ଓଡିଶା

ମହାପ୍ରଭୁ ଜଗନ୍ନାଥଙ୍କ କୁନି ସେବାୟତ ଦେଖେଇଲେ ଜବରଦସ୍ତ ଷ୍ଟଣ୍ଟ, ଥରେ ଦେଖନ୍ତୁ ଏହି ଭିଡିଓ ଆପଣ ବି କହିବେ ବାଃ…ବାଃ…

ନମସ୍କାର ବନ୍ଧୁଗଣ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି ଅର୍ଥାତ ଓଡିଶା ଜନତା ଙ୍କ ମହାପ୍ରଭୁଙ୍କ ରଥଯାତ୍ରା ପର୍ବ । ଏହି ଦିନ ସେ ନିଜ ଭାଇ ଭଉଣୀ ବଳଭଦ୍ର ଏବଂ ସୁଭଦ୍ରା ଙ୍କ ସହିତ ମାଉସୀ ମାଆ ଙ୍କ ଘରକୁ ବୁଲିବା ପାଇଁ ଯିବେ ।

ତେବେ ସେମାନେ ମାଉସୀ ମାଆଙ୍କ ଘରେ ଯାଇ ପୋଡ଼ପିଠା ଖାଇ ଏବଂ ସାତ ଦିନ ଖୁସି ମଉଜ ରେ ବିତେଇବା ପରେ ଫୁଣି ଥରେ ଶ୍ରୀମନ୍ଦିର କୁ ଫେରି ଆସନ୍ତି । ଏହି ସାତ ଦିନ ଶ୍ରୀମନ୍ଦିର ଶ୍ରୀହୀନ ହୋଇ ଯାଇଥାଏ ଏବଂ ମରୁଡି ପଡିଲା ଭଳି ଅନୁଭବ ହୁଏ । ତେବେ ମହାପ୍ରଭୁ ଯେତେବେଳେ ବାହୁଡା ଯାତ୍ରା କରି ଶ୍ରୀ ମନ୍ଦିର କୁ ଫେରି ଆସନ୍ତି ସେତେବେଳେ ଶ୍ରୀ ହୀନ ହୋଇ ଥିବା ଶ୍ରୀ ମନ୍ଦିର ଫୁନି ଥରେ ଖୁସି ରେ ଭରି ଉଠେ ।

ତେବେ ଏହା ଓଡିଶା ବାସୀ ଏବଂ ପ୍ରତ୍ୟେକ ଓଡ଼ିଆ ଙ୍କ ମୁଖ୍ୟ ଏବଂ ବଡ଼ ପର୍ବ । ଏହି ରଥଯାତ୍ରା କୁ ଦେଖିବା ପାଇଁ ଦୁର ଦୁରାନ୍ତରୁ ଏବଂ ଦେଶ ବିଦେଶରେ ଲୋକମାନେ ପୁରୀ କୁ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବା ପାଇଁ ଏକତ୍ର ହୁଅନ୍ତି । ଏହି ସମୟରେ ଜଗନ୍ନାଥ ଙ୍କୁ ସବୁ ଜାତିର ଏବଂ ସବୁ ପ୍ରାନ୍ତ ର ଲୋକମାନେ ଦର୍ଶନ କରି ପାରି ଥାଆନ୍ତି କୌଣସି ଭେଦ ଭାବ ହୁଏନାହିଁ । ବାହୁଡା ପରେ ସୁନାବେଶ ମଧ୍ୟ ହୋଇଥାଏ ଏବଂ ସୁନାରେ ସଜ ହୋଇ ଝଲସୁ ଥିବା ମହାପ୍ରଭୁ ଙ୍କୁ ଦେଖିବା ପାଇଁ ଭକ୍ତ ମାନଙ୍କ ର ଭିଡ଼ ମଧ୍ୟ ଜମି ଥାଏ ।

