ରାଶିଫଳ

Jyotish Shastra- ଶୁକ୍ର କୁମ୍ଭ ରାଶିରେ କଲେ ପ୍ରବେଶ, ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶୁକ୍ର ଘର ମକର ଗ୍ରହ ରୁ କୁମ୍ଭ ରାଶିକୁ ପ୍ରବେଶ କରିଛି। ଯାହା ଶନି ଙ୍କ ଗ୍ରହ ଅଟେ। ଏହି ପରିବର୍ତ୍ତନ କିଛି ରାଶି ଙ୍କ ପାଇଁ ଶୁଭ ଦାୟକ ରହିବ ଏବଂ କିଛି ରାଶି ଙ୍କ ଜୀବନ ରେ ଅଶୁଭ ଦାୟକ ରହିବ। ଶୁକ୍ର ଏବଂ ଶନି ପରସ୍ପର ମିତ୍ର ଗ୍ରହ ଅଟନ୍ତି। ତେବେ ଏହି ପରିବର୍ତ୍ତନ ବହୁତ ହିଁ ଖାସ ରହିବ। ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ।ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ଦ୍ଵାରା ୧୨ ଟି ରାଶିରେ କଣ ସବୁ ପରିବର୍ତ୍ତନ ଦେଖାଯିବ।

୧. ମେଷ ରାଶି- ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ମେଷ ରାଶିର ଜାତକ ଙ୍କ ପାଇଁ ଶୁଭମୟ ରହିବ। ଏହି ରାଶିର ଜାତକ କାର୍ଯ୍ୟ ରେ ସଫଳତା ହାସଲ କରିବେ। ଯଦି କୌଣସି ନୂତନ କାର୍ଯ୍ୟ କୁ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଅନୁକୂଳ ରହିବ। ଏହା ସହିତ ସମାଜ ରେ ମାନ ସମ୍ମାନ ବୃଦ୍ଧି ହେବ।

brusha rashi

୨. ବୃଷ ରାଶି- ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ରେ ବୃଷ ରାଶିର ଜାତକ ଙ୍କ ଭାଗ୍ୟ ଚମକି ଉଠିବ।ଏମାନଙ୍କୁ ଧନ ପ୍ରାପ୍ତି ହେବ। ମିତ୍ର ଏବଂ ମାତାପିତା ଙ୍କ ସହଯୋହ ମିଳିବ। କୌଣସି ବଡ଼ ଉପଲବ୍ଧି ମଧ୍ୟ ହାସଲ ହୋଇପାରେ।

୩. ମିଥୁନ ରାଶି- ଏହି ରାଶି ର ଜାତକ ଙ୍କ ପାଇଁ ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ଅନୁକୂଳ ସାବ୍ୟସ୍ତ ହେବ। ଏମାନଙ୍କ ଯେଉଁ କାର୍ଯ୍ୟ ଅଟକି ରହିଛି ତାହା ପୂର୍ଣ୍ଣ ହେବ ଏବଂ ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ।

୪. କର୍କଟ ରାଶି- ଏହି ରାଶିର ଜାତକ ଙ୍କ ପାଇଁ ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ଅଶୁଭ ରହିବ। ଏମାନଙ୍କ ମନରେ ଭୟ ରହିବ ଏବଂ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବେ। ଚିନ୍ତା ରୁ ଦୁରେଇ ରୁହନ୍ତୁ।

singha rashi

୫. ସିଂହ ରାଶି- ଶୁକ୍ର ଗ୍ରହର ପରିବର୍ତ୍ତନ ଏହି ରାଶି ମାନଙ୍କ ପାଇଁ ଶୁଭ ଫଳ ଆଣିବ। ଯେଉଁମାନେ ବିବାହ କରି ନାହାନ୍ତି, ସେମାନଙ୍କ ବିବାହ ଯୋଗ ବନୁଅଛି। ପ୍ରେମ ସମ୍ପର୍କ ରେ ମଧୁରତା ସୃଷ୍ଟି ହେବ। ଜୀବନସାଥୀ ଙ୍କ ସହଯୋଗ ରେ କୌଣସି ବଡ଼ ସଫଳତା ପ୍ରାପ୍ତ ହେବ।

୬. କନ୍ୟା ରାଶି- ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ରେ ଏହି ରାଶି ଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ।ଶତ୍ରୁ ମାନଙ୍କ ସଂଖ୍ୟା ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ।

