ବିଚାର

ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 18 ଅନୁଚିନ୍ତା

୧.ଛିଣ୍ଡି ଯାଇଥିବା ମନୀପର୍ସ ନିଜ ପାଖ ରେ କେବେ ମଧ୍ୟ ରଖନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ । ୨.ପୁରୁଣା ଦୋକାନ ଚିଠା କୁ କେବେ ମଧ୍ୟ ଦେଖନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ଘର ର ବହୁତ ଅଶୁଭ ହୋଇଥାଏ । ୩.ପର୍ସ ରେ ଟଙ୍କା କୁ କେବେ ମଧ୍ୟ ମୋଡି କରି ରଖନ୍ତୁ ନାହିଁ ଏହା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ୪.ଏହି ପାଞ୍ଚଟି ସ୍ଥାନ କୁ ଚପଲ ପିନ୍ଧି କରି ଯିବା ଉଚିତ ନୁହେଁ । ସେହି ସ୍ଥାନ ଗୁଡିକ ହେଉଛି ରୋଷେଇ ଘର,ଧନ ରଖୁଥିବା ସ୍ଥାନ,ତୀର୍ଥ ସ୍ଥାନ, ଭଣ୍ଡାର ଘର ଓ ମନ୍ଦିର ।

୫.ପରିବାର ର ସମସ୍ତ ସଦସ୍ୟ ପ୍ରତି ଶୁକ୍ରବାର ଦିନ ମିଠା ଖାଦ୍ୟ ଏକାଠି ବସି ଖାଇଲେ ମଙ୍ଗଳ ହୋଇଥାଏ । ୬.ଯଦି ଘର ର କୌଣସି ବ୍ୟକ୍ତି ଚିନ୍ତିତ ଅଛନ୍ତି ତେବେ ତମ୍ବା ପାତ୍ର ରେ ଜଳ ଆଣି ଘର ର ପ୍ରତ୍ୟେକ କୋଣ ରେ ଛିଞ୍ଚିଲେ ଓ ଏହା ପରେ ପାଣି କୁ ଆଣି ମଝି ରେ ରଖିଦେଲେ ସମାଧାନ ର ବାଟ ମିଳିଥାଏ ।

୭.ଠାକୁର ଘରେ ପ୍ରତ୍ୟକ ଦିନ ସନ୍ଧ୍ୟା ରେ ଓ ସକାଳେ ଝୁଣା ଦିଅନ୍ତୁ ଅଥବା କପୁର ଦୀପ ଦିଅନ୍ତୁ ଏହା ଦ୍ୱାରା ଘର ର ସମସ୍ତ ଅଶୁଭତ୍ୱ ଦୁର ହୋଇଥାଏ ।

୮.ଖାଦ୍ୟ ଖାଉଥିବା ସମୟ ରେ କେବେ ମଧ୍ୟ ଲୁଣ ତଳେ ପକେଇବେ ନାହିଁ କିମ୍ବା ହାତ ରେ ଲାଗିଥିବା ଲୁଣ କୁ କେବେ ମଧ୍ୟ ନିଜ ପୋଷାକ ରେ ପୋଛିବେନି ।

୯.ସକାଳୁ ଉଠିବା ପରେ ବିଛଣା କୁ ଅସଜଡ଼ା ରଖିଲେ ଶନି ଓ ରାହୁ ଙ୍କ ର ଅଶୁଭ ଦୃଷ୍ଟି ଘର ଉପରେ ପଡିଥାଏ ।

୧୦.ଟିକେ ଟିକେ କଥା ରେ ରାଗି ଯାଉଥିଲେ ବା ଚିଡିଚିଡା ଲାଗୁଥିଲେ ଦିନ ରେ ପାଞ୍ଚ ଥର ଗୋଡ଼ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ଦ୍ବାରା କ୍ରୋଧ କମିଥାଏ ।

୧୧.କୌଣସି ସ୍ଥାନ ରୁ ଘର କୁ ଫେରିବା ସମୟ ରେ କିଛି ନା କିଛି ନେଇ କରି ଫେରନ୍ତି । ଏପରି କରିବା ଦ୍ୱାରା ମଙ୍ଗଳ ଙ୍କ ର ଶୁଭ ଦୃଷ୍ଟି ଘର ଉପରେ ପଡିଥାଏ ।

୧୨.ଘର ର ପୂର୍ବ ଦିଗ ରେ ଠିଆ ହୋଇଥିବା ଭଗବାନ ଗଣେଶ ଙ୍କ ମୂର୍ତ୍ତି ରଖି ତାଙ୍କ ସମ୍ମୁଖରେ କିଛି ଅରୁଆ ଚାଉଳ ପକାଇ ଦେଲେ ବିଳମ୍ବ ହେଉଥିବା କାର୍ଯ୍ୟ ଶୀଘ୍ର ହୋଇଥାଏ ।

୧୩.କେବେ ମଧ୍ୟ ଅଇଁଠା ଛାଡ଼ନ୍ତୁ ନାହିଁ କିମ୍ବା ଅଇଁଠା ଖାଦ୍ୟ କୁ ସାଇତି କରି ରଖନ୍ତୁ ନାହିଁ କାରଣ ଏପରି କରିବା ଦ୍ୱାରା ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

୧୪.ପାଠ ପଢ଼ୁଥିବା ଛୋଟ ଛୁଆ ଙ୍କୁ କଂସା ପାତ୍ର ରେ ଖାଇବାକୁ ଦିଅନ୍ତୁ ଏବଂ ମାସ କୁ ଥରେ ବ୍ରାହ୍ମୀ ପତ୍ର ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଶିଶୁର ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

୧୫.ଯଦି କୌଣସି ମନ୍ଦିର ରେ ନଡ଼ିଆ କୁ ସମର୍ପଣ କରିବା ସମୟ ରେ ନଡ଼ିଆ ଖରାପ ହୋଇ ଯାଇଥାଏ ତେବେ ଆଉ ଏକ ନଡ଼ିଆ ପରିବର୍ତ୍ତେ ଗୋଟିଏ ଗୁଆ କୁ ମୁଣ୍ଡ ରେ ମାରି ଠାକୁର ଙ୍କ ପାଦ ତଳେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ।

୧୬.ଘର ର ପିଣ୍ଡ ତଳେ କେବେ ବସନ୍ତୁ ନାହିଁ କିମ୍ବା ଖଟ ପକାଇ ଶୁଅନ୍ତୁ ନାହିଁ ଏବଂ ବାର୍ଥ ରୁମ କବାଟ ସବୁବେଳେ ବନ୍ଦ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ର ବାତାବରଣ ଦେଖା ଯାଇଥାଏ ।

୧୭.ରାହୁ ର କୁ ପ୍ରଭାବ ଥିବା ବେଳେ ଘରକୁ ଆସୁଥିବା ଅତିଥି ଙ୍କୁ ଥଣ୍ଡା ପାଣି ପିଇବାକୁ ଦେଲେ ଶୁଭ ଫଳ ମିଳିଥାଏ ।

୧୮.ଘର ର ଆଲମାରୀ ର କବାଟ ସବୁବେଳେ ବନ୍ଦ କରି ରଖନ୍ତୁ ଏହା ବହୁତ ଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button