କ୍ରାଇମ

‘ଭଲ ପାଇଥିଲି, ହୋଟେଲ ଯାଇଥିଲି, ସବୁ ନେଲା, ମୋ ସହ ସବୁ କିଛି କଲା, ହେଲେ ଏବେ ସେ ମତେ…’ ଦେଖନ୍ତୁ video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଝିଅ ପ୍ରେମିକ ଗାଁ ରେ ପହଞ୍ଚି ତାଙ୍କ ଘର ସମ୍ମୁଖରେ ଧାରଣା ଦେଇଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଆଜିଭଳି ଦିନରେ ପ୍ରେମର ଭାଷା ବଦଳିଛି, ପ୍ରେମର ସାଜ୍ଞା ବଦଳିଛି ତଥା ଭଲପାଇବାର ଅର୍ଥ ମଧ୍ୟ ବଦଳିଛି । ଏଠାରେ ପ୍ରେମ କହିଲେ କେବଳ ଧୋକା । ଏହି ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳ ପଡା ବ୍ଲକ ମାର୍ସାହାଇ ଥାନା ଅନ୍ତର୍ଗତ ବାନ୍ଧକୁଦ ଗ୍ରାମରେ ।

ଏହି ଗ୍ରାମର ରମେଶ ଚନ୍ଦ୍ର ଓଝା ଙ୍କର ପୁଅ ରଞ୍ଜନ ଓଝା ଙ୍କର ବୟସ ୨୮ ବର୍ଷ । ଝାଡଖଣ୍ଡ ରେ ସେ କାର୍ଯ୍ୟ କରୁଛନ୍ତି । ଆଉ ସେଠାରେ କାର୍ଯ୍ୟ କରୁଥିବା ସମୟରେ ଯାଜପୁର ସଦର ଥାନା ଅନ୍ତର୍ଗତ ଏକ ଝିଅ କୁ ଇଂଷ୍ଟାଗ୍ରାମ ରେ ଚାଟିଙ୍ଗ କରିଲେ ଏବଂ ଦୀର୍ଘ ୧୪ ମାସର ଚାଟିଙ୍ଗ ପରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ସମ୍ପର୍କ ।

ଆଉ ଏହା ପରେ ଘର ଭଉଣୀ ଘର ଏଭଳିକି OYO ହୋଟେଲ ସବୁଠିକୁ ଗଲେ । ବାରମ୍ବାର ହୋଟେଲ ତଥା ନିଜ ଗ୍ରାମରେ ଶାରୀରିକ ସମ୍ପର୍କ ରଖିବା ପରେ ରମେଶ ଏବେ କହୁଛନ୍ତି ଯେ ମୁଁ ତତେ ବିବାହ କରି ପାରିବି ନାହିଁ । ଏହାକୁ ନେଇ ମହିଳା ଜଣକ ମଧ୍ୟ ଥାନା ର ଦ୍ଵାରସ୍ଥ ହୋଇଛନ୍ତି । ଥାନାରେ ରମେଶ ସବୁ କହିଲେ ବିବାହ କରି ତାଙ୍କୁ ପାଖରେ ରଖିବି ବୋଲି କହିଲେ । ମାତ୍ର ଥାନା ବାହାରେ ସବୁକିଛି ବଦଳିଗଲା ।

ବର୍ତ୍ତମାନ ନ୍ୟାୟ ପାଇବା ନିମନ୍ତେ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଏହି ସମୟରେ ପ୍ରେମିକ ଫୋନ କରି କହୁଛି ଯେ ମୁଁ ତତେ ହୋଟେଲ କୁ ମଧ୍ୟ ନେଇଥିଲି, ତେବେ ତୁ ଜା ହୋଟେଲ ଦୁଆର ମୁହଁରେ ବସିବୁ ତୋର ସବୁ ସମସ୍ୟାର ସମାଧାନ ହୋଇଯିବ । ମାତ୍ର ଏହା ଦେଖିବାକୁ ବାକି ରହିଲା ଯେ ଏହି ଝିଅଟି କେବେ ନ୍ୟାୟ ପାଉଛି ? ପ୍ରେମିକ କେବେ ଝିଅ ପାଖକୁ ଆସି ତାଙ୍କୁ ସ୍ଵୀକାର କରୁଛନ୍ତି ?

ମଥାରେ ସିନ୍ଦୁର ହାତରେ ଶଙ୍ଖା ଦେଇ କେବେ ତାଙ୍କୁ ଗ୍ରହଣ କରୁଛନ୍ତି ? ତେବେ ଏହିଭଳି ପ୍ରେମ ଆଜିର ଦିନରେ ବଢିବାକୁ ଲାଗିଛି । ଏହାକୁ ନେଇ ସମାଜ ସଂପୂର୍ଣ୍ଣ ଭାବରେ ନଷ୍ଟ ହେବାକୁ ଲାଗିଲାଣି ଆଉ ଏହାକୁ ଏହିଭଳି ତୁଚ୍ଛ ମନୁଷ୍ୟ ହିଁ ନଷ୍ଟ କରିବାରେ ବସିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button