କ୍ରୀଡା

ଏସିଆ କପ୍ : କେଏଲ ରାହୁଲଙ୍କ ଅର୍ଦ୍ଧଶତକ, ବଡ଼ ସ୍କୋର ଆଡ଼କୁ ଆଗଉଛି ଭାରତ – Utkal Mail


କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ପୁଣି ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ । ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା । ମ୍ୟାଚ ଅପରାହ୍ଣ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା ।

ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା । ଦଳର ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଉଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତୀୟ ଦଳ ନିଜର ୨୦୦ ଶହ ରନ ପୂରଣ କରିଛି । ଦଳ ୩୨.୫ ଓଭରରେ ନିଜର ୨୦୦ ରନ ପୂରଣ କରିଛି । କେଏଲ ରାହୁଲ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ଓ ବିରାଟ କୋହଲି ୩୮ ରନରେ ଖେଳୁଛନ୍ତି । ରାହୁଲ ୬୦ଟି ବଲରୁ ୫୦ରନ ପୂରଣ କରିଥିଲେ ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଶତର୍କତାର ସହ ଖେଳି ଭାରତକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଉଭୟ ଅର୍ଦ୍ଧଶତକମାରି ଆଉଟ ହୋଇଥିଲେ ।

 

 




Related Articles

Leave a Reply

Your email address will not be published. Required fields are marked *

Back to top button