଫରସ, ଆଇରନ, ମ୍ୟାଗେ୍ନସିୟମ, ପୋଟାସିୟମ, ସୋଡିୟମ ଇତ୍ୟାଦି ଖଣିଜ ପଦାର୍ଥ ରହିଥାଏ। ଏହା ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ। ଲଗାତାର ଏକ ସପ୍ତାହ ପାଇଁ ଏହି ପାଣି ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

– ଭେଣ୍ଡି ପାଣିରେ ଡାଏଟରୀ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ। ଏହି ପାଣି ଦ୍ୱାରା କୋଷ୍ଠକାଠିନତ୍ୟ ଦୂର ହୋଇଥାଏ। ଏହା ଶରୀରର ପାଚନ କ୍ରିୟା କରିବାରେ ସାହାଯ୍ୟ କରିଥାଏ।

– ଭେଣ୍ଡି ପାଣିରେ ଥିବା ଫାଇବର ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ କମ୍‌ କରିଥାଏ। ଏହାଦ୍ୱାରା ହାର୍ଟଆଟାକ୍‌ ହେବାର ଆଶଙ୍କା କମ୍‌ ରହିଥାଏ।

bhendi

-କେଶକୁ ଅଧିକ ସମୟ ପର୍ଯ୍ୟନ୍ତ କଳା ଏବଂ ଘନ ରଖିବାକୁ ଚାହୁଁଥିଲେ ଭେଣ୍ଡି ପାଣି ପିଇବା ବେଶ ଲାଭକାରୀ ହୋଇଥାଏ। ଏହି ପାଣିରେ ଲେମ୍ବୁ ରସ ମିଶାଇ ଦିନକୁ ଦୁଇ ମଧ୍ୟ କେଶ ଧୋଇବା ଦ୍ୱାରା କେଶ ଝଡିବା କମ୍‌ ହୋଇଥାଏ।

-ଭେଣ୍ଡି ପାଣି ମଧ୍ୟ ଡାଇବେଡିଜ ଦୂର କରିବାରେ ସହାୟକ ହୋଇଥାଏ। ଏହା ଅତିରିକ୍ତି ଶର୍କରାକୁ ଶୋଷିଦିଏ।

-କ୍ୟାନସର ଭଳି ରୋଗ ଦୂର କରିବାରେ ମଧ୍ୟ ଭେଣ୍ଡି ପାଣି ବେଶ ସହାୟକ ହୋଇଥାଏ। ପେଟରେ ଥିବା ବିଷାକ୍ତ ତତ୍ତ୍ୱକୁ ହଟାବାରେ ମଧ୍ୟ ଭେଣ୍ଡି ପାଣି ସାହାଯ୍ୟ କରିଥାଏ।

-ଯେଉଁ ଲୋକମାନେ ନିଶ୍ୱାସ ନେବାରେ ଅସୁବିଧା କିମ୍ବା ଆଜମା ରୋଗରେ ପୀଡିତ, ସେମାନେ ପ୍ରତିଦିନ ଭେଣ୍ଡି ପାଣି ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

okrasoakedinwater

– ଓଜନ ହ୍ରାସ କରିବାରେ ମଧ୍ୟ ଭେଣ୍ଡି ପାଣି ସହାୟକ ହୋଇଥାଏ। ଏହା ଶରୀରରୁ ମେଟାବୋଲିଜମକୁ ବଢାଇଥାଏ। ଯାହା ଦ୍ୱାରା ଖାଦ୍ୟ ପାଚନ ଶୀଘ୍ର ହେବା ସହ ଚର୍ବି ହେବାକୁ ଦିଏନାହିଁ।

– ଭେଣ୍ଡି ପାଣି ଦ୍ୱାରା ମଧ୍ୟ ମୁହଁରୁ ବ୍ରଣ ଏବଂ କଳାଦାଗ ଦୂର ହୋଇଥାଏ। ଏହା ଆମ ଶରୀରରେ ଥିବା ଟକ୍ସିନକୁ ବାହାର କରିଦିଏ।

-ଭେଣ୍ଡି ପାଣି ମଧ୍ୟ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହାକୁ ପିଇବା ଦ୍ୱାରା ଆଖି ଜଳାପୋଡା ଏବଂ କୁଣ୍ଡାଇବା ହେବା ଭଳି ସମସ୍ୟା ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button