ଓଡିଶା

ଦେଖନ୍ତୁ Video: Viral ବୟ Trailokya ଙ୍କ ପରେ ଗୀତ ଗାଇ ପୁଣି ଭାଇରାଲ ହେଲେ ଦୁଇ ଭଉଣୀ, ଗୀତ ଶୁଣି ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ ଆପଣ ମାନେ ସ୍କୁଲ ରେ ପଢ଼ୁଥିବା ସମୟରେ ନିଜ ସାହିତ୍ୟ ବହିର ଅନେକ କବିତା ପାଠ କରିଥିବେ ଏବଂ ଆବୃତ୍ତି ମଧ୍ୟ କରିଥିବେ । ତେବେ ସେହି ସବୁ କବିତା ମଧ୍ୟରୁ ଡାକ୍ତର ଜଗନ୍ନାଥ ମହାନ୍ତି ଙ୍କ କବିତା

‘ତୁମ ପରି ଛୋଟ ପିଲା ଟିଏ’ ଯାହା ତୃତୀୟ ଶ୍ରେଣୀ ର ସାହିତ୍ୟ ବହିରେ ଥିଲା ଆପଣ ମାନେ ନିଶ୍ଚିତ ପଢିଥିବେ । ସେହି କବିତା ଟି ଭିତରେ ଆମ ପିଲା ଦିନ ର ଅନେକ ସ୍ମୃତି ରହିଛି । ତେବେ ସେହି ସ୍ମୃତି ଗୁଡିକ କୁ ପୁନର୍ବାର ମନ ପକାଇ ଦେଇଛନ୍ତି ଦୁଇ କୁନି ଭଉଣୀ । ଏହି ଦୁଇ ଭଉଣୀ ନୟାଗଡ଼ ଜିଲ୍ଲା ରେ ବାସ କରନ୍ତି । ସେମାନଙ୍କ ନାମ ହେଲା ପ୍ରୀତି ସୁଲଗ୍ନା ଏବଂ ଶ୍ରୁତି ସୁଲଗ୍ନା । ସେହି ଦୁଇ ଭଉଣୀ ନିଜ କଣ୍ଠ ରେ ଜଗନ୍ନାଥ ମହାନ୍ତି ଙ୍କ ସୁନ୍ଦର କବିତା ‘ତୁମ ପରି ଛୋଟ ପିଲାଟିଏ’ ଗାଇଛନ୍ତି ।

ତେବେ ଆପଣ ମାନେ ନିଶ୍ଚିତ ଏହି କବିତା ପଢିଥିବେ ଏବଂ ଶୁଣି ଥିବେ । ଏହି କବିତା ଟି ଆମ ଓଡ଼ିଶା ରାଜ୍ୟ ର ଗର୍ବ ଏବଂ ଗୌରବ ବାରିଷ୍ଟର ମଧୁସୂଦନ ଦାସ ଙ୍କ ପାଇଁ ରଚନା କରାଯାଇ ଥିଲା । ତେବେ ତାଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସ ମଧ୍ୟ କୁହାଯାଏ । ସେ ଆମର ସ୍ୱାଧୀନତା ପାଇଁ ଅନେକ ବଳିଦାନ ଦେଇଛନ୍ତି ଏବଂ ଆମ ଓଡ଼ିଶା ରାଜ୍ୟ କୁ ଏକ ସ୍ୱତନ୍ତ୍ର ରାଜ୍ୟ ରୂପେ ଗଠନ କରିବାରେ ତାଙ୍କର ଭୂମିକା ମୁଖ୍ୟ ଥିଲା ।

ଏହି କବିତା ରେ କୁହାଯାଇଛି କି ମଧୁସୂଦନ ଦାସ ଯେତେବେଳେ ଛୋଟ ଥିଲେ ଏବଂ ବିଦ୍ୟାଳୟ କୁ ପଢିବା ପାଇଁ ଯାଉଥିଲେ ସେତେବେଳେ ବର୍ଷା ର ସମୟ ଥିଲା ଏବଂ ରାସ୍ତା ରେ ଯାଉ ଯାଉ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ କାଦୁଅ ରେ ପଡି ଯାଇଥିଲେ ତେବେ ଗୁରୁଜୀ ତାଙ୍କର ଏହି ଅବସ୍ଥା ରେ ଦେଖି ତାଙ୍କୁ ପ୍ରଶ୍ନ କଲେ ଏବଂ ସେ ଉତ୍ତର ରେ ସବୁ ସତ କଥା କହିଦେଲେ ।

ଏହା ପରେ ଦଶହରା ଛୁଟି ଆସିଲା ଏବଂ ସବୁ ପିଲାମାନେ ନିଜ ଛୁଟି ରେ ଖୁବ ଖେଳ କୁଦ କଲେ କିନ୍ତୁ ମଧୁସୂଦନ ନିଜ ସାଙ୍ଗ ମାନଂକୁ ଏକାଠି କରି ବାଲି ଗୋଡି ମିଶାଇ ଗାଁ ର ରାସ୍ତା କୁ ପକ୍କା କରିଦେଲେ ତେବେ ଏହା ଦେଖି ଲୋକମାନେ ଏବଂ ଗୁରୁଜୀ ଖୁସି ହେଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ସେହି ଛୋଟ ପିଲାଟି ବଡ଼ ହୋଇ ପାଠ ପଢି ବାରିଷ୍ଟର ହେଲେ ଏବଂ ଆମ ଓଡ଼ିଶା ରାଜ୍ୟ ର ଯଶ ରଖିଲେ ।

ତେବେ ଏହି କବିତା ଟି ପିଲା ମାନଂକୁ ଉତ୍ସାହିତ ଏବଂ ଭଲ କାର୍ଯ୍ୟ କରିବା ଉଦେଶ୍ୟ ରେ ରଚନା କରାଯାଇଥିଲା । ବର୍ତ୍ତମାନ ଏହି କୁନି ଭଉଣୀ ଦୁଇ ଜଣ ନିଜ ସୁନ୍ଦର କଣ୍ଠ ରେ କବିତାଟି କୁ ଆବୃତ୍ତି କରିଛନ୍ତି ଏବଂ ତାଙ୍କର ଏହି ସୁନ୍ଦର ଆବୃତ୍ତି କୁ ଲୋକମାନେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button