୭. ତୁଳା ରାଶି- ଏହି ରାଶି ମାନଙ୍କ ପାଇଁ ଶୁକ୍ର ଗ୍ରହର ପରିବର୍ତ୍ତନ ଶୁଭମୟ ରହିବ। ଯେଉଁମାନେ ଚାକିରୀ କ୍ଷେତ୍ରରେ ଅଛନ୍ତି ସେମାନଙ୍କ ପଦୋନ୍ନତି ଘଟିବ। ମିତ୍ର ମାନଙ୍କ ସହ ସମ୍ପର୍କ ମଜବୁତ ହେବ।କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ରହିବ।

bichha rashi

୮. ବିଚ୍ଛା ରାଶି- ଶୁକ୍ର ଗ୍ରହର ପରିବର୍ତ୍ତନ ଏହି ରାଶି ମାନଙ୍କ ପାଇଁ ଅନୁକୂଳ ରହିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ ହେବ। ମାତାପିତା ଙ୍କ ଠାରୁ ଧନ ଲାଭ ହେବ ଏବଂ ଯେଉଁ କାର୍ଯ୍ୟ ରେ ହାତ ଲଗାଇବେ ସଫଳତା ପାଇବେ।

୯. ଧନୁ ରାଶି- ଶୁକ୍ର ଗ୍ରହର ପରିବର୍ତ୍ତନ ଏହି ରାଶି ଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ରହିବ। ଆକସ୍ମିକ ଧନ ଲାଭ ହେବ। ସମ୍ପତ୍ତି ହାସଲ ହେବ। ନୂତନ ଯାନ ବାହନ କ୍ରୟ କରିବାର ସମ୍ଭାବନା ରହିଛି। ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ।

୧୦. ମକର ରାଶି- ଶୁକ୍ର ଗ୍ରହ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିଛି। ଏମାନଙ୍କ ପାଇଁ ଏହି ପରିବର୍ତ୍ତନ ଶୁଭ ଦାୟକ ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ। ମାନ ସମ୍ମାନ ବୃଦ୍ଧି ହେବ।

kumbha rashi

୧୧. କୁମ୍ଭ ରାଶି- ଏହି ରାଶି ର ଜାତକ ଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବ। ଜୀବନ ସାଥି ଙ୍କ ସହଯୋଗ ମିଳିବ। ପରିବାର ସହିତ ସମ୍ବନ୍ଧ ଘନିଷ୍ଠ ହେବ। ଜୀବନ ସାଥି ଙ୍କ ସହଯୋଗ ରେ ସଫଳତା ହାସଲ କରିବେ।

୧୨. ମୀନ ରାଶି- ଏହି ରାଶିର ଜାତକ ଙ୍କ ପାଇଁ ଶୁକ୍ର ଗ୍ରହର ପରିବର୍ତ୍ତନ ଏତେ ଖାସ ରହିବ ନାହିଁ।ତେଣୁ ଯେ କୌଣସି କାର୍ଯ୍ୟ କରିବେ ଭାବି ଚିନ୍ତି ନିଷ୍ପତ୍ତି ନେବେ।କଳି ଝଗଡ଼ା ରୁ ଦୂରରେ ରୁହନ୍ତୁ ଏବଂ ଆର୍ଥିକ ନିବେଶ ଏହି ସମୟରେ କରନ୍ତୁ ନାହିଁ।

mina rashi

ଶୁକ୍ର ଗ୍ରହର ପ୍ରଭାବ ଅନୁକୂଳ ରହିବା ପାଇଁ ଏହି ଉପାୟ କରନ୍ତୁ-

ଶୁକ୍ର ଗ୍ରହ ରୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେଉ, ତେବେ ଆପଣ ଶୁକ୍ର ଗ୍ରହ ଙ୍କ କଥା ପଢ଼ନ୍ତୁ।ଶୁକ୍ରବାର ଦିନ ଧଳା ରଙ୍ଗର ଜିନିଷ ଦାନ କରନ୍ତୁ ଏବଂ ଏହା ସହିତ ଏହି ଦିନ ମନ୍ଦିର ଯାଇ ଶିବଲିଙ୍ଗ ରେ କ୍ଷୀର ଅର୍ପଣ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button