ଦେଶ ବିଦେଶ

କଣ ଆପଣଙ୍କ ଗ୍ଯାସ ବର୍ନର କଳା ପଡି ଯାଇଛି ଓ ଧୀରେ ଧୀରେ ଜଳୁଛି, କରନ୍ତୁ ଏହି ଗୋଟିଏ ସହଜ ଉପାୟ

ବନ୍ଧୁଗଣ କୁହନ୍ତି କି ଘରେ ଥିବା ଏମିତି କିଛି ଜିନିଷ ଥାଏ ଯେଉଁ ଥିରେ ନିଆଁ ଲାଗି ଯିବାର ସମ୍ଭାବନା ଥାଏ ତାର ବ୍ୟବହାର ବହୁତ ସମ୍ଭାଳି କି କରିବା ଉଚିତ। ଯାହା ଦ୍ୱାରା ଘରେ କିଛି ଅସୁବିଧା ହେବ ନାହିଁ। ଏବଂ ପରିବାର ଏବଂ ଘର ସୁରକ୍ଷିତ ରହିବ। କିନ୍ତୁ ବେଳେ ବେଳେ ଲୋକମାନେ କିଛି ଭୁଲ ମଧ୍ୟ କରି ଦିଅନ୍ତି। ରୋଷେଇ ଘରେ ଥିବା ସମସ୍ତ ଜିନିଷ କୁ ବହୁତ ଭଲ ଭାବରେ ଯତ୍ନ ନେବା ଉଚିତ ଏବଂ ପରିବାର କୁ ହାଇଜେନ ଖାଦ୍ୟ ମଧ୍ୟ ମିଳିବା ଆବଶ୍ୟକ। ଏବଂ ସବୁ ଜିନିଷ ସହ ରୋଷେଇ ଘରେ ଥିବା ଚୁଲା ର ମଧ୍ୟ ଯତ୍ନ ନେବା ଆବଶ୍ୟକ।

ଏହାକୁ ଅଧିକ ବ୍ୟବହାର କଲେ ଏହା କଳା ମଧ୍ୟ ହୋଇଯାଏ। ଏବଂ ଏହା ଦ୍ବାରା ଗ୍ୟାସ ର ଫ୍ଲୋମ କମି ଯାଇ ଥାଏ। ତେବେ ଏହାକୁ ସୁଧାରିବା ପାଇଁ ଏକ ସହଜ ଉପାୟ ମଧ୍ୟ ରହିଛି। ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ।

ଚୁଲା କୁ ବାର ବାର ବ୍ୟବହାର କଲେ ତାହା କଳା ହୋଇ ଯାଇ ଥାଏ। ଏବଂ ତାହାକୁ କିଛି ଉପାୟ ଦ୍ୱାରା ଦୂର ମଧ୍ୟ କରି ହେବ। ଏବଂ ଏହାକୁ ଘରେ ମଧ୍ୟ ଚମକାଇ ଦିଆ ଯାଇ ପାରିବ। ଏବଂ ଏକଦମ ନୂଆ ଭଳି ଲାଗିବ। ଏବଂ ଏଥି ପାଇଁ ଆପଣଙ୍କୁ କଷ୍ଟ କରି ବାହାରକୁ ମଧ୍ୟ ଯିବାକୁ ପଡିବନି। ଏଥି ପାଇଁ ବ୍ୟବହୃତ ଲିକୁଇଡ଼ ବହୁତ ସହଜ ଏବଂ କମ ଦାମ ରେ ମିଳି ଯାଇ ଥାଏ। ଏହି ତରଳ ପଦାର୍ଥ ରେ ପୁରା ରାତି ଭିଜେଇ କି ରଖିବା ଉଚିତ।

ଏଥି ପାଇଁ ଏକ ବଡ଼ ବାସନ ଆଣିବା ଏବଂ ସେଥିରେ ଭିନେଗର ଢାଳିବା ଏବଂ ଭିନେଗର ରେ ପାଣି ମଧ୍ୟ ମିଶାଇବା ଏବଂ ତା ପରେ ଏହି ଥିରେ ଚୁଲା କୁ ବୁଡ଼େଇ ରଖି ଦିଅନ୍ତୁ। ଏହା ପରେ ଏହାକୁ ଲୁହାର ବ୍ରସ କିମ୍ବା କୌଣସି ଲୁହା ପଦାର୍ଥ ରେ ଏହାକୁ ସଫା କରିବା ଆବଶ୍ୟକ। ଏବଂ ତା ପରେ ଏକ ସଫା କପଡା ରେ ପୋଛି ଦେବେ ଏବଂ ତାହା ଅର୍ଥାତ ଗ୍ୟାସ ଚୁଲା ଏକ ଦମ ସଫା ଏବଂ ଚମକି ବ ମଧ୍ୟ।

ମାର୍କେଟ ରେ ଭିନେଗର ୫୦୦ ମିଲି ଆପଣଙ୍କୁ ୩୫ ଟଙ୍କା ରେ ମିଳିଯିବ। ଏହା ଆପଣ ଙ୍କୁ କୌଣସି ବି କିରାଣୀ ଦୋକାନ ରେ ମିଳିଯିବ। ଏହାକୁ ଖାଦ୍ୟ ପଦାର୍ଥ ରେ ମଧ୍ୟ ମିଶେଇ ଥାନ୍ତି ଯେପରି ଚାଉମିନ ଆଦି।ଏହା ବ୍ୟତୀତ ଦୁଇ କପ ଗରମ ପାଣି ରେ ଲେମ୍ବୁ ର ରସ କୁ ପକାଇ। ଏହି ଚୁଲା କୁ ବୁଡ଼େଇ ରଖିଲେ ମଧ୍ୟ ଏହା ସଫା ହୋଇ ଯାଇ ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button