ଦେଶ ବିଦେଶ

Interesting Odia Gk- ଚିତ୍ର ଦେଖି କୁହନ୍ତୁ ପରିବାର ନାମ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଜାଣିଥିଲେ ମଧ୍ୟ ଆପଣଙ୍କ ମନ ନଥିବ ଅଥବା ଆପଣଙ୍କୁ ଏହି ପ୍ରଶ୍ନ ଉତ୍ତର ଅନେକ ସରକାରୀ ଚାକିରିରେ ଆପଣଙ୍କୁ ସହାୟତା ମଧ୍ୟ ହେବ । ଶିକ୍ଷା ସମ୍ବନ୍ଧିତ ଯେ କୌଣସି ବିବରଣୀ ଅଧ୍ୟୟନ କରି ତାହାକୁ ମନ ରଖିବା ଉଚିତ । କାରଣ ଏହି ବିବରଣୀ ଯେ କେତେବେଳେ ଆପଣଙ୍କୁ ଯେ କେଉଁ ମୁହୂର୍ତ୍ତରେ ଆବଶ୍ୟକ ହେବ ତାହା ଆପଣ ମଧ୍ୟ ଜାଣିନଥିବେ । ତେବେ ବନ୍ଧୁଗଣ ଆସନ୍ତୁ ବର୍ତ୍ତମାନ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ସେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ସେ ମରିଯାଏ ?

ଉତ୍ତର;- ନିଆଁ ।

୨;- ଗୋଟିଏ ଗଛର ଫଳର ଦୁଇଟି ନାମ, କଞ୍ଚା ଥିଲେ ଗୋଟିଏ ନାମ, ପାଚିଲେ ଆଉ ଗୋଟିଏ ନାମ, କିଏ କହି ପାରିବ ତାହାରି ନାମ ?

ଉତ୍ତର;- ନଡିଆ/ପଇଡ ।

୩;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ତାହାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନୀ କୁହ ସେ କିଏ ?

ଉତ୍ତର;- ବେଲୁନ ।

୫;- ବର୍ଷାଦିନେ କାନ୍ଦେ ଶୀତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ, ରଙ୍ଗ ବେରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉତ୍ତର;- ଛତା ।

୬;- ପଥର ହେଲେ ବି ମୁଁ ପାଣି ?

ଉତ୍ତର;- ବରଫ/କୁଆ ପଥର ।

୭;- ବାବାଜୀ ନୁହେଁ ତା ବଢିଛି ଦାଢି, ପାଦ ତଳ ଯାଏ ଆସିଛି ମାଢି, ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାଆନ୍ତି ତା ନାଲି କୋଳି ?

ଉତ୍ତର;- ବରଗଛ ।

୮;- ଧରିଲେ ଧରା ଦିଏ ନାହିଁ, ଦେଖିଲେ ଦେଖା ଦିଏ, ଯୁଆଡେ ଗଲେ ଯାଏ ସିଏ କହଭାଇ କହ କ’ଣ ସିଏ ?

ଉତ୍ତର;- ନିଜର ଛାଇ ।

୯;- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି, କିନ୍ତୁ ପସନ୍ଦ କରନ୍ତି ନାହିଁ ?

ଉତ୍ତର;- ପୋଲିଓ ।

୧୦;- ଏମିତି ବାଘସେ ଛାଡେ ନି ଘର, ଖାଏନି ମଣିଷ ପିଏ ସେ କ୍ଷୀର, ମା’ ନ ଦେଖିଲେ ମାଉସି ଦେଖ ଲୋ କୁକୁର କୁ ତାହାର ପ୍ରବଳ ଡର ?

ଉତ୍ତର;- ବିଲେଇ ।

୧୧- ଚିତ୍ର ଦେଖି କୁହନ୍ତୁ ପରିବାର ନାମ ?

ଉତ୍ତର- କରେଲା ବା କଲରା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button