ମନୋରଞ୍ଜନ

ସଂଧ୍ୟାରେ ଥରେ ନିଶ୍ଚୟ ପ୍ରସ୍ତୁତ କରି ଟେଷ୍ଟ କରନ୍ତୁ ମିଠା ପୁରି

ଆମ ସମସ୍ତଙ୍କୁ ସଂଧ୍ୟାରେ କିଛି ଖାଇବା ପାଇଁ ଇଚ୍ଛା ଥାଏ। ଏଥିପାଇଁ ଆମେ ସବୁବେଳେ ଚାହିଁଥାଉ ଯେ କିଛି ନୂଆ ଖାଇବାକୁ। ତେବେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ନେଇ ଆସିଛୁ ମିଠା ପୁରି। ତେବେ ଜାଣି ରଖନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

ଅଟା – ୫୦୦ ଗ୍ରାମ

ଘିଅ – ଏକ ଛୋଟ ପାତ୍ର

କ୍ଷୀର – ୧-୧/୨ କପ୍

ଅଳେଇଚ – ୫,୬ଟି

ଚିନି – ୧୦୦ ଗ୍ରାମ

ତେଲ – ସ୍ବାଦାନୁସାରେ (ଛାଣିବା ପାଇଁ)

ପ୍ରଣାଳୀ

କ୍ଷୀରରେ ଚିନି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଅଟାକୁ ଆଣି ସେଥିରେ ଘିଅ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ସେଥିରେ ରଖିଥିବା ଅଳେଇଚକୁ ପେଶି ଅଟାରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ କ୍ଷୀର ଏବଂ ଚିନିର ଘୋଳକୁ ଅଟା ଚକଟିବା ବେଳେ ମିଶାଇ ଦିଅନ୍ତୁ। ଅଟା ଚକଟା ଠାରୁ ଏହା ସାମାନ୍ୟ ଶକ୍ତ ହୋଇଥିବା ଦରକାର। ଆବଶ୍ୟକ ପଡିଲେ ଏଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ପାରିବେ। ଏହାପରେ ଏକ କଡାଇରେ ତେଲ ଗରମ କରନ୍ତୁ। ଅଟା ଚକଟାର ଛୋଟ ଛୋଟ ଗୋଲା ପ୍ରସ୍ତୁତ କରି ବେଲି ଦିଅନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ତେବେ ସେହି ତେଳରେ ପୁରି ପକାଇ ଛାଣି ଦିଅନ୍ତୁ। ଏହାପରେ ସୁନେଲୀ ରଙ୍ଗ ହେବା ଯାଏଁ ଫ୍ରାଇ କରନ୍ତୁ । ଏବେ ଆପଣଙ୍କର ମିଠା ପୁରି ପ୍ରସ୍ତୁତ ହୋଇଯାଇଛି। ଆପଣ ଚାହିଁଲେ ଏହାକୁ ଅଚୋର ସହିତ ମଧ୍ୟ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button