ଓଡିଶା
୩୦ ଫୁଟ୍ ତଳକୁ ଖସିପଡିଲା କାର୍: ଜଣେ ମୃତ, ଅନ୍ୟ ଜଣେ ଆହତ

ଘଟଗାଁ : ୩୦ ଫୁଟ୍ ତଳକୁ ଖସିପଡିଲା କାର୍ । ଜଣେ ମୃତ, ଅନ୍ୟ ଜଣେ ଆହତ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ନିକଟରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ ଫୁଟ ତଳକୁ ଏକ କାର୍ ଖସି ପଡ଼ିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ପାଟଣାମୁଖ୍ୟାଳୟ ଟାଇଁସିରା ଗ୍ରାମର ଦେବାନନ୍ଦ ପୃଷ୍ଟି (୬୯) ଏବଂ ଗୁରୁତର ଜଣକ ଟାଙ୍ଗରପଡ଼ାର ସଙ୍କର୍ଷଣ ସାହୁ । ଉଭୟ କାର ଯୋଗେ ତୁରୁମୁଙ୍ଗାରୁ ପାଟଣାକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗାଡ଼ି ଭିତରୁ ବାହାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ।


