ଦେଶ ବିଦେଶ

ଏତେ ସୁନ୍ଦର ହ୍ୟାଣ୍ଡ ରାଇଟିଙ୍ଗ ଆଗରୁ କେବେ ବି ଦେଖି ନଥିବେ ଆପଣ, ଯାହା ଆଗରେ କମ୍ପୁଟର ଲେଖା ବି ହାର ମାନିବ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ କେବେହେଲେ ନିଜ ସ୍କୁଲ ଲାଇଫକୁ ଭୁଲି ପାରି ନଥାଏ । ସ୍କୁଲରେ ବିଭିନ୍ନ ପ୍ରକାରର ଛାତ୍ର ଛାତ୍ରୀ ଅଛନ୍ତି । ବନ୍ଧୁଗଣ ସମସ୍ତଙ୍କ ସ୍କୁଲରେ ଏପରି ଗୋଟେ ପିଲା ଥାଏ ଯାହାର ହେଣ୍ଡ ରାଇଟିଙ୍ଗ ସବୁଠାରୁ ଖରାପ ରହିଥାଏ ଓ ସ୍କୁଲରେ ଏପରି ମଧ୍ୟ ଗୋଟେ ପିଲା ଥାଏ ଯାହାର ହେଣ୍ଡ ରାଇଟିଙ୍ଗ ସବୁଠାରୁ ଭଲ ହୋଇଥାଏ ।

ହେଣ୍ଡ ରାଇଟିଙ୍ଗ ଭଲ ଥିଲେ ପଢିବା ପାଇଁ ଭଲ ଲାଗେ ଓ ହେଣ୍ଡ ରାଇଟିଙ୍ଗ ପାଇଁ ସମସ୍ତଙ୍କ ସାମ୍ନାରେ ଭଲ ଇମ୍ପ୍ରେସନ ମଧ୍ୟ ଆସିଥାଏ । ହେଣ୍ଡ ରାଇଟିଙ୍ଗ ବିଷୟରେ ଏହା ମଧ୍ୟ କୁହାଯାଏ ଯେ, ହେଣ୍ଡ ରାଇଟିଙ୍ଗ ମଣିଷର ଚରିତ୍ରକୁ ଦର୍ଶାଇ ଥାଏ । ତେଣୁ ସମସ୍ତ ଛାତ୍ର ଛାତ୍ରୀଙ୍କ ଇଛା ଥାଏ ଯେ ତାଙ୍କର ଭଲ ହେଣ୍ଡ ରାଇଟିଙ୍ଗ ହେଉ । ହେଲେ ଏହି ଇଛା କିଛି ପିଲାଙ୍କର ପୂରଣ ହୋଇଥାଏ ତ ଅନ୍ୟ କିଛି ପିଲାଙ୍କର ପୂରଣ ହୋଇନଥାଏ ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଛାତ୍ରର ସୁନ୍ଦର ହେଣ୍ଡ ରାଇଟିଙ୍ଗ ବିଷୟରେ କହିବାକୁ ଯାଉଛୁ । ଏହି ଛାତ୍ରୀ ଜଣକଙ୍କ ହେଣ୍ଡ ରାଇଟିଙ୍ଗ ଏତେ ସୁନ୍ଦର ଯେ ତାଙ୍କୁ ତାଙ୍କର ହେଣ୍ଡ ରାଇଟିଙ୍ଗ ପାଇଁ ଆୱାର୍ଡ ମଧ୍ୟ ମିଳିଛି । ଆପଣ ମାନେ ଏହି ଛାତ୍ରୀ ଜଣକଙ୍କ ହେଣ୍ଡ ରାଇଟିଙ୍ଗ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଛାତ୍ରୀ ଜଣକଙ୍କ ହେଣ୍ଡ ରାଇଟିଙ୍ଗ ବିଷୟରେ ।

ବନ୍ଧୁଗଣ ଭଲ ହେଣ୍ଡ ରାଇଟିଙ୍ଗ କେତେକ ଜଣଙ୍କ ଭାଗ୍ୟରେ ଥାଏ । ସେମାନେ କମ ବର୍ଷ ବୟସରୁ ଭଲ ହେଣ୍ଡ ରାଇଟିଙ୍ଗରେ ଲେଖିପାରନ୍ତି । ଅନ୍ୟ କେତେକ ଜଣ ଭଲ ହେଣ୍ଡ ରାଇଟିଙ୍ଗ ପାଇଁ ବହୁତ ଅଧିକ କଷ୍ଟ କରିଥାନ୍ତି । ଆଜିଆମେ ଆପଣ ମାନଙ୍କୁ ଏକ ଅପ୍ରିୟ ଛାତ୍ରୀ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ବହୁତ ସୁନ୍ଦର ହେଣ୍ଡ ରାଇଟିଙ୍ଗ ଅଛି । ଏହି ଛାତ୍ରୀ ଜଣକ ହେଉଛନ୍ତି ନେପାଲର ଓ ତାଙ୍କ ନାମ ହେଉଛି ପ୍ରକୃତି ମଲ୍ଲା । ପ୍ରକୃତି ମଲ୍ଲା ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ।

ସେ ନିଜ ସୁନ୍ଦର ହେଣ୍ଡ ରାଇଟିଙ୍ଗ ପାଇଁ ସୋସିଆଲ ମିଡିଆରେ ବହୁତ ଫେମସ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ସମସ୍ତ ଲୋକ ତାଙ୍କ ହେଣ୍ଡ ରାଇଟିଙ୍ଗର ପ୍ରଶଂସା କରୁଛନ୍ତି । ବର୍ତ୍ତମାନର ସମୟରେ ଟ୍ୟାଲେନ୍ଟଡ ଲୋକମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଗତ କିଛି ଦିନ ହେବ ପ୍ରକୃତିଙ୍କ ସୁନ୍ଦର ହେଣ୍ଡ ରାଇଟିଙ୍ଗ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି ।

ପ୍ରକୃତିଙ୍କ ହେଣ୍ଡ ରାଇଟିଙ୍ଗ ଦେଖିଲେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ତାଙ୍କ ହେଣ୍ଡ ରାଇଟିଙ୍ଗ ଦେଖିଲେ ଜଣା ପଡୁ ନାହିଁ ଯେ ସେ ନିଜ ହାତରେ ଲେଖିଛନ୍ତି । ତାଙ୍କ ହେଣ୍ଡ ରାଇଟିଙ୍ଗ ଦେଖିଲେ ଲାଗୁଛି ଯେପରି ଏହା କମ୍ପ୍ୟୁଟରର ପ୍ରିଣ୍ଟ ହୋଇ ବାହାରିଛି । ପ୍ରକୃତି ନେପାଲର ସୈନିକ ଆବସୀୟ ମହାବିଦ୍ୟାଳୟରେ ପଢନ୍ତି । ନିଜ ହେଣ୍ଡ ରାଇଟିଙ୍ଗ ପାଇଁ ପ୍ରକୃତି ନେପାଲ ସରକାର ଓ ସେନା ଠାରୁ ଆୱାର୍ଡ ମଧ୍ୟ ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମ୍ନାଙ୍କୁ ପ୍ରକୃତିଙ୍କ ହେଣ୍ଡ ରାଇଟିଙ୍ଗ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button