ଓଡିଶା

Odia Jokes- ଝିଅଟିର ଟି ଶର୍ଟ ରେ ଲେଖା ହୋଇଥିଲା, Amul- The Taste of India, ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ ।

୧. ଡକାଏତ ମଙ୍ଗଲ ସିଂହ ପପୁ ଘରକୁ ପଶିଗଲା…

ଡକାଏତ- ଜଲ୍ଦି କାହା ସୁନା କେଉଁଠି ଅଛି ବାହାର କର ?

ପପୁ- ଭାଇ ମୋ ଘର ସଂପୂର୍ଣ୍ଣ ସୁନାର ଯଦି ଚାହୁଁଛ ତା ହେଲେ ମୋ ଘର ଉଠେଇ ନେଇଯାଅ !!

୨. ଗୋଟେ ବୁଢା ଛୁଆକୁ ପଚାରିଲା…

ବୁଢା-ପୁଅ କେମିତି ଅଛୁ ?

ଛୁଆ- ଠିକ ଅଛି…

ବୁଢା- ପାଠ ପଢା କେମିତି ଚାଲିଛି ?

ଛୁଆ- ବିଲକୁଲ ମୋ ଜୀବନ ପରିକା ।

ବୁଢା- ମାନେ ?

ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…

୩. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,

ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।

ସ୍ଵାମୀ- ତା ହେଲେ ?

ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?

ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

୪. ଗାର୍ଲଫ୍ରେଣ୍ଡ ନିଜ ଅନ୍ଧ ବୟଫ୍ରେଣ୍ଡକୁ କହିଲା…

ଗାର୍ଲଫ୍ରେଣ୍ଡ- କେତେ ଭଲ ହୋଇଥାନ୍ତା ଯଦି ତମେ ମୋ ସୁନ୍ଦରତାକୁ ଦେଖିପାରି ଥାନ୍ତ ।

ଅନ୍ଧ ବୟଫ୍ରେଣ୍ଡ- ଥାଉ ଥାଉ ଆଉ କୁହନି…

ଯଦି ଏତେ ସୁନ୍ଦର ହେଇଥାନ୍ତ ତା ହେଲେ ଯେଉଁ ମାନଙ୍କର ଆଖି ଅଛି

ସେମାନେ କଣ ତମକୁ ମୋ ପାଇଁ ଛାଡି ଥାନ୍ତେ

୫. ଗୋଟେ ପାଗଳ ଷଣ୍ଢ ଉପରେ ବସି ବୁଲୁଥିଲା…

ଅନ୍ୟ ପାଗଳ କହିଲା- ଆରେ ଭାଇ ତମେ ହେଲମେଟ କାହିଁକି ପିନ୍ଧିନ ତମକୁ ପୋଲିସ ଧରିବ ?

ପାଗଳ- ଆରେ ଭାଇ ଟିକେ ତଳକୁ ଚାହଁ !! ମୁ ଚାରି ଚକିଆ ଚଲାଉଛି ପୋଲିସ କଣ ଧରିବ !!

୬. ସ୍ଵାମୀ ଯେତେବେଳେ ଅଫିସରୁ ନିଜ ଘରକୁ ଫେରିଲା…

ସ୍ତ୍ରୀ- କେମିତି ଅଛ ଡାର୍ଲିଂ ?

ସେହି ସମୟରେ ସ୍ଵାମୀ ନିଜ ଡାଏରୀ ଖୋଲି ଦେଖିବାକୁ ଲାଗିଲା ।

ସ୍ତ୍ରୀ- ଆରେ ମୋତେ ଦେଖନା … ଡାଏରୀରେ କଣ ଦେଖୁଛ ?

ସ୍ଵାମୀ- ଦେଖୁଛି ଯେତେବେଳେ ତମେ ପୂର୍ବ ଥର ମତେ ଡାର୍ଲିଂ କହିଥିଲ

ସେତେବେଳେ ମୋର କେତେ ଟଙ୍କା ଖର୍ଚ ହୋଇଥିଲା !!

୭ . ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା

Amul- The Taste of India

ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା

ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା

କୁରକୁରେ – ତେଢା ହେ ପର ମେରା ହେ !!!

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button