କିନ୍ତୁ ଦୁଃଖ ର କଥା ଏହାକି ଏହି କରୋନା ସଂକ୍ରମଣ ଯୋଗୁଁ ସରକାର ଙ୍କ ନିର୍ଦେଶ ଅନୁଯାୟୀ ସାମାଜିକ ଦୂରତା ରଖିବା ପାଇଁ ରଥଯାତ୍ରା ସମୟରେ ପୁରୀ କୁ ଯିବା ପାଇଁ ମନା କରା ଦିଆଯାଇଛି ଏଵଂ କୌଣସି ବ୍ୟକ୍ତି ରଥ କୁ ଟାଣି ମଧ୍ୟ ପାରିବେ ନାହିଁ । କେବଳ ସେବାୟତ ଏବଂ ପୋ-ଲି-ସ କର୍ମଚାରୀ ମାନେ ହିଁ ଏହି ତିନି ରଥ କୁ ଟାଣି ମାଉସୀ ମାଆ ମନ୍ଦିର ପାଖକୁ ନେଇଥାନ୍ତି ।

ତେବେ ପୂର୍ବ ବର୍ଷ ମଧ୍ୟ ଏହି ଭଳି ହୋଇଥିବା ବେଳେ ଏଥର ମଧ୍ୟ ସେହିଭଳି ବ୍ୟବସ୍ଥା କରାଯାଇଛି ଏବଂ ଓଡିଶା ବାସୀ ଙ୍କ ମଉଡ଼ ମଣି କୁ ଦର୍ଶନ ନ କରିବା ର ଅବଶୋଷ ସମସ୍ତ ଭାବବିଦ୍ୱଳ କରିଦେଇଛି । ତେବେ ସେହି ରଥଯାତ୍ରା ସମୟରେ ଅନେକ ସେବାୟତ ମାନେ ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଥାନ୍ତି । ନିଜ ନିଜ କାର୍ଯ୍ୟ କୁ ଖୁବ ଭଲ ଭାବରେ ନିଭାଇ ଥାଆନ୍ତି । ତେବେ ଏହି ସମୟରେ ଜଣେ କୁନି ସେବାୟତ ନିଜ ଢଂଗ ରେ ମହାପ୍ରଭୁ ଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି ।

ସେ ନିଜର ଷ୍ଟଣ୍ଟ କୁ ରଥ ତଳେ କରି ମହାପ୍ରଭୁଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି । ଏହି ଥିରେ କୁନି ସେବାୟତ ଜଣକ ନିଜ କୁନି ହାତରେ ଓଲଟି ନିଜର ପ୍ରତିଭା ଦେଖାଉଛନ୍ତି ଏହି କୁନି ସେବାୟତ ଙ୍କ ପ୍ରତିଭା କୁ ଦେଖିବା ପାଇଁ ଅନ୍ୟ ସେବାୟତ ମାନେ ମଧ୍ୟ ଛିଡା ହୋଇଛନ୍ତି ।

ମିଡ଼ିଆ ଵାଲା ଯେତେବେଳେ ସେହି କୁନି ସେବାୟତ ଙ୍କୁ ପଚାରିଲେ କଣ କର ତେବେ ସେ ଉତ୍ତର ରେ ମୁଁ ପାଠ ପଢେ । ଏହା ପରେ ପ୍ରଶ୍ନ ଥିଲା ବଡ଼ ହେଲେ ବି କଣ ଏପରି ଖେଳ କିମ୍ବା ନିଜର ପ୍ରତିଭା ରେ ରୁଚି ରହିବ ଏବଂ ଏପରି ଖେଳ ରେ ଭାଗ ନେବେ ତେବେ ସେହି କୁନି ସେବାୟତ ଙ୍କ ଉତ୍ତର ଥିଲା ହଁ ମୁଁ ବଡ଼ ହେଲେ ଏହି ଖେଳ ରେ ଭାବ ନିଶ୍ଚୟ ନେବି